ଜଗନ୍ନାଥଙ୍କ ଷୋଳକଳା
ଷୋଳକଳାର ସମଷ୍ଟି ହେଉଛନ୍ତି କଳା ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସେ ପୂର୍ଣ୍ଣବ୍ରହ୍ମ। ତାଙ୍କ ଷୋଳକଳାରୁ ଗୋଟିଏ କ୍ଳ ହେଉଛନ୍ତି ଶ୍ରୀକୃଷ୍ଣ। ତାହା ହେଉଛି ମହାପ୍ରଭୁଙ୍କ ଶେଷକଳା। ଓଡ଼ିଶା ସାହିତ୍ୟରେ ଲେଖଥିବା ଚର୍ଚ୍ଚିତ ପଂକ୍ତିଟି ପରଂବ୍ରହ୍ମଙ୍କଠାରୁ ଶ୍ରୀକୃଷ୍ଣଙ୍କ ସୃଷ୍ଟିର ସଙ୍କେତ ଦେଉଛି। ସେଥିପାଇଂ ଓଡ଼ିଆ ସାହିତ୍ୟରେ ଲେଖା ଯାଇଛି:
' ଜଗନ୍ନାଥ ଯେ ଷୋଳକଳା,
ତହୁଁ କଳାଏ ନନ୍ଦବଳା'।
ଅର୍ଥାତ ମହାପ୍ରଭୁ ହେଉଛନ୍ତି ଷୋଳକଳା ବିଶିଷ୍ଟ । ସେଥୁରୁ ଶ୍ରୀକୃଷ୍ଣ ହେଉଛନ୍ତି ମାତ୍ର ଗୋଟିଏ କଳା ।
କାରଣ:
[ସମ୍ପାଦନା]ଭଗବତ ବାଣୀ ଅନୁସାରେ ଶ୍ରୀକୃଷ୍ଣଙ୍କଙ୍କ ଭକ୍ତମାନେ 'କୃଷ୍ଣ ହେଉଛନ୍ତି ଭଗବାନ' ବୋଲି ଗ୍ରହଣ କରନ୍ତି । ଯେହେତୁ କୃଷ୍ଣଙ୍କୁ ଭଗବାନ' ବୋଲି ଗ୍ରହଣ କରାଯାଏ,ତେଣୁ ଭଗବାନଙ୍କର ଷୋଳକାଳର ବିଚାର କରାଯାଏ ।
ବିଶେଷ ଭାବେ ଉତର ଭାରତରେ ଶ୍ରୀକୃଷ୍ଣଙ୍କ ଷୋଳକଳାର ଆଲୋଚନା କରାଯାଏ । ଶ୍ରୀକୃଷ୍ଣଙ୍କ ଷୋଳକଳା ମଧ୍ୟରେ ଯେଉଁଯେଉଁ ଶବ୍ଦ,ଯେଉଁଯେଉଁ କଳାକୁ ଗ୍ରହଣ କରାଯାଇଛି ;ସେଥିରେ ଭକ୍ତି ଭାବ ଅଧିକ ରହିଛି । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାରେ ସଂସାରର ସମସ୍ତ ସ୍ଥିତି ସମାହିତ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଗବାନ,ଦେବତା କିମ୍ବା ଈଶ୍ୱର ନୁହନ୍ତି । ସେ ହେଉଛନ୍ତି ପରମେଶ୍ୱର ପରମସତ୍ତା । ସେହି ପରମେଶ୍ୱର ଦାରୁ ରୂପ ଧରି ଆର୍ବିଭାବ ହୋଇଥିବାରୁ ତାଙ୍କୁ ଦାରୁବ୍ରହ୍ମ କୁହାଯାଏ । ଶ୍ରୀକୃଷ୍ଣଙ୍କ ଷୋଳକଳାରେ ଭଗବାନଙ୍କ ଷୋଳକଳା ଥିବାବେଳେ ଏଠାରେ ପରଂବ୍ରହ୍ମଙ୍କ ଷୋଳକଳା ରହିଛି । ତେଣୁ ଓଡ଼ିଶାର ଜ୍ଞାନ ଭକ୍ତି ଭାବରେ ମହାପ୍ରଭୁଙ୍କ ଷୋଳକଳାକୁ ସମ୍ପୂର୍ଣ୍ଣ୍ଣ ଭାବେ ଦର୍ଶାଯାଇଛି ଏବଂ ଶ୍ରୀକୃଷ୍ଣ ତାଙ୍କଠାରୁ ଗୋଟିଏ କଳା ରୂପରେ ଧାରା ଯାଇଛି । ଏହି ଷୋଳକଳା ସମ୍ପୂର୍ଣ୍ଣ ଯୋଗ ଶାସ୍ତ୍ର, ତନ୍ତ୍ର ଶାସ୍ତ୍ର, ଜ୍ୟୋତିଷଶାସ୍ତ୍ର, ପୁରାଣ ଶାସ୍ତ୍ର ଓ ଦର୍ଶନ ଶାସ୍ତ୍ର ଆଧାରିତ ।
ଷୋଳକଳା
[ସମ୍ପାଦନା]କ୍ରମ | କଳା | ବିବରଣୀ |
---|---|---|
୧ | ଇକ୍ଷଣ ଶକ୍ତି | ନିରୀକ୍ଷଣ କରିବା ଶକ୍ତି । ଏ ଜଗତରେ କିଏ କେଉଁଠି କ'ଣ କରିବା ଉଚିତ ;ଏଥି ପ୍ରତି ଧ୍ୟାନ ଦେବାକୁ ଇକ୍ଷଣ କଳା କୁହାଯାଏ |
୨ | ପ୍ରାଣ ଶକ୍ତି | ପ୍ରାଣାୟମ ଯୋଗଦ୍ୱାରା ଶକ୍ତିକୁ ନିଜ ଅଧିନକୁ ଆଣି ଜଗତ ମଙ୍ଗଳ ପାଇଁ ନିୟୋଜିତ ହେଉଥିବା କଳା |
୩ | ଶ୍ରଦ୍ଧା ଓ ଭକ୍ତି | ବେଦ, ପରମସତ୍ତା, ଧର୍ମ ଏବଂ ଗୁରୁଙ୍କ ପ୍ରତି ଅଟଳ ଶ୍ରଦ୍ଧା ଓ ଭକ୍ତି ଭାବ । ଏହା ମଣିଷର ଗୁଣ ହେଇଥିଲେ ମଧ୍ୟ ତନ୍ତ୍ର ଶାସ୍ତ୍ରରେ କଳା ବିଚାରରେ ଗ୍ରହଣ କରାଯାଇ ଭକ୍ତିକୁ ଶକ୍ତି ବୋଲି ଗ୍ରହଣ କରାଯାଇଛି |
୪ | ଖ'ମାର୍ଗ | ଆକାଶ ବା ଶୂନ୍ୟରେ ବିଚରଣ କରି ସମସ୍ତ ଜଗତର ମଙ୍ଗଳ ପାଇଁ କରୁଥିବା କାର୍ଯ୍ୟ |
୫ | ଅଗ୍ନିହୋତ୍ର ଶକ୍ତି | ଅଗ୍ନି ବିଦ୍ୟାର ବିରଳ କଳା । ଯଜ୍ଞ ଅଗ୍ନିଠାରୁ ଉଦୟ ଅଗ୍ନି ପର୍ଯ୍ୟନ୍ତ ଆଗ୍ନେୟାସ୍ତ୍ରର ରହସ୍ୟକୁ ଭେଦ କରିବାର ଶକ୍ତି । |
୬ | ଜଳନ୍ତରଣ | ପୃଥିବୀ ସମ୍ପୂର୍ଣ୍ଣ ପ୍ରଳୟ ହୋଇଯିବ ପରେ ଜଗତକୁ ନିଜ ଭିତରେ ରଖି (ଗର୍ଭରେ ସ୍ଥାନ ଦେଇ) ପ୍ରଳୟ ଜଳ ଉପରେ ରହି ନିଜକୁ ନିୟନ୍ତ୍ରଣ କରିବାର କଳା |
୭ | ମଲ୍ଲ ବିଦ୍ୟା | ବାସ୍ତବରେ ନିଜ ଶରୀରକୁ ଜଗତର ମଙ୍ଗଳ ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ସକ୍ଷମ ହେବାକୁ କୁହାଯାଏ |
୮ | ଜିତେନ୍ଦ୍ରିୟ | ସମସ୍ତ ଇନ୍ଦ୍ରିୟକୁ ଯିଏ ଜୟ କରି ପର ଅପଣା ଭେଦ ଭାବ ରଖେନାଇ, ଶତ୍ରୁମିତ୍ର ଭାବ ରଖେ ନାହିଁ । ଜଗତର ସମସ୍ତ ଜନତା ଯେମିତି ତାହାର ସନ୍ତାନ । ସେଭଳି ଭାବଧାରା ଓ ବିଚାରଧାରାକୁ କାର୍ଯ୍ୟକରି କରିବାରେ ଯିଏ ସକ୍ଷମ |
୯ | କାର୍ଯ୍ୟକ୍ଷମ | ଦାର୍ଶନିକ ଜ୍ଞାନ ବଳରେ ଯିଏ ସମସ୍ତ ବଧ ବିଘ୍ନ ଦୂର କରି କାର୍ଯ୍ୟ ସମ୍ପାଦନ କରିଥାନ୍ତି |
୧୦ | ପାଳନ | ଶସ୍ୟ, ବୃକ୍ଷ,ବୀଜ ଓ ପୁଷ୍ପ ଯିଏ ଉତପରଣା କରାଇପାରେ ଏବଂ ତାର ସଦୁପଯୋଗ କରାଇବାକୁ ପାଳନ କଳା କୁହାଯାଏ |
୧୧ | ବ୍ରହ୍ମଚର୍ଯ୍ୟ | ମଣିଷର ବ୍ରହ୍ମଚର୍ଯ୍ୟକୁ ରକ୍ଷା କରି ୧୪ ଭୁବନକୁ ନିଜ ଅଧୀନରେ ରଖିବାକୁ |
୧୨ | ତପସ୍ୟା | ଧର୍ମ ଓ କର୍ତ୍ତବ୍ୟର ସୁରକ୍ଷା ପଣି ଯିଏ ସମସ୍ତ କଷ୍ଟକୁ ସହ୍ୟ କରିପାରେ ଓ ଏହାର ଉଦ୍ଧେଶ୍ୟରେ କେବଳ ଜଗତ କଲ୍ୟାଣ ପଣି ପ୍ରୟୋଗ କରିପାରେ |
୧୩ | ବେଦଜ୍ଞ | ବେଦ ରହଶ୍ୟକୁ ସମ୍ପୂର୍ଣ୍ଣ ଜାଣି ବେଦମନ୍ତ୍ରର ଦ୍ରଷ୍ଟାହୋଇ ଲୋକ କଲ୍ୟାଣ ପାଇଁ ସେହି ସାମର୍ଥ୍ୟକୁ ବିନିଯୋଗ କରିବା ହିଁ ଏହି କଳା |
୧୪ | ବାକଶକ୍ତି | ନିଜ ବାଣୀଦ୍ୱାରା ଅନ୍ୟକୁ ବସ କରିବାର ଶକ୍ତି |
୧୫ | କ୍ରିୟାଶକ୍ତି | କର୍ମନିଷ୍ଠ ହେବ ପାଇଁ କର୍ମଯୋଗୀ ହେବା,ସୁକର୍ମ କରିବା ଓ ଜନମଙ୍ଗଳ କାମ କରିବା ଯିଏ ଅମପା ଶକ୍ତି ଆହରଣ କରିଥାଏ |
୧୬ | ଆକର୍ଷଣ | ନିଜ କାର୍ଯ୍ୟରେ ଅନ୍ୟକୁ ଆକର୍ଷଣ କରିପାରୁଥିବ |
ଏହି ଷୋଳକଳା ମହାପ୍ରଭୁଙ୍କ ପାଖରେ ଅଛି । ଷୋଳକଳାକୁ ନେଇ ଜଗତର ପରମସତ୍ତା ପରଂବ୍ରହ୍ମ ହୋଇଥିବାରୁ ତାଙ୍କୁ ଷୋଳ କଳାର ଆଧାର କୁହାଯାଏ ବୈଷ୍ଣବ ମାନଙ୍କ କଥା ଅନୁସାରେ ଶ୍ରୀକୃଷ୍ଣ ହେଉଛନ୍ତି ଏହି କ୍ଳର ଶେଷ କଳା । କାରଣ କୃଷ୍ଣଙ୍କ ଅର୍ଥ ହେଉଛି ଆକର୍ଷଣ ଶକ୍ତି । ଏହି ଶକ୍ତି ଯାହାର ଥାଏ ତାଙ୍କୁ କୃଷ୍ଣ କୁହାଯାଏ । ୧୬ କଳା ଧାରଣ କୃ ଧରାବତରଣ କରିଥିବାରୁ କୃଷ୍ଣଙ୍କୁ ଲୋକ ବିଚାରରେ ଷୋଳକଳାରେ ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି ବୋଲି ଧାରଣ ଅଛି । ମାତ୍ର ସେ ଷୋଳକଳାରେ ନୁହେଁ ,୧୬ତମ କଳାର ଅଧିକାରୀ ।
ଆଧାର
[ସମ୍ପାଦନା]- ପ୍ରମୟ,ପୃଷ୍ଠା-୨,୨୩ ଜୁନ ୨୦୧୫