ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା

ଉଇକିପିଡ଼ିଆ ରୁ
Jump to navigation Jump to search
Chittaranjan Locomotive Works
चित्तरंजन लोकोमोटिव वर्क्स
ପ୍ରକାରGovernment of India
ସଂସ୍ଥାର ପ୍ରକାରElectrical Locomotives (at present)
ତିଆରି କରାଯାଇଥିଲା1950
ପ୍ରତିଷ୍ଠାତାIndian Railway
ମୂଖ୍ୟାଳୟChittaranjan, Asansol
ସେବା ପରିସରIndia
ParentIndian railways
ୱେବସାଇଟclw.indianrailways.gov.in

ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା (ବଙ୍ଗଳା:চিত্তরঞ্জন লোকোমোটিভ ওয়ার্কস) ଏକ ସରକାରୀ[୧] ଇଲେକ୍ଟ୍ରିକ ରେଳ ଇଞ୍ଜିନ ନିର୍ମାଣ କାରଖାନା ।[୨] ଏହା ପଶ୍ଚିମ ବଙ୍ଗର ଅସାନସୋଲଠାରେ ସ୍ଥାପିତ । ଏହା ପୃଥିବୀର ସର୍ବବୃହତ ରେଳ ଇଞ୍ଜିନ ନିର୍ମାଣ କାରଖାନା । 

WAP5 ଶ୍ରେଣୀର ଏକ ରେଳ ଇଞ୍ଜିନ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନାରେ ନିର୍ମିତ 

ବିବରଣୀ [ସମ୍ପାଦନା]

୧୯୫୦ ମସିହାରେ ଏହି ଶିଳ୍ପାନୁଷ୍ଠାନ ଭାରତୀୟ ରେଳବାଇଦ୍ୱାରା ପ୍ରତିଷ୍ଠିତ ହେଇଥିଲା[୩] ଓ ତାହାକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସଙ୍କ ନାମାନୁସାରେ ଚିତ୍ତରଞ୍ଜନ ଲୋକୋମୋଟିଭ କାରଖାନା କୁହାଗଲା । ଏହି କାରଖାନା ନିକଟରେ ଥିବା ରେଳ ଷ୍ଟେସନକୁ ମଧ୍ୟ ଚିତ୍ତରଞ୍ଜନ ରେଳ ଷ୍ଟେସନ କୁହାଯାଏ । 

କାରଖାନାରୁ ପ୍ରଥମ ଷ୍ଟିମ ଇଞ୍ଜିନର ଉତ୍ପାଦନ ପ୍ରକ୍ରିୟା ୧୯୫୦ ମସିହା ଜାନୁଆରୀ ୨୬ରେ ଆରମ୍ଭ ହେଲା । ବ୍ରିଟେନ ର North British Locomotive Company ସହ ସହବନ୍ଧିତ ହେଇ ଏହି କାରଖାନା ଜ୍ଞାନକୌଶଳ ପାଇଥିଲା । ୧୯୫୦, ନଭେମ୍ବର ୧ ତାରିଖରେ ଏଥିରୁ ପ୍ରସ୍ତୁତ ପ୍ରଥମ ଷ୍ଟିମ ଇଞ୍ଜିନ(WG ଶ୍ରେଣୀର ଇଞ୍ଜିନ)କୁ ଭାରତର ତତ୍ କାଳୀନ ରାଷ୍ଟ୍ରପତି ଡାଃ ରାଜେନ୍ଦ୍ର ପ୍ରସାଦ ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସଙ୍କ ନାମରେ  ଉତ୍ସର୍ଗ କରିଥିଲେ । ନିକଟସ୍ଥ ରେଳ ଷ୍ଟେସନ, ଯାହା ଆଗରୁ ମିହିଜାମ ନାମରେ ପରିଚିତ ଥିଲା ତାହାକୁ 'ଚିତ୍ତରଞ୍ଜନ ଷ୍ଟେସନ' ନାମ ପ୍ରଦାନ କରାଗଲା । 

ଏହି କାରଖାନା ପାଇଁ କେତେକ ଆବଶ୍ୟକୀୟ ଯନ୍ତ୍ରପାତି ବ୍ରିଟେନରୁ ଆମଦାନୀ କରାଯାଉଥିଲା । 

୧୯୬୮ ମସିହା ପରେ ଷ୍ଟିମ ଇଞ୍ଜିନ ଅପେକ୍ଷା ଡିଜେଲ ଇଞ୍ଜିନର ବେଶି ଚାହିଦା ରହିଲା । ତେଣୁ ଏହି କାରଖାନାରେ ଡିଜେଲ ଇଞ୍ଜିନର ନିର୍ମାଣ କାମ ୧୯୬୮ରୁ ଆରମ୍ଭ ହେଲା । ତତ୍ ପରେ ଉଭୟ ଷ୍ଟିମ ଓ ଡିଜେଲ ଇଞ୍ଜିନ ସ୍ଥାନରେ ଇଲେକ୍ଟ୍ରିକ ଇଞ୍ଜିନଦ୍ୱାରା ଟ୍ରେନ ସବୁ ଚଳିବାର ସୁବିଧା ହେଲା । ଅନେକ ରେଳପଥ ବୈଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହେଲା ପରେ ଇଲେକ୍ଟ୍ରିକ ଇଞ୍ଜିନର ଚାହିଦା ବୃଦ୍ଧି ହେଲା । ଚିତ୍ତରଞ୍ଜନ ଇଞ୍ଜିନ କାରଖାନାରେ ୧୯୭୩ ଓ ୧୯୭୪ ମସିହାରେ ଯଥାକ୍ରମେ ଷ୍ଟିମ ଇଞ୍ଜିନ ଓ ଡିଜେଲ ଇଞ୍ଜିନର ନିର୍ମାଣ କାର୍ଯ୍ୟ ବନ୍ଦ କରାଗଲା । ତାହାପରଠୁ ଏହି କାରଖାନାରେ କେବଳ ଇଲେକ୍ଟ୍ରିକ ଇଞ୍ଜିନର ନିର୍ମାଣ ହଉଛି ।[୪] 

କାରଖାନାରେ ଆବଶ୍ୟକିୟ ଲୁହା ଓ ଇସ୍ପାତ IISCO ଷ୍ଟିଲ କାରଖାନା, ଆସନସୋଲ ଓ ଟାଟା ଷ୍ଟିଲ, ଜାମସେଦପୁରରୁ ଆହରଣ କରାଯାଇଥାଏ । 

WAP 7 ଶ୍ରେଣୀର ଏକ ରେଳ ଇଞ୍ଜିନ 

ଉତ୍ପାଦ ସବୁ [ସମ୍ପାଦନା]

ଇଞ୍ଜିନ ସମୂହ [ସମ୍ପାଦନା]

WAP-7 : 6000 hp, 25 kV AC, Broad Gauge (B.G.), passenger locomotive, 140 km/hr, 3-phase technology

WAP-5 : 5440 hp, 25 kV AC, Broad Gauge (B.G.), passenger locomotive, 160 km/hr / 200 km/hr, 3-phase technology

WAG-9 : 6000 hp, 25 kV AC, Broad Gauge (B.G.), freight locomotive,100 km/hr, 3-phase technology

WAG-7 : 5000 hp, 25 kV AC, Broad Gauge (B.G.), 1.676 m, freight locomotive, 100 km/hr, Tap changer/ DC Traction Motor technology

WAP-4 : 5000 hp, 25 kV AC, Broad Gauge (B.G.), 1.676 m, passenger locomotive, 130 km/hr, Tap changer/ DC Traction Motor technology

ଟ୍ରାକସନ  ମୋଟର [ସମ୍ପାଦନା]

I 3-PHASE TRACTION MOTOR TYPE 6FRA6068 & 6FXA 7059: 3-Phase Trcation Motors type 6FRA6068 for WAG-9 and WAP-7 locomotives & 6FXA7059 for WAP-5 locomotive are being manufactured indigenously by CLW since the financial year 1998-99 & 1999-2000 respectively. With the production of 3-phase Traction Motor,CLW has entered the era of state of the art,3-phase technology

II HITACHI TRACTION MOTOR TYPE HS15250A: Hitachi traction Motor is one of the most critical and vital equipment in conventional Electric locomotives type WAG-7 & WAP-4 under production at CLW.The production of Hitachi TM is now completely stabilized.

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of locomotive builders

ବାହ୍ୟ ସଂଯୋଗ [ସମ୍ପାଦନା]

ଆଧାର [ସମ୍ପାଦନା]

  1. Indian railways centenary number, 1853-1953. Printed and published by B. Mitra on behalf of Chittaranjan Locomotive Works, Chittaranjan. 1953.
  2. Pradeep Sharma (1 January 2007). Human Geography: Energy Resources. Discovery Publishing House. pp. 255–. ISBN 978-81-8356-286-7.
  3. http://www.thehindubusinessline.com/news/its-been-a-power-ride-for-chittaranjan-locomotive-works/article5170931.ece
  4. Edgar Thorpe (2012). The Pearson General Knowledge Manual 2012. Pearson Education India. pp. 3–. ISBN 978-81-317-6190-8.