ଚନ୍ଦନନାଥ ମନ୍ଦିର
| Chandannath Temple | |
|---|---|
चन्दननाथ मन्दिर | |
Chandannath and Bhairabnath Temple during Ghatasthapana, when yearly-lingo replacement ceremony is held | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | Jumla District |
| ଦେବାଦେବୀ | Dattatreya |
| Location | |
| ସ୍ଥାନ | Chandannath Municipality |
| State | Karnali Province |
| Country | Nepal |
| ଭୌଗଳିକ ଅବସ୍ଥିତି | 29°16′27.15″N 82°11′0.65″E / 29.2742083°N 82.1835139°E |
| Elevation | 2,514 m (8,248 ft) |
ଚନ୍ଦନନାଥ ମନ୍ଦିର (/'ʧʌndʌn'nʌθ 'tɛmpl/
listen (help·info); ନେପାଳର ଜୁମଲା ଟାଉନଠାରେ (Jumla) ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏହା ଚନ୍ଦନନାଥ ମ୍ୟୁନିସିପାଲଟି ଅନ୍ତର୍ଗତ ଖଲଙ୍ଗା ବଜାରରେ ଅଛି ।
ଇତିହାସ
[ସମ୍ପାଦନା]ଏହି ମନ୍ଦିର କଲଲା ରାଜବଂଶ ଅମଳରେ ତିଆରି କରାଯାଇଥିବା ଜଣାଯାଏ । କଲାଲ ରାଜବଂଶ ତଥା ମନ୍ଦିର ବିଷୟରେ କୌଣସି ଲିଖିତ ତଥ୍ୟ ନାହିଁ । ପୁରୁଷ ପୁରୁଷ ଧରି ଲୋକ ମୁଖରେ ଏହାର କାହାଣୀ ଚାଲିଛି ।
କାଶ୍ମୀରର ଚନ୍ଦନନାଥ ବାବା
[ସମ୍ପାଦନା]କାଶ୍ମୀରର ଚନ୍ଦନନାଥ ଏଠାକୁ ଦତ୍ତାତ୍ରେୟଙ୍କ (ଅନ୍ୟ ନାମ ତ୍ରିମୂର୍ତ୍ତି) ଆଣିଥିଲେ । ସେହି ସ୍ଥାନରେ ସେ ପ୍ରତିମା ରଖିବାରୁ କଲଲା ରାଜବଂଶ ଏକ ମନ୍ଦିର ତିଆରି କରିବାର ପ୍ରେରଣା ପାଇଥିଲେ । ଏହାର ଜଳବାୟୁର କାଶ୍ମୀର ସାଥିରେ ସାମଞ୍ଜସ୍ୟ ଥିବାରୁ ଚନ୍ଦନନାଥ ଜୁମଳାରେ ପ୍ରଥମେ ଉଷୁନା ଚାଉଳ (brown rice (मार्सी चामल)) ପ୍ରଚଳନ କରିଥିଲେ ।
Cow offering milk at sacred place
[ସମ୍ପାଦନା]ଯେଉଁଠାରେ ଏବେ ମନ୍ଦିର ଅଛି ସେଠାରେ କେବେ କ୍ଷୀର ଦେଉନଥିବା ଗୋଟିଏ ଗାଈ ଠିଆ ହୋଇଥିବା ବେଳେ ତାହାର ପହ୍ନାରୁ କ୍ଷୀର ଝରିବାକୁ ଲାଗିଲା । ଗାଈ ମାଲିକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଲେ । ଲୋକମାନେ ଭାବିଲେ ତାହା ଏକ ପବିତ୍ର ସ୍ଥାନ ଯେହେତୁ ସେଠାରେ ଗାଈ କ୍ଷୀର ଦେଉଛି । ତେଣୁ ସେହି ପବିତ୍ର ସ୍ଥାନରେ ସେମାନେ ଏକ ମନ୍ଦିର ତିଆରି କରେଇଥିଲେ ।[୧]
ଆଚରଣ
[ସମ୍ପାଦନା]ଏହି ମନ୍ଦିରରେ ପ୍ରତି ବର୍ଷ ସ୍ଥାନୀୟ ଲୋକମାନେ ଲିଙ୍ଗ ପରିବର୍ତ୍ତନ କରନ୍ତି । କାଠରେ ତିଆରି ଏହି ଲିଙ୍ଗର ଉଚ୍ଚତା ୫୨ ଫୁଟ, ଇଟା ରଙ୍ଗରେ ରଙ୍ଗେଇ ଦିଆଯାଏ ଓ ଏକ ବିରାଟ କନା ତାହା ଚାରି ପାଖରେ ସିଲେଇ କରିଦିଆଯାଏ । ଲିଙ୍ଗ ବଦଳ ସମୟରେ ଭାଂଗିଥିଲେ ତାହାକୁ ଏକ ଅଶୁଭ ସୂଚନା ଧରାଯାଉଥିଲା । ଏହାକୁ ଘାଟ ପରିବର୍ତ୍ତନ କୁହାଯାଏ ଓ ଏହା ନିମନ୍ତେ ବହୁତ ଭକ୍ତ ସମାଗମ ହୁଏ । କୃଷ୍ଣ ଜନ୍ମାଷ୍ଟମୀ ଓ ମହା ଶିବରାତ୍ରି ଓ ଅନ୍ୟାନ୍ୟ ହିନ୍ଦୁ ପର୍ବମାନଙ୍କରେ ଏହି ମନ୍ଦିରରେ ଅନେକ ଭକ୍ତ ସମାଗମ ହୁଏ ।
ଫଟୋ ଗ୍ୟାଲେରି
[ସମ୍ପାଦନା]-
ପ୍ରବଳ ବରଫପାତ ସମୟରେ ଚନ୍ଦନନାଥ ଓ ଭୈରବନାଥ ମନ୍ଦିରର ଦୃଶ୍ୟ
-
ଚନ୍ଦନନାଥ ମନ୍ଦିର ଭିତରେ ଥିବା ହନୁମାନ ମନ୍ଦିର Hanuman Temple beside Chandannath Temple
-
ଜାତୀୟ ଜେଓଗ୍ରାଫିକ ସୋସାଇଟି ନିମନ୍ତେ ୧୯୯୫ ଖ୍ରୀଷ୍ଟାବ୍ଦରେ ଜୋହାନ ରେନାହାର୍ଡ ଉତ୍ତୋଳନ କରିଥିବା ଫୋଟୋ
-
ବରଫପାତ ସମୟରେ ଚନ୍ଦନନାଥ ଓ ଭୈରବନାଥ ମନ୍ଦିରର ଦୃଶ୍ୟ
-
ଦୂରରୁ ଚନ୍ଦନନାଥ ଓ ଭୈରବନାଥ ମନ୍ଦିରର ଦୃଶ୍ୟ