Jump to content

ଚାରୁ ମଜୁମଦାର

ଉଇକିପିଡ଼ିଆ‌ରୁ

ଚାରୁ ମଜୁମଦାର (ବଙ୍ଗଳା: চারু মজুমদার; ୧୫ ମଇ ୧୯୧୮- ୨୮ ଜୁଲାଇ ୧୯୭୨), ଭାରତର ଜଣେ କମ୍ୟୁନିଷ୍ଟ ନେତା ତଥା 'କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ'ର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ (ମାର୍କ୍ସବାଦୀ-ଲେନିନ୍ଷ୍ଟ) ଥିଲେ ।[୧] ୧୯୧୮ ମସିହାରେ ସିଲିଗୁଡ଼ିରେ ଏକ ପ୍ରଗତିଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରି ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ କମ୍ୟୁନିଷ୍ଟ ଚିନ୍ତାଧାରାରେ ସାମିଲ ହୋଇଥିଲେ ଏବଂ ପରେ ସନ୍ତ୍ରାସବାଦୀ ନକ୍ସଲାଇଟ୍ ଦଳ ଗଠନ କରିଥିଲେ । ଏହି ସମୟ ମଧ୍ୟରେ ସେ ୧୯୬୭ ନକ୍ସଲବାରୀ ବିଦ୍ରୋହର ଐତିହାସିକ ବିବରଣୀ ଲେଖିଥିଲେ । ତାଙ୍କର ଲେଖା, ବିଶେଷକରି ଐତିହାସିକ ଆଠଟି ଦସ୍ତାବିଜ, ବିଦ୍ରୋହର ମାର୍ଗଦର୍ଶନ କରୁଥିବା ଆଦର୍ଶର ଏକ ଅଂଶ ହୋଇପାରିଛି ।

ଜୀବନି[ସମ୍ପାଦନା]

ମଜୁମଦାର ୧୯୧୮ ମସିହାରେ ରାଜଶାହୀ (ବର୍ତ୍ତମାନ ସିଲିଗୁଡ଼ି)ର ମାତୁଆଲୋଇରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨] ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ତାଙ୍କ ପିତା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୯୩୮ ମସିହାରେ ମଜୁମଦାର କଲେଜ ପଢା ଛାଡିଥିଲେ । କଲେଜ ପଢା ଛାଡିବା ପରେ ମଜୁମଦାର ତତ୍କାଳୀନ ନିଷିଦ୍ଧ 'କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ' (ସିପିଆଇ)ରେ ଯୋଗ ଦେଇ ଏହାର କୃଷକ ଫ୍ରଣ୍ଟ 'Peasant front' ବିଭାଗରେ କାର୍ଯ୍ୟ କରିଥିଲେ । କିନ୍ତୁ ତାଙ୍କ ନାମରେ ଏକ ଗିରଫ ୱାରେଣ୍ଟ ଜାରି ହେବାରୁ କମ୍ୟୁନିଷ୍ଟ କାର୍ଯ୍ୟକର୍ତ୍ତା ଭାବରେ ପ୍ରଥମ ଥର ପାଇଁ ସେ ଅଣ୍ଡରଗ୍ରାଉଣ୍ଡ ହେବାକୁ ବାଧ୍ୟ ହେଲେ । ଯଦିଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସିପିଆଇ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ତଥାପି ସେ କୃଷକମାନଙ୍କ ମଧ୍ୟରେ ସିପିଆଇ କାର୍ଯ୍ୟକଳାପ ଜାରି ରଖିଥିଲେ ଏବଂ ୧୯୪୨ ମସିହାରେ ସିପିଆଇ ଜଲପାଇଗୁରି ଜିଲ୍ଲା କମିଟିର ସଦସ୍ୟ ହୋଇଥିଲେ । ୧୯୪୩ର ମହା ଦୁର୍ଭିକ୍ଷ ସମୟରେ ସେ ଜାଲପାଇଗୁରୀ ଅଞ୍ଚଳର ତେବାଗା ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଉତ୍ତର ବେଙ୍ଗଲରେ ଏକ ସଂଗ୍ରାମ ଆରମ୍ଭ କରିଥିଲେ । ପରେ ସେ ଦାର୍ଜିଲିଂରେ ଚା ବଗିଚା କର୍ମଚାରୀଙ୍କ ମଧ୍ୟରେ କାମ କରିଥିଲେ ।

୧୯୪୮ରେ ସିପିଆଇ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ଫଳରେ ସେ ପରବର୍ତ୍ତୀ ତିନି ବର୍ଷ ଜେଲରେ ରହିଥିଲେ । ଜାନୁୟାରୀ ୧୯୫୨ରେ ସେ ଜଲପାଇଗୁଡ଼ିର ସହକର୍ମୀ ସିପିଆଇ ସଦସ୍ୟ ଲୀଲା ମଜୁମଦାର ସେନଗୁପ୍ତାଙ୍କୁ ବିବାହ କରିଥିଲେ ।କିଛି ବର୍ଷ ଧରି ସିଲିଗୁରୀରେ ଏହି ଦମ୍ପତିର ତାଙ୍କ କାର୍ଯ୍ୟକଳାପର ଜାରି ରଖିଲେ । ସେ ୧୯୬୨ ମସିହାରେ କିଛି ସମୟ ପାଇଁ ଜେଲ ଜୀବନ ବିତାଇଥିଲେ ।

୧୯୬୦ ଦଶକର ମଧ୍ୟଭାଗରେ ମଜୁମଦାର ଉତ୍ତର ବଙ୍ଗଳାର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଆଇ)ରେ ଏକ ବାମପନ୍ଥୀ ଦଳ ସଂଗଠିତ କରିଥିଲେ । ୧୯୬୭ ମସିହାରେ, ତାଙ୍କ ସାଥୀ କାନୁ ସାନିଆଲଙ୍କ ନେତୃତ୍ୱରେ ନକ୍ସଲବାରୀରେ ଏକ ସନ୍ତ୍ରାସବାଦୀ କୃଷକ ବିଦ୍ରୋହ ହୋଇଥିଲା । ଏହି ଗୋଷ୍ଠୀ ପରେ ନକ୍ସଲାଇଟ ଭାବରେ ଜଣାଶୁଣା ହେଲେ ଏବଂ ଏହି ସମୟରେ ତାଙ୍କଦ୍ୱାରା ଲିଖିତ ଆଠଟି ବିଶିଷ୍ଟ ଲେଖା ସେମାନଙ୍କର ଆଦର୍ଶଗତ ଭିତ୍ତିଭୂମି ଭାବରେ ପରିଗଣିତ ହେଲା । ୧୯୬୭ ମସିହାରେ ଯେତେବେଳେ ନକ୍ସଲବାରୀ ବିଦ୍ରୋହ ଧ୍ୱଂସ ହେଲା, ମଜୁମଦାର କହିଥିଲେ: "... hundreds of Naxalbaris are smoldering in India....Naxalbari has not died and will not die। [୩] ସେହି ବର୍ଷ ମଜୁମଦାର ସମସ୍ତ ଦଳ ବିଲୟ କରି ୧୯୬୯ ମସିହାରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ - ଲେନିନ୍ଷ୍ଟ) ପ୍ରତିଷ୍ଠା କରିଥିଲେ - ମଜୁମଦାର ହେଲେ ଏହାର ସାଧାରଣ ସମ୍ପାଦକ ।

ମୃତ୍ୟୁ[ସମ୍ପାଦନା]

୧୬ ଜୁଲାଇ ୧୯୭୨ରେ ସକାଳ ୩ଟା ସମୟରେ କଲିକତା ପୋଲିସର ଜଣେ ଅଧିକାରୀ ରଣଜିତ୍ ଗୁହା ନିୟୋଗି (ଛଦ୍ମନାମ ରନୁ ଗୁହା ନିୟୋଗି) ଏବଂ ତାଙ୍କ ଟିମ୍ ମଜୁମଦାରଙ୍କୁ ଗୁରୁତର ସ୍ୱାସ୍ଥ୍ୟ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲେ । ପୋଲିସର ସୂଚନାନୁସାରେ, ୨୮ ଜୁଲାଇ ୧୯୭୨ରେ ଭୋର ୪ ଟା ସମୟରେ ମଜୁମଦାରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । କିନ୍ତୁ ନକ୍ସଲମାନଙ୍କ ଅନ୍ୟ୍ ବିରୋଧୀ ଗୋଷ୍ଠୀ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ଆରୋପ କରନ୍ତି ।[୪] ସଶସ୍ତ୍ର ପୋଲିସ ଏବଂ ପାରାମିଲିଟାରୀ ଫୋର୍ସଙ୍କ ତତ୍ତ୍ୱାବଧାନରେ ତାଙ୍କ ମୃତଦେହ କେଓରାଟୋଲା କ୍ରେମେଟୋରିୟମରେ ଶବଦାହ କରାଯାଇଥିଲା ।

ମଜୁମଦାରଙ୍କ ମୃତ୍ୟୁ ପରଠାରୁ ଭାରତରେ ଆଂଚଳିକ ବାମପନ୍ଥୀ ଆନ୍ଦୋଳନ ଅନେକ ଆଦର୍ଶଗତ ବିଭାଜନ ମଧ୍ୟ ଦେଇ ଗତି କରିଛି । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନ୍ବାଦୀ) ମୁକ୍ତି ବାହିନୀ ମଜୁମଦାରଙ୍କ ମୃତ୍ୟୁ ଦିନକୁ ଶହୀଦ ଦିବସ ପାଳନ କରିଥାଏ । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ମଜୁମଦାରଙ୍କ ମୃତ୍ୟୁକୁ ସ୍ମରଣ କରି ଜୁଲାଇର ଶେଷ ସପ୍ତାହରେ ଶହୀଦ ସପ୍ତାହ ପାଳନ କରିଥାଏ ।

ଆଧାର[ସମ୍ପାଦନା]

  1. Roy, Arundhati (2010-03-29). "Walking With The Comrades" (in ଇଂରାଜୀ). Outlook India. Archived from the original on 25 February 2016. Retrieved 2021-10-18.
  2. "Charu Majumdar -- The Father of Naxalism". Hindustan Times (in ଇଂରାଜୀ). 9 May 2003. Retrieved 2 October 2023.
  3. Banerjee, Sumanta (1984). India's Simmering Revolution: The Naxalite Uprising. Zed Press. p. 112. ISBN 9780862320386.
  4. "Charu Majumdar -- The Father of Naxalism". Hindustan Times (in ଇଂରାଜୀ). 9 May 2003. Retrieved 2 October 2023.