ଚିତବନ ଜାତୀୟ ଉଦ୍ୟାନ
ଚିତବନ ଜାତୀୟ ଉଦ୍ୟାନ Chitwan National Park | |
---|---|
IUCN Category II (National Park) | |
ଚିତବନ ଜାତୀୟ ଉଦ୍ୟାନର ନକସା | |
ଅବସ୍ଥାନ | ନେପାଳ |
ପାଖ ସହର | ଭରତପୁର |
ଦିଗବାରେଣି | 27°30′0″N 84°20′0″E / 27.50000°N 84.33333°E |
କ୍ଷେତ୍ରଫଳ | ९३२ वर्ग किमी |
ସ୍ଥାପିତ | ୧୯୭୩ ମସିହା |
ଚିତବନ ଜାତୀୟ ଉଦ୍ୟାନ ନେପାଳର ପ୍ରଥମ ଏବଂ ପୁରାତନ ଜାତୀୟ ଉଦ୍ୟାନ ଅଟେ | ଏହା ୧୯୭୩ ମସିହାରେ "ରୟାଲ୍ ଚିତବନ ଜାତୀୟ ଉଦ୍ୟାନ" ନାମରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହି ଉଦ୍ୟାନକୁ ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଥିଲା ।[୧] ଏହାର ଉଚ୍ଚତା ନଦୀ ଉପତ୍ୟକାରେ ୧୦୦ ମିଟର (୩୩୦ ଫୁଟ) ରୁ ଶିବାଲିକ ପାହାଡ ଅଞ୍ଚଳରେ ଏହା ୮୧୫ ମିଟର (୨,୬୭୪ ଫୁଟ) ପର୍ଯ୍ୟନ୍ତ ରହିଛି । ପାର୍କର ମୁଖ୍ୟାଳୟ କସରାରେ ଅଛି | ସମସ୍ତ ପ୍ରକାର ପ୍ରଶାସନିକ କାର୍ଯ୍ୟ କସରା ଠାରେ ହିଁ କରାଯାଇଥାଏ |
୧୯୫୧ ପର୍ଯ୍ୟନ୍ତ, ଚିତବନ ଉପତ୍ୟକାରେ ତତ୍କାଳୀନ ଶାସକମାନେ ବ୍ୟକ୍ତିଗତ ଆମୋଦ ପାଇଁ ଶିକାର କରୁଥିଲେ । ପରେ ଏହା ଚିତବନ ଜାତୀୟ ଉଦ୍ୟାନରେ ପରିଣତ ହେଲା | ଚିତବନ ଜାତୀୟ ଉଦ୍ୟାନର ମୁଖ୍ୟ ଫାଟକ ନିକଟତମ ସହର ଭରତପୁର ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ | ଯୋଗାଯୋଗ ନିମିତ୍ତ ଭରତପୁର ବିମାନବନ୍ଦରରେ ଦୈନିକ ବିମାନସେବା ଉପଲବ୍ଧ ଥିବାବେଳେ ଭରତପୁର ଦେଇ ମଧ୍ୟ ଏହି ଉଦ୍ୟାନ ପରିଦର୍ଶନ କରାଯାଇପାରିବ |
ଏହି ଉଦ୍ୟାନର ଉତ୍ତର ଏବଂ ପଶ୍ଚିମରେ ନାରାୟଣ-ରାପ୍ତି ନଦୀ ଏକ ପ୍ରାକୃତିକ ସୀମା ସୃଷ୍ଟିକରି ଘେରି ରହିଛି | ଚିତବନ ଜାତୀୟ ଉଦ୍ୟାନର ପୂର୍ବ ଦିଗରେ ପାର୍ସା ଜାତୀୟ ଉଦ୍ୟାନ, ଏବଂ ଦକ୍ଷିଣରେ ରହିଅଛି ଇଣ୍ଡିଆନ୍ ଟାଇଗର ରିଜର୍ଭ "ବାଲ୍ମୀକି ଜାତୀୟ ଉଦ୍ୟାନ" । ଅର୍ଥାତ ୨,୦୭୫ ବର୍ଗ କିଲୋମିଟର (801 ବର୍ଗ ମାଇଲ) ବ୍ୟାପ୍ତ ସମନ୍ୱିତ ସଂରକ୍ଷିତ ଅଞ୍ଚଳ ମଧ୍ୟରେ ରହିଛି ଟାଇଗର ସଂରକ୍ଷଣ ୟୁନିଟ୍ (TCU) ଚିତବନ-ପାର୍ସା-ବାଲ୍ମୀକି ଜାତୀୟ ଉଦ୍ୟାନ ଅଞ୍ଚଳ, ଯାହା ମୁଖ୍ୟତଃ ତୃଣଭୂମି ଏବଂ ସବଟ୍ରୋପିକାଲ୍ ଆର୍ଦ୍ର ବୃକ୍ଷଲତା ଜଙ୍ଗଲରେ ଆବୃତ ।[୨]
ଇତିହାସ
[ସମ୍ପାଦନା]ଉନ୍ନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଚିତବନ ଜାତୀୟ ଉଦ୍ୟାନ ନେପାଳର ଶାସକ ଶ୍ରେଣୀ ପାଇଁ ଏକ ପ୍ରିୟ ଶୀତଦିନିଆ ଶିକାର କ୍ଷେତ୍ର ଥିଲା | ୧୯୫୦ ଦଶକ ପର୍ଯ୍ୟନ୍ତ, ନେପାଳର ଦକ୍ଷିଣ ଅଞ୍ଚଳରୁ କାଠମାଣ୍ଡୁ ଯାତ୍ରା ଏତେ କଷ୍ଟସାଧ୍ୟ ଥିଲା ଯେ କେବଳ ଜଙ୍ଗଲ ମାର୍ଗ ଦେଇ ଚାଲି ଚାଲି ଯିବାକୁ ପଡୁଥିଲା । ତେବେ ଶାସକ ବର୍ଗର ଲୋକେ ଶିକାର କରିବା ଉଦ୍ଦେଶ୍ୟରେ ଆସି ଶିକାର କରି ଅନେକ ଦିନ ରହୁଥିଲେ ଏବଂ ଏଠାରେ ବାଘ, ଭାଲୁ, ଏବଂ ଚିତା ଶିକାର କରୁଥିଲେ ।ଯେତେବେଳେ ମଧ୍ୟ-ପାହାଡ ଅଞ୍ଚଳର ଗରିବ କୃଷକମାନେ ଚିତବନ ଉପତ୍ୟକାକୁ ଚାଷ ଜମି ଖୋଜିବାକୁ ଆସିଲେ, ସେମାନେ ଜଙ୍ଗଲକୁ ନଷ୍ଟ କରି ଏଠାରେ ବସବାସ କଲେ । ଫଳରେ ଏ ଅଞ୍ଚଳରେ ଜୀବଜନ୍ତୁ ଶୀକାର ବୃଦ୍ଧି ପାଇଲା ।୧୯୫୭ ମସିହାରେ, ଦେଶରେ ପ୍ରଥମେ ଥର ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥା ଆଇନଗତ ଭାବେ ଲାଗୁ କରାଯିବା ପାଇଁ ବ୍ୟବସ୍ଥା ହେଲା । ୧୯୫୯ ମସିହାରେ, ଏଡୱାର୍ଡ ପ୍ରିଚାର୍ଡଙ୍କ ଦ୍ଵାରା ଏକ ସର୍ଭେ କରାଯାଇ ଉତ୍ତର ରାପ୍ତି ନଦୀ ତଥା ଦକ୍ଷିଣ ଅଞ୍ଚଳର ବନ୍ୟଜନ୍ତୁଙ୍କ ସଂରକ୍ଷଣ ପାଇଁ ପରୀକ୍ଷାମୂଳକ ଭାବେ ଦଶ ବର୍ଷ ପାଇଁ ରାପ୍ତି ନଦୀର ଉତ୍ତରାଞ୍ଚଳକୁ ସଂରକ୍ଷିତ ଅଞ୍ଚଳ ତଥା ଦକ୍ଷିଣ ଅଞ୍ଚଳରେ ଏକ ଅଭୟାରଣ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।[୩]
୧୯୬୦ ଦଶକର ଶେଷ ବେଳକୁ ହଜାର ହଜାର ଲୋକ ଶତକଡା ୭୦ ଭାଗ ଜଙ୍ଗଲ ସଫା କରିସାରିଥିଲେ ଏବଂ ବସତି ସ୍ଥାପନ କରିବା ଆରମ୍ଭ କଲେ । ଫଳରେ ଚିତବନ ଜଙ୍ଗଲରେ ଗଣ୍ଡା ସଂଖ୍ୟାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହେଲା । ଏହାକୁ ଦୃଷ୍ଟିରେ ରଖି ସରକାର ୧୩୦ ଜଣ ସଶସ୍ତ୍ର କର୍ମଚାରୀଙ୍କୁ ନେଇ ଚିତବନର ସମଗ୍ର ଅଞ୍ଚଳରେ ପାଟ୍ରୋଲିଂ ପାଇଁ ସୁରକ୍ଷା ବ୍ୟବସ୍ଥା ଗଠନ କରି ଏକ ରେନୋ ଯାଞ୍ଚ ଦଳ ଗଠନ କରିଥିଲେ । ଗଣ୍ଡା ଶିକାର ରୋକିବା ପାଇଁ ଚିତବନ ଜାତୀୟ ଉଦ୍ୟାନକୁ ୧୯୭୦ ରେ ଏହାର ସୀମା ନିର୍ଦ୍ଧାରଣ କରାଯାଇ ସଂରକ୍ଷିତ ଜଙ୍ଗଲ ଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।
୧୯୭୭ ମସିହାରେ, ଉଦ୍ୟାନର କ୍ଷେତ୍ରକୁ ବିସ୍ତାର କରାଯିବା ଫଳରେ ଯାହା ବର୍ତ୍ତମାନର କ୍ଷେତ୍ର 932 କିଲୋମିଟର (360 ବର୍ଗ ମାଇଲ୍) ରେ ପରିଣତ ହୋଇଥିଲା । ୧୯୯୭ରେ, ନାରାୟଣ-ରାପ୍ତି ନଦୀ ପ୍ରଣାଳୀର ଉତ୍ତର ଏବଂ ପଶ୍ଚିମ ଏବଂ ଉଦ୍ୟାନର ଦକ୍ଷିଣ-ପୂର୍ବ ସୀମା ତଥା ଭାରତ ସହିତ ଅନ୍ତର୍ଜାତୀୟ ସୀମା ମଧ୍ୟରେ 766.1 କିଲୋମିଟର (295.8 ବର୍ଗ ମାଇଲ) ର ମଧ୍ୟବର୍ତ୍ତୀ କ୍ଷେତ୍ର ଯୋଡା ଯାଇଥିଲା ।
ଜଳବାୟୁ
[ସମ୍ପାଦନା]ଚିତବନରେ ବର୍ଷସାରା ଅଧିକ ବୃଷ୍ଟିପାତ ସହିତ ଏକ ଉଷ୍ଣଦେଶୀୟ ଜଳବାୟୁ ଅନୁଭୂତ ହୁଏ । ଏଠାରେ ୧୪-୧୫ ସପ୍ତାହ ମଧ୍ୟରେ ବାର୍ଷିକ ହାରାହାରି ୨୫୦୦ମିଲିମିଟରରୁ ଅଧିକ ବର୍ଷା ହୁଏ |
ପଶୁ ପକ୍ଷୀ
[ସମ୍ପାଦନା]ଏହି ଉଦ୍ୟାନ ସିଂହ, ଗଣ୍ଡା ଏବଂ ବାଘ ପାଇଁ ବିଶେଷ ପ୍ରସିଦ୍ଧ | ଏହି ଉଦ୍ୟାନରେ ୪୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୫୦ ପ୍ରଜାତିର ପକ୍ଷୀ ଏବଂ ୪୫ ପ୍ରଜାତିର ଉଭୟଚର ଜୀବ ବାସ କରନ୍ତି। ଏଠାରେ ପ୍ରମୁଖ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ହରିଣ, ଚିତା, ମାଙ୍କଡ ଏବଂ ଲାଙ୍ଗୁର ମାଙ୍କଡ଼ ଇତ୍ୟାଦି ଦେଖାଯାଆନ୍ତି |
ଆଧାର
[ସମ୍ପାଦନା]- ↑ Centre, UNESCO World Heritage. "Chitwan National Park". UNESCO World Heritage Centre (in ଇଂରାଜୀ). Retrieved 2024-11-27.
- ↑ Wikramanayake, E.D.; Dinerstein, E.; Robinson, J.G.; Karanth, K.U.; Rabinowitz, A.; Olson, D.; Mathew, T.; Hedao, P.; Connor, M.; Hemley, G. & Bolze, D. (1999). "Where can tigers live in the future? A framework for identifying high-priority areas for the conservation of tigers in the wild". In Seidensticker, J.; Christie, S. & Jackson, P. (eds.). Riding the Tiger. Tiger Conservation in human-dominated landscapes. Cambridge: Cambridge University Press. pp. 255–272. ISBN 0-521-64835-1. Archived from the original on 10 March 2012. Retrieved 23 October 2011.
- ↑ Gee, E. P. (1963-08). "Report on a Brief Survey of the Wild Life Resources of Nepal, Including the Rhinoceros". Oryx (in ଇଂରାଜୀ). 7 (2–3): 67–76. doi:10.1017/S0030605300002416. ISSN 1365-3008.
{{cite journal}}
: Check date values in:|date=
(help)