ଚଣା ମସଲା

ଉଇକିପିଡ଼ିଆ‌ରୁ
ଚଣା ମସଲା
Made with the larger chickpeas
ଅନ୍ୟ ନାମଛୋଲା ମସଲା
ମୂଳ ସ୍ଥାନଭାରତ, ପାକିସ୍ତାନ
ଅଞ୍ଚଳ ବା ରାଜ୍ୟNorthern region of the Indian Subcontinent
ମୁଖ୍ୟ ଉପାଦାନନଡ଼ିଆ କୋରା, ଭୃସଙ୍ଗ ପତ୍ର, ପିଆଜ, ଟମାଟୋ, ଅଦା, ରସୁଣ, ଧନିଆ, ହଳଦୀ, ଧନିଆ ପାଉଡର, ଗରମ ମସଲା, ତେଲ, ଲୁଣ ଏବଂ ଲଙ୍କା ।
ପ୍ରକାର ଭେଦAloo chole, murgh cholay, chole bhature

ଚଣା ମସଲା ଭାରତୀୟ ଖାଦ୍ୟର ଏକ ପ୍ରସିଦ୍ଧ ଜିନିଷ ଅଟେ ।[୧] ଏଥିରେ ମୁଖ୍ୟ ସାମଗ୍ରୀ କାବୁଲି ଚଣା ଅଟେ । ଏହା ସତେଜ ମସଲା ଯୁକ୍ତ ଚଟପଟି ଖାଦ୍ୟ ଅଟେ । ଏହା ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ମିଳିଥାଏ, ଯେଉଁଥିରେ ଏହା ଉତ୍ତର ଭାରତରେ ସବୁଠାରୁ ବେଶୀ ପ୍ରଚଳିତ ।

ସାମଗ୍ରୀ[ସମ୍ପାଦନା]

କାବୁଲି ଚଣା ସହିତ ଏଥିରେ ପିଆଜ, ଟମାଟୋ, ଅଦା, ରସୁଣ, ଧନିଆ, ହଳଦୀ, ଧନିଆ ପାଉଡର, ଗରମ ମସଲା, ତେଲ, ଲୁଣ ଏବଂ ଲଙ୍କା ପଡିଥାଏ । ଏହା ସହିତ ନଡ଼ିଆ କୋରା ଏବଂ ଭୃସଙ୍ଗ ପତ୍ରର ବ୍ୟବହାର ହୋଇପାରେ । ଏହା ଏକ ଶାକାହାରୀ ବ୍ୟଞ୍ଜନ ଅଟେ । ଏହା ପ୍ରସ୍ତୁତ ସମୟରେ ଶୁଖିଲା ଚଣା ମସଲା ପକାଗଲେ ମଧ୍ୟ ଅଦ୍ଭୁତ ସ୍ୱାଦ ଆସିଥାଏ ।[୨]

କ୍ଷେତ୍ର[ସମ୍ପାଦନା]

ଭାରତରେ ଏହା ମୁଖ୍ୟତଃ ଉତ୍ତର ଭାରତର ପଞ୍ଜାବ ଛଡା ପଶ୍ଚିମ ଭାରତରେ ସିନ୍ଧୁ କ୍ଷେତ୍ର, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରଚଳିତ । ଗୁଜରାଟ ଏବଂ ରାଜସ୍ଥାନରେ ଏହା ପ୍ରାୟତଃ ସୁଖିଲା ରାନ୍ଧଣା ରୂପେ ପ୍ରସ୍ତୁତ ହୋଇଥାଏ । ଉତ୍ତର ପ୍ରଦେଶରେ ଏହା ତରକାରୀ ପରି ପ୍ରସ୍ତୁତ ହୋଇଥାଏ । ମସଲା ଏହାର ସର୍ବଦା ଚଟପଟା ହୋଇଥାଏ । କୁଲ୍ଚା କିମ୍ବା ଭଟୁରେ ସହ ଏହା ବଢାଯାଏ । ପ୍ରାୟତଃ ଉତ୍ସବରେ ଏହା ମୁଖ୍ୟ ବ୍ୟଞ୍ଜନ ରୂପେ ବ୍ୟବହୃତ ହୋଇଥାଏ ।

ପାକିସ୍ତାନରେ ଆଳୁ ଚଣା ବହୁତ ଲୋକପ୍ରିୟ । ଏହା କରାଚୀ ଏବଂ ଲାହୋର ସଡକରେ ପ୍ରାୟତଃ ମିଳିଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]