ଘଡ଼ଘଡ଼ି

ଉଇକିପିଡ଼ିଆ‌ରୁ
କ୍ୟୁମୁଲୋନିମ୍ବସ ମେଘ ଅଧିକାଂଶ ସମୟରେ ଘଡ଼ଘଡ଼ି ସୃଷ୍ଟି କରାଏ ।

ଘଡ଼ଘଡ଼ି (ଚଡ଼ଚଡ଼ି ବା ଚଡ଼କ) ଏକ ଶବ୍ଦର ନାମ ଯାହା ବିଜୁଳିରୁ ଉତ୍ପନ୍ନ ହୁଏ । ଏହା ଅତ୍ୟୁଚ୍ଚ ତୀବ୍ର ଶବ୍ଦରୁ ଆରମ୍ଭ କରି ଦୀର୍ଘ ସମୟ ଧରି ଚାପା ଶବ୍ଦ ହୋଇପାରେ । ବିଜୁଳି ମାରିବା ଯୋଗୁ ଏହା ଚତୁର୍ଦ୍ଦିଗରେ ବାୟୁର ହଠାତ୍ ଦୃତ ତାପ ପ୍ରସାରଣ ହୁଏ । ଏହି ବାୟୁ ପ୍ରସାରଣ ଯୋଗୁ ସୋନିକ ସକ୍ ଉତ୍ପନ୍ନ ହୁଏ ଯାହାକୁ ଆମେ ଘଡ଼ଘଡ଼ି କ‌ହୁ । ଇଂରାଜୀ ଭାଷାରେ ଏହାକୁ କ୍ଲାପ (clap), କ୍ରାକ (crack) ବା ପିଲ ଅଫ ଥଣ୍ଡର (peal of thunder) କୁହାଯାଏ ।

କାରଣ[ସମ୍ପାଦନା]

ଶତାବ୍ଦୀ ଶତାବ୍ଦୀ ଧରି ଘଡ଼ଘଡ଼ିର କାରଣ ସମ୍ବନ୍ଧରେ ଅନୁମାନ ଓ ବୈଜ୍ଞାନିକ ଅନୁସନ୍ଧାନ ଜାରି ରହିଛି । ବିରାଟ ଗ୍ରୀକ ଦାର୍ଶନିକ ଆରିସ୍ଟ‌ଟଲ୍ ପ୍ରଥମେ ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ ଏହା ମେଘ ଧକ୍କା ଯୋଗୁ ସଂଗଠିତ ହେଉଥିବାର କାରଣ ସମ୍ବନ୍ଧରେ କାରଣ ଲିପିବଦ୍ଧ କରିଛନ୍ତି । ପରେ ଅନେକ ରକମର ଥିଓରି ଉପସ୍ଥାପନ କରାଯାଇଛି । ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ବିଜୁଳି ଯୋଗୁ ଏକ ଭାକୁମ ବା ଶୁନ୍ୟ ସ୍ଥାନ ସୃଷ୍ଟି ହେଉଥିବା ଥିଓରିକୁ ଗ୍ରହଣ କରାଯାଇଥିଲା ।

ବାୟୁର ଏକ ସକ୍ ତରଙ୍ଗ ଯୋଗୁ ଘଡ଼ଘଡ଼ି ହେଉଥିବା କାରଣକୁ ବିଂଶ ଶତାବ୍ଦୀରେ ସମ୍ମତି ପ୍ରଦାନ କରାଯାଇଥିଲା ଯାହା ବିଜୁଳି ଚ୍ୟାନେଲରେ ପ୍ଲାଜ୍ମାର ହଠାତ ତାପ ପ୍ରସାରଣ ଯୋଗୁ ହୁଏ । [୧] ସ୍ପେକ୍ଟ୍ରାଲ ଆନାଲିସିସ ଅନୁସାରେ ବିଜୁଳି ଚ୍ୟାନେଲରେ ଆଭ୍ୟନ୍ତରୀଣ ଉତ୍ତାପ ୫୦ μsରୁ ପରିବର୍ତ୍ତିତ ହୋଇ ହଠାତ୍ ତୀବ୍ର ଗତିରେ ଉଠି ୨୦,୦୦୦ କେରୁ ପ୍ରାୟ ୩୦,୦୦୦ କେ ହୁଏ ଓ ଧୀରେ ଖସି ପ୍ରାୟ ୧୦,୦୦୦ କେ ହୁଏ । [୨] ଏହି ଉତ୍ତାପର ବାହ୍ୟ ଦୃତ ସଂପ୍ରସାରଣ ଯୋଗୁ ଚତୁର୍ପାର୍ଶ୍ୱରେ ଥିବା ଥଣ୍ଡା ବାୟୁ ଉପରେ ଶବ୍ଦ ତରଙ୍ଗଠାରୁ ଅଧିକ ଦୃତ ବେଗର ପ୍ରଭାବ ପଡ଼େ । ଏହା ଫଳରେ ବାହ୍ୟ ଚଳନ ସକ୍ ତରଙ୍ଗ ସୃଷ୍ଟି ହୁଏ,[୩] ଯେପରି ସୁପରସୋନିକ ଉଡ଼ାଜାହାଜ ବା ବିସ୍ଫୋରଣରେ ହୁଏ ।

ଦୂରତା ମାପ[ସମ୍ପାଦନା]

ବିଜୁଳି ଝଲକ ମାରିବାର କିଛି ସମୟ ପରେ ଘଡ଼ଘଡ଼ିର ଗର୍ଜନ ଶୁଣାଯାଉଥିବାରୁ ଶବ୍ଦର ଗରି ଆଲୋକ ଗରିଠାରୁ ଧୀର ଥିବା ଜଣାଯାଏ । ବିଜୁଳି ଖଲକ ଓ ଶବ୍ଦ ମଧ୍ୟରେ ଥିବା ସମୟ ପାର୍ଥକ୍ୟରୁ କେତେ ଦୂରରେ ବିଜୁଳି ମାରୁଛି, ମାପ କରାଯାଇପାରେ । ଶୁଷ୍କ ବାୟୁ ମଧ୍ୟରେ ଶବ୍ଦର ବେଗ ପ୍ରାୟ ୩୪୩ ମି/ସେ ବା ୧,୧୨୭'/ସେକଣ୍ଡ ୨୦ସେ ମଧ୍ୟରେ ।[୪] ଏଥିରୁ ଜଣାଯାଏ ଏହାର ଗତି କମି ପ୍ରତି ସେକଣ୍ଡ ବା ମାଇଲ ପିଛା ୪ସେକଣ୍ଡ ।

ଏହି ହିସାବ ଅନୁସାରେ ଆଲୋକ ବେଗ ଅତି ଅଧିକ ଓ ଇନଫିନିଟି ହେବ କାରଣ ଅତି ଛୋଟ ଦୂରତାକୁ ନେଇ ହିସାବ କରାଯାଇଛି । ଏହି ବେଗ ୩ ସେକଣ୍ଡରେ ଏକ କିମି ବା ମାଇଲ ପିଛା ୫ ସେକଣ୍ଡ । ଏହି ହିସାବ ଅନୁସାରେ ୫ ସେକଣ୍ଡରେ ଚନ୍ଦ୍ରକୁ ୪ ଥାର ଯାଇପାରିବ । [୫] ପ୍ରାୟ ୨୦ କିମି ବା ୧୨ ମାଇଲ ଦୂରତା ପରେ କ୍ୱଚିତ ଏହା ଶୁଣାଯାଏ ।[୩] ଉଜ୍ଜଳ ଝଲକ ଓ ଘଡ଼ଘଡ଼ି ପ୍ରାୟ ସଙ୍ଗେ ସଙ୍ଗେ ଶୁଣାଗଲେ ବିଜୁଳି ଅତି ପାଖରେ ମାରୁଥିବା ଜଣାଯାଏ ।

ଅତି ପାଖରେ ଘଡ଼ଘଡ଼ି ଶବ୍ଦ

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Rakov, Vladimir A.; Uman, Martin A. (2007). Lightning: Physics and Effects. Cambridge, England: Cambridge University Press. p. 378. ISBN 0-521-03541-4.
  2. Cooray, Vernon (2003). The lightning flash. London: Institution of Electrical Engineers. pp. 163–164. ISBN 0-85296-780-2.
  3. ୩.୦ ୩.୧ "Thunder". Encyclopædia Britannica. Retrieved 2008-09-12.
  4. Handbook of Chemistry and Physics, 72nd edition, special student edition. Boca Raton: The Chemical Rubber Co. 1991. p. 14.36. ISBN 0-8493-0486-5.
  5. "ଆର୍କାଇଭ୍ କପି". Archived from the original on 2007-10-15. Retrieved 2016-07-14. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Thunder-ସମ୍ପର୍କିତ ମିଡ଼ିଆ