ଜଗୀର କୌର

ଉଇକିପିଡ଼ିଆ‌ରୁ

ବିବି ଜଗୀର କୌର ଦ୍ୱିତୀୟ ଥର ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ.ଜି.ପି.ସି.)ର ଅଧ୍ୟକ୍ଷ ରୂପେ ବଛା ଯାଇଥିବା ପ୍ରଥମ ମହିଳା ଅଟନ୍ତି । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ଏପରି ଏକ ସଙ୍ଗଠନ ଅଟେ, ଯାହା ଭାରତୀୟ ଶିଖ ସମ୍ପ୍ରଦାୟ ରାଜ୍ୟ ଯଥା: ପଞ୍ଜାବ, ହରିୟାଣା, ହିମାଞ୍ଚଳ ପ୍ରଦେଶ ଓ କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡୀଗଡ଼ରେ ଐତିହାସିକ ଶିଖ ତୀର୍ଥସ୍ଥଳ ଏବଂ କିଛି ଶିକ୍ଷଣିକ ସଂସ୍ଥାନର ପ୍ରବନ୍ଧନ କରିଥାଏ । ସୁଶ୍ରୀ କୌରଙ୍କ ନାମ ବରିଷ୍ଠ ନେତା, ସୁଖଦେବ ସିଂ ଭୌରଙ୍କଦ୍ୱାରା ରଖାଯାଇଥିଲା ଏବଂ ଏସଜିପିସିର ସଦସ୍ୟ ହରସ୍ୱିନ୍ଦର ସିଂଙ୍କଦ୍ୱାରା ସମର୍ଥନ କରାଯାଇଥିଲା । ଏଥିପାଇଁ କୌଣସି ଅନ୍ୟ ପ୍ରାଥୀ ନଥିଲେ । ସେ ମାର୍ଚ୍ଚ ୧୯୯୯ରୁ ନଭେମ୍ବର ୨୦୦୦ ମସିହା ପର୍ଯ୍ୟନ୍ତ ସେହି ପଦକୁ ଧାରଣ କରିଥିଲେ । ଯେତେବେଳେ ସେ ନିଜ କନ୍ୟାର ହତ୍ୟାରେ ସାମିଲ ବୋଲି ସନ୍ଦିଗ୍ଧ କରାଯାଇଥିଲା, ସେ ଇସ୍ତଫା ଦେଇଥିଲେ ।[୧] ଅକାଳୀ ଦଳର ପ୍ରମୂଖ ଗୁରୁ ଚରଣ ସିଂ ଟୋହରା ୨୬ଥର ଏହି ପାଦରେ ରହିଥିଲେ । ତାଙ୍କ ମୃତ୍ୟୁ ପରେ ସେହି ପଦ ଖାଲି ରହିଥିଲା । ତାଙ୍କର ନିଧନ ମାର୍ଚ୍ଚ ମାସ, ୨୦୦୪ ମସିହାରେ ଏକ ଛୋଟ ଅସୁସ୍ଥତାପରେ ହୋଇଗଲା ।[୨] ବିବି ଜଗୀର କୌର ୨୦୦୦ ମସିହାରେ ପଂଜାବର ବିଧାନ ସଭା ଆସନରୁ ଲଢ଼ିବାପାଇଁ ନିଜ କନ୍ୟା ହରପ୍ରୀତ କୌରଙ୍କ ହତ୍ୟା ପାଇଁ ତାଙ୍କ ଉପରେ ଥିବା ଦୋଷକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହାକି ୨୦୧୭ ମସିହାରେ, ସୁପ୍ରିମକୋର୍ଟ ଖାରଜ କରିଦେଲେ ।[୩]

ରାଜନୀତି[ସମ୍ପାଦନା]

ଜଗୀର କୌର "ଶିରୋମଣୀ ଅକାଳୀ ଦଳ"ର ଏକ ସକ୍ରିୟ ସଦସ୍ୟ ଅଟନ୍ତି, ଯାହା ପଞ୍ଜାବରେ ଏକ ଦୃଢ଼ ରାଜନୈତୀକ ଦଳ ଅଟେ । ସେ ୧୯୯୫ ମସିହାରେ ପାର୍ଟୀରେ ସାମିଲ ହୋଇଥିଲେ ଏବଂ ଏହା ପରେ-ପରେ ପାର୍ଟୀର କାର୍ଯ୍ୟ ସମିତିର ସଦସ୍ୟ ଭାବେ ନିଯୁକ୍ତ ହେଲେ । ୧୯୯୭ ମସିହାରେ ସେ କପୂରଥଳା ଜେଲର ଭୋଳଥ ନିର୍ବାଚନ କ୍ଷେତ୍ରରୁ ବଛାଗଲେ । ତାଙ୍କୁ ପ୍ରକାଶ ସିଂ ବାଦଲ, ମନ୍ତ୍ରୀମଣ୍ଡଳରେ ସାମାଜିକ କଲ୍ୟାଣ, ମହିଳାମାନଙ୍କ ବିକାଶ ଏବଂ ପିଲାମାନଙ୍କ କଲ୍ୟାଣର ବିଭାଗ ଛଡା ପର୍ଯ୍ୟଟନ ଏବଂ ସାଂସ୍କୃତିକ ମାମଲାର ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତ କରିଥିଲେ । ଏସିଜିପିସିର ଅଧ୍ୟକ୍ଷ ରୂପେ ନିଯୁକ୍ତ ହେବାପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ତାଙ୍କର ଉନ୍ନତି ଉଲ୍କାପିଣ୍ଡ ଭଳି ଥିଲା, ଯାହା ଗଣିତରେ ଶିକ୍ଷକଠାରୁ ବଢିକରି ଏସିଜିପିସିର ଅଧ୍ୟକ୍ଷ ପଦ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । [୪]

କନ୍ୟାର ମୃତ୍ୟୁ[ସମ୍ପାଦନା]

ଜଗୀର କୌରଙ୍କ କନ୍ୟା ହରପ୍ରୀତ କୌରଙ୍କ ୨୦ ଏପ୍ରିଲ ୨୦୦୦ ମସିହାରେ ଏକ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ।[୫] ନିଜ କନ୍ୟା ତାଙ୍କ ଅନିଚ୍ଛାରେ ଅନ୍ୟକାହା ସହ ବିବାହ କରି ପଳେଇଯିବାରୁ, ଜବାବରେ ଜଗୀର କୌର ଏକ ସମ୍ମାନ ହତ୍ୟା ଆଦେଶ ଦେଇଥିଲେ ବୋଲି କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ ତଦନ୍ତ କରି ପ୍ରକାଶ କରିଥିଲେ । ଜଗୀର କୌରଙ୍କୁ ଶେଷରେ ନିଜ କନ୍ୟାଙ୍କ ମୃତ୍ୟୁ ମାମଲାରେ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ଘୋଷଣା କରାଗଲା ।[୬]

ଆଧାର[ସମ୍ପାଦନା]

  1. "The case of a mother and daughter". Archived from the original on 2007-10-06. Retrieved 2019-02-13.
  2. "The Hindu : National : Jagir Kaur is SGPC chief again". Archived from the original on 2007-12-01. Retrieved 2019-02-13.
  3. No-court-relief-for-Bibi-Jagir-Kaur
  4. old/85812/ From a maths teacher to SGPC chief Singh, Bajinder Pal, 17 March 1999, The Indian Express
  5. Bibi’s teenaged daughter dead Mystery shrouds circumstances Singh, Varinder, 21 April 1999, The Tribune
  6. Bibi Jagir Kaur jailed for role in daughter's kidnapping; murder charges dropped Angre, Keti, 31 March 2002, NDTV