ଚକ ଦେ ଇଣ୍ଡିଆ

ଉଇକିପିଡ଼ିଆ‌ରୁ

ଚକ ଦେ ଇଣ୍ଡିଆ ୨୦୦୭ରେ ନିର୍ମିତ କ୍ରୀଡ଼ା ଭିତ୍ତିକ ଚଳଚ୍ଚିତ୍ର । ଏହାର ନିର୍ଦ୍ଦେଶକ ହେଉଛନ୍ତି ସୀମିତ ଅମିନ ଓ ରୋବ ମିଲ୍ଲର । ଏହାର ପ୍ରଯୋଜକ ହେଉଛନ୍ତି ଆଦିତ୍ୟ ଚୋପ୍ରା । ଏହାର ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମାନ ଓ ଚିତ୍ର ନିର୍ଦ୍ଦେଶନା ଜୈଦୀପ ସହିନୀ ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଜାତୀୟ ମହିଳା ହକି ଦଳ ୨୦୦୨ କମନ ୱେଲ୍‌ଥ ଖେଳରେ ଜିତି ଥିଲେ ଏହାକୁ ନେଇ ନିର୍ମାଣ କରାଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ କଳାକାର ଶାହରୁଖ ଖାନ କବିର ଖାନ ଭୂମିକାରେ ଅଭିନୟ କରିଥିଲେ । କବିର ଖାନ ଯିଏ କି ସେହି ଚଳଚ୍ଚିତ୍ରରେ ପୁରୁଷ ଦଳର ଦଳ କୋଚ୍ ଥିଲେ । ପାକିସ୍ତାନଠାରୁ ହାରିଯିବା ପରେ ସେ ବିରକ୍ତ ଓ ଦୁଃଖିତ ଥିଲେ । ସେହି ସମୟରେ ତାଙ୍କ ପଡୋଶୀମାନେ ଉତ୍ୟକ୍ତ ହୋଇ ତାଙ୍କୁ ଓ ତାଙ୍କ ମାଆଙ୍କୁ ଘରୁ ବାହାର କରିଦେଲେ ।

ଦିର୍ଘ ୭ ବର୍ଷ ପରେ ସେ ନିଜକୁ ପ୍ରସ୍ତୁତ କଲେ ଓ ସେ ମହିଳା ଦଳର କୋଚ୍ ହେଲେ । ତାଙ୍କର ଲକ୍ଷ୍ୟ ଥିଲା ଦଳର ୧୬ଜଣ ଖେଳାଳିଙ୍କୁ ଜାତୀୟ ସ୍ତରରେ ଚମ୍ପିୟାନ କରିବାକୁ ।

ଚକ ଦେ ଇଣ୍ଡିଆ ଚଳଚ୍ଚିତ୍ରଟି ବହୁତ ପୁରସ୍କାର ପାଇଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛି ।[୧] ୨୦୧୬ ଅଗଷ୍ଟ ୧୭ ଦିଲ୍ଲୀରେ ଏହା ସ୍ୱାଧୀନତା ଦିବସ ଚଳଚ୍ଚିତ୍ର ଉତ୍ସବରେ ଏକ ଅଂଶ ଥିଲା ।

ଆଧାର[ସମ୍ପାଦନା]

  1. "Chakde! India Movie Review". Retrieved 7 June 2018.

ବାହାର ଆଧାର[ସମ୍ପାଦନା]