ଚନ୍ଦନନାଥ ମନ୍ଦିର

Coordinates: 29°16′27.15″N 82°11′0.65″E / 29.2742083°N 82.1835139°E / 29.2742083; 82.1835139
ଉଇକିପିଡ଼ିଆ‌ରୁ
Chandannath Temple
चन्दननाथ मन्दिर
Chandannath and Bhairabnath Temple
Chandannath and Bhairabnath Temple during Ghatasthapana, when yearly-lingo replacement ceremony is held
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictJumla District
ଦେବାଦେବୀDattatreya
Location
ସ୍ଥାନChandannath Municipality
StateKarnali Province
CountryNepal
ଚନ୍ଦନନାଥ ମନ୍ଦିର is located in Nepal
ଚନ୍ଦନନାଥ ମନ୍ଦିର
Shown within Nepal
ଭୌଗଳିକ ଅବସ୍ଥିତି29°16′27.15″N 82°11′0.65″E / 29.2742083°N 82.1835139°E / 29.2742083; 82.1835139
Elevation2,514 m (8,248 ft)

ଚନ୍ଦନନାଥ ମନ୍ଦିର (/'ʧʌndʌn'nʌθ 'tɛmpl/ listen ; ନେପାଳର ଜୁମଲା ଟାଉନଠାରେ (Jumla) ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏହା ଚନ୍ଦନନାଥ ମ୍ୟୁନିସିପାଲଟି ଅନ୍ତର୍ଗତ ଖଲଙ୍ଗା ବଜାରରେ ଅଛି ।

ଇତିହାସ[ସମ୍ପାଦନା]

ଏହି ମନ୍ଦିର କଲଲା ରାଜବଂଶ ଅମଳରେ ତିଆରି କରାଯାଇଥିବା ଜଣାଯାଏ । କଲାଲ ରାଜବଂଶ ତଥା ମନ୍ଦିର ବିଷୟରେ କୌଣସି ଲିଖିତ ତଥ୍ୟ ନାହିଁ । ପୁରୁଷ ପୁରୁଷ ଧରି ଲୋକ ମୁଖରେ ଏହାର କାହାଣୀ ଚାଲିଛି ।

କାଶ୍ମୀରର ଚନ୍ଦନନାଥ ବାବା[ସମ୍ପାଦନା]

କାଶ୍ମୀରର ଚନ୍ଦନନାଥ ଏଠାକୁ ଦତ୍ତାତ୍ରେୟଙ୍କ (ଅନ୍ୟ ନାମ ତ୍ରିମୂର୍ତ୍ତି) ଆଣିଥିଲେ । ସେହି ସ୍ଥାନରେ ସେ ପ୍ରତିମା ରଖିବାରୁ କଲଲା ରାଜବଂଶ ଏକ ମନ୍ଦିର ତିଆରି କରିବାର ପ୍ରେରଣା ପାଇଥିଲେ । ଏହାର ଜଳବାୟୁର କାଶ୍ମୀର ସାଥିରେ ସାମଞ୍ଜସ୍ୟ ଥିବାରୁ ଚନ୍ଦନନାଥ ଜୁମଳାରେ ପ୍ରଥମେ ଉଷୁନା ଚାଉଳ (brown rice (मार्सी चामल)) ପ୍ରଚଳନ କରିଥିଲେ ।

Cow offering milk at sacred place[ସମ୍ପାଦନା]

ଯେଉଁଠାରେ ଏବେ ମନ୍ଦିର ଅଛି ସେଠାରେ କେବେ କ୍ଷୀର ଦେଉନଥିବା ଗୋଟିଏ ଗାଈ ଠିଆ ହୋଇଥିବା ବେଳେ ତାହାର ପହ୍ନାରୁ କ୍ଷୀର ଝରିବାକୁ ଲାଗିଲା । ଗାଈ ମାଲିକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଲେ । ଲୋକମାନେ ଭାବିଲେ ତାହା ଏକ ପବିତ୍ର ସ୍ଥାନ ଯେହେତୁ ସେଠାରେ ଗାଈ କ୍ଷୀର ଦେଉଛି । ତେଣୁ ସେହି ପବିତ୍ର ସ୍ଥାନରେ ସେମାନେ ଏକ ମନ୍ଦିର ତିଆରି କରେଇଥିଲେ ।[୧]

ଆଚରଣ[ସମ୍ପାଦନା]

ଏହି ମନ୍ଦିରରେ ପ୍ରତି ବର୍ଷ ସ୍ଥାନୀୟ ଲୋକମାନେ ଲିଙ୍ଗ ପରିବର୍ତ୍ତନ କରନ୍ତି । କାଠରେ ତିଆରି ଏହି ଲିଙ୍ଗର ଉଚ୍ଚତା ୫୨ ଫୁଟ, ଇଟା ରଙ୍ଗରେ ରଙ୍ଗେଇ ଦିଆଯାଏ ଓ ଏକ ବିରାଟ କନା ତାହା ଚାରି ପାଖରେ ସିଲେଇ କରିଦିଆଯାଏ । ଲିଙ୍ଗ ବଦଳ ସମୟରେ ଭାଂଗିଥିଲେ ତାହାକୁ ଏକ ଅଶୁଭ ସୂଚନା ଧରାଯାଉଥିଲା । ଏହାକୁ ଘାଟ ପରିବର୍ତ୍ତନ କୁହାଯାଏ ଓ ଏହା ନିମନ୍ତେ ବହୁତ ଭକ୍ତ ସମାଗମ ହୁଏ । କୃଷ୍ଣ ଜନ୍ମାଷ୍ଟମୀମହା ଶିବରାତ୍ରି ଓ ଅନ୍ୟାନ୍ୟ ହିନ୍ଦୁ ପର୍ବମାନଙ୍କରେ ଏହି ମନ୍ଦିରରେ ଅନେକ ଭକ୍ତ ସମାଗମ ହୁଏ ।

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Chandannath Temple Tour | Himkala Adventure".