ଘର୍ଷଣ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବାକିସବୁ ପାଇଁ, ଘର୍ଷଣ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।

ଘର୍ଷଣ କଠିନ ପୃଷ୍ଠଭୂମି, ତରଳ ଓ ଗ୍ୟାସୀୟ ସ୍ତର ଏବଂ ପରସ୍ପର ଘଷି ହେଉଥିବା ବସ୍ତୁ ମଧ୍ୟରେ ସୃଷ୍ଟି ହେଉଥିବା ବଳ[୧] ବିଭିନ୍ନ ପ୍ରକାରର ଘର୍ଷଣ ଅଛି :

  • ଶୁଷ୍କ ଘର୍ଷଣ ପରସ୍ପର ସଂସ୍ପର୍ଶରେ ଆସୁଥିବା ଦୁଇଟି କଠିନ ବସ୍ତୁ ମଧ୍ୟରେ ହେଉଥିବା ଆପେକ୍ଷିକ ପାର୍ଶ୍ୱିକ ପ୍ରତିରୋଧ । ଶୁଷ୍କ ଘର୍ଷଣକୁ ପୁନର୍ବାର, ଦୁଇଟି ସ୍ଥିର ପୃଷ୍ଠ ମଧ୍ୟରେ ହେଉଥିବା ସ୍ଥିତିଶୀଳ ଘର୍ଷଣ (ସ୍ଥିର ଘର୍ଷଣ) ଓ ଦୁଇଟି ଗତିଶୀଳ ପୃଷ୍ଠ ମଧ୍ୟରେ ହେଉଥିବା ଗତିଜ ଘର୍ଷଣରେ ବିଭକ୍ତ କରାଯାଏ ।
  • ତରଳ ଘର୍ଷଣ ପରସ୍ପର ନିକଟକୁ ଆପେକ୍ଷିକ ଗତି କରୁଥିବା, ଦୁଇଟି ବହଳିଆ ତରଳ ପଦାର୍ଥ ମଧ୍ୟରେ ଥିବା ଘର୍ଷଣକୁ ବୁଝାଏ ।
  • ଚର୍ମ ଘର୍ଷଣ ଘୋଷଡା ବଳର ଏକ ଅଂଶ, ଯାହା ଶରୀରରେ ପ୍ରବାହିତ ତରଳ ପଦାର୍ଥ ମଧ୍ୟରେ ସୃଷ୍ଟି ହୋଇଥାଏ ।
  • ଅନ୍ତଃ ଘର୍ଷଣ, କଠିନ ପଦାର୍ଥ ଅନ୍ୟ ଏକ ରୂପକୁ ପରିବର୍ତ୍ତିତ ହେଲା ବେଳେ, ତାକୁ ତିଅରି କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ଗତି ରୋଧକ ବଳ ।[୨]

ଯେତେବେଳେ ପରସ୍ପର ସଂସ୍ପର୍ଶରେ ଥିବା ପୃଷ୍ଠତଳ ପରସ୍ପର ନିକଟକୁ ଗତି କରିବାକୁ ଆରମ୍ଭ କରନ୍ତି, ସେମାନଙ୍କ ମଧ୍ୟରେ ସୃଷ୍ଟି ଘର୍ଷଣ, ଗତିଜ ଶକ୍ତିକୁ ତାପଜ ଶକ୍ତିରେ ପରିବର୍ତ୍ତନ କରେ (ଅର୍ଥାତ୍ ଏହା କାର୍ଯ୍ୟକୁ ତାପରେ ପରିବର୍ତ୍ତନ କରେ । ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବାଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ । ଯେତେବେଳେ ଘର୍ଷଣ ସହ ଗତି ହୁଏ, ସେତେବେଳେ ଗତିଜ ଶକ୍ତ, ତାଜ ଶକ୍ତିକୁ ରୂପାନ୍ତରିତ ହୁଏ । ଉଦାହରଣ ସ୍ୱରୂପ ଏକ ବହଳିଆ ତରଳ ପଦାର୍ଥକୁ ଘାଣ୍ଟିବା । ବିଭିନ୍ନ ପ୍ରକାରର ଘର୍ଷଣର ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଫଳାଫଳ ହେଉଛି ଘଷିହେବା, ଯାହାଫଳରେ ପ୍ରଦର୍ଶନ ନିମ୍ଙଗାମୀ ହୁଏ ବା ଉପାଦାନର କ୍ଷୟ ଘଟେ । ଘର୍ଷଣ ଗତି ବିଜ୍ଞାନର ଏକ ଅଂଶ ଅଟେ । ଘର୍ଷଣ ନିଜେ ଏକ ମୌଳିକ ବଳ ନୁହେଁ । ଶୁଷ୍କ ଘର୍ଷଣ ଭିତର ପୃଷ୍ଠତଳ ମଧ୍ୟରେ ଦୃଢ ସଂସ୍ପର୍ଶତା, ବନ୍ଧୁରତା, ବିରୂପତା, ପ୍ରଭୃତି ଫଳରେ ସୃଷ୍ଟି ହୋଇଥାଏ । ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, ପ୍ରଥମ ମୂଳତତ୍ତ୍ୱର ଅସାଧ୍ୟତା ଓ ପ୍ରମାଣସିଦ୍ଧ ପଦ୍ଧତିର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ ।

ଇତିହାସ[ସମ୍ପାଦନା]

ସର୍ପୀ ଘର୍ଷଣର ସର୍ବୋତ୍କୃଷ୍ଟ ନିୟମ ଲିଓନାର୍ଡୋ ଦା ଭିନ୍ସିଙ୍କଦ୍ୱାରା ଆବିଷ୍କାର ହୋଇଥିଲା, ମାତ୍ର ଏହା ତାଙ୍କର ଖାତାରେ ଅପ୍ରକାଶିତ ଭାବେ ଥିଲା ।[୩][୪][୫] ଏହିସବୁ ସିଦ୍ଧାନ୍ତ ୧୬୯୯ ମସିହାରେ ପୁଣିଥରେ ଗୁଇଲମ ଆମୋଣ୍ଟୋନ୍‌ସଙ୍କଦ୍ୱାରା ଆବିଷ୍କାର କରାଯାଇଥିଲା । ଆମୋଣ୍ଟୋନ୍‌ସ ଘର୍ଷଣର ସ୍ୱଭାବକୁ, ପୃଷ୍ଠତଳର ଅସମାନତା ଓ ପୃଷ୍ଠଗୁଡ଼ିକୁ ଏକାଠି ଚାପ ପକାଇ ଓଜନ ଉଠାଇବା ପାଇଁ ଆବଶ୍ୟକ ବଳ ସାହାଯ୍ଯରେ ଦର୍ଶାଇଥିଲେ । ଏହି ସିଦ୍ଧାନ୍ତ ପୁଣିଥରେ ବର୍ଣାଡ୍ ଫରେଷ୍ଟ ଦି ବେଲିଡ଼ରଙ୍କଦ୍ୱାରା ବ୍ୟାଖ୍ୟା କରାଯାଇଥିଲା । "Richtige Grund-Sätze der Friction-Berechnung" ("ଘର୍ଷଣ ଗଣନାର ସଠିକ ଆଧାର"), ୧୭୩୭, ( ଜର୍ମାନ)ରେ</ref> ଓ ଲିଓନାର୍ଡୋ ଇଉଲର (୧୭୫୦), ଯେ ଏକ ଆନତ ସମତଳରେ ବସ୍ତୁର ବିଶ୍ରାମ କୋଣକୁ ବାହାର କରିଥିଲେ ଏବଂ ସ୍ଥିର ଓ ଗତିଜ ଘର୍ଷବ ମଧ୍ୟରେ ପ୍ରଥମେ ପାର୍ଥକ୍ୟ ଦେଖାଇଥିଲେ ।[୬] ଜନ୍ ଥିଓଫିଲସ୍‌ଙ୍କଦ୍ୱାରା ୧୭୨୫ରେ ଏକ ଭିନ୍ନ ମତବାଦ ଦିଆଗଲା, ଯେ ଏହା ସୀସା ଗୋଲକମାନଙ୍କ ମଧ୍ୟରେ (ଯାହାର କଟା ଯାଇଥିବା ଏକ ଛୋଟ ଅଂଶକୁ ପରସ୍ପର ନିକଟକୁ ଆଣିବା ଫଳରେ) ସୃଷ୍ଟ ଏକ ଶକ୍ତିଶାଳୀ ବଳ ସଂଲଗ୍ନ ବଳ

ଆଧାର[ସମ୍ପାଦନା]

  1. http://www.merriam-webster.com/dictionary/friction
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; Meriam ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Dowson, Duncan (୧୯୯୭). History of Tribology, ୨nd Edition. Professional Engineering Publishing. ISBN ୧-୮୬୦୫୮-୦୭୦-X. 
  4. Armstrong-Hélouvry, Brian (୧୯୯୧). Control of machines with friction. USA: Springer. p. ୧୦. ISBN ୦-୭୯୨୩-୯୧୩୩-୦. 
  5. van Beek, Anton. "History of Science Friction". tribology-abc.com. Retrieved 2011-03-24. 
  6. "Leonhard Euler". Friction Module. Nano World. 2002. Retrieved 2011-03-25. 

[୧][୨]

  • କ୍ଷୟ ନିବାରଣ ଘର୍ଷଣ, ତରଳ ଘର୍ଷଣର ଏକ ଅବସ୍ଥା, ଯେଉଁଥିରେ ଏକ କ୍ଷୟ ନିବାରକ ତରଳ, ଦୁଇଟି କଠିନ ପୃଷ୍ଠକୁ ବିଭକ୍ତ କରେ ।[୩][୪][୫]