ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼

ଉଇକିପିଡ଼ିଆ‌ରୁ
ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼
୨୦୧୭ ମସିହାର ମାଲେସିଆ ମୋଟରସାଇକେଲ୍ ଗ୍ରଁ-ପ୍ରି ଦୌଡ଼ର ଏକ ଚିତ୍ର
Highest governing bodyଏଫ୍. ଆଇ. ଏମ୍. (ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘ)
First played୧୯୪୯
Characteristics
Categorizationଚାଳକମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଇଞ୍ଜିନ୍ ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା
Venueପରିକ୍ରମଣ ସଡ଼କ (ରେସିଂ ସର୍କିଟ୍)

ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ (ଇଂରାଜୀରେ Grand Prix motorcycle racing) ହେଉଛି ବିଶ୍ୱର ସର୍ବୋତ୍ତମ ମୋଟରସାଇକେଲ୍ ବା ମୋଟର ବାଇକ୍ ଦୌଡ଼ ପ୍ରତିଯୋଗିତା । ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘ (ଏଫ୍. ଆଇ. ଏମ୍. - Fédération Internationale de Motocyclisme) ତତ୍ତ୍ୱାବଧାନରେ ଏହି ଦୌଡ଼ ପ୍ରତିଯୋଗିତାର ଆୟୋଜନ ଓ ସଞ୍ଚାଳନ କରାଯାଇଥାଏ । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ମୋଟରସାଇକେଲ୍ ଦୌଡ଼ର ଆୟୋଜନ କରାଯାଇ ଆସୁଥିଲା[୧] ଓ ସାମାନ୍ୟ ବଡ଼ ଧରଣର ଜାତୀୟ ସ୍ତରର ପ୍ରତିଯୋଗିତାମାନଙ୍କୁ ଗ୍ରଁ-ପ୍ରି ଭାବେ ଅଭିହିତ କରାଯାଉଥିଲା ।[୨] ୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘର ସ୍ଥାପନା ପରେ ନିୟମାବଳୀ ପ୍ରଣୟନ କରାଯାଇ ଅନ୍ତର୍ଜାତୀୟ ସ୍ତରରେ ମୋଟରସାଇକେଲ୍ ଦୌଡ଼ର ଆୟୋଜନ ହେଲା ଯାହାକୁ ଇଂରାଜୀରେ FIM Road Racing World Championship Grand Prix ବୋଲି କୁହାଯାଉଥିଲା । ମୋଟରସାଇକେଲ୍ ଦୌଡ଼ ବିଶ୍ୱର ସର୍ବ ପୁରାତନ ମୋଟର ଦୌଡ଼ ପ୍ରତିଯୋଗିତା ।[୩]

ଗ୍ରଁ-ପ୍ରିରେ ବ୍ୟବହୃତ ମୋଟର ସାଇକେଲ୍ ବିଶେଷରୂପେ ଦୌଡ଼ ପାଇଁ ଉଦ୍ଦିଷ୍ଟ । ସାଧାରଣ ଲୋକଙ୍କ କ୍ରୟ, ବ୍ୟବହାର ବା ସହରର ସଡ଼କରେ ଏଗୁଡ଼ିକୁ ଚଳାଇବା ମନା । ସାଧାରଣ ଜନତାଙ୍କ ପାଇଁ ନିର୍ମିତ ମୋଟର ସାଇକେଲ୍‍ମାନଙ୍କୁ କିଛି ମାତ୍ରାରେ ପରିବୃଦ୍ଧ କରି “ସୁପର୍‍ବାଇକ୍ ବିଶ୍ୱ ଚାମ୍ପିୟନ୍‍ଶିପ୍” ଓ “ଆଇଲ୍ ଅଫ୍ ମ୍ୟାନ୍ ଟିଟି ରେସ୍” ପରି ପ୍ରତିଯୋଗିତାର ଆୟୋଜନ କରାଯାଏ ଯାହା ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ଠାରୁ ଭିନ୍ନ ।

ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ ପ୍ରତିଯୋଗିତା ଚାରିଟି ବର୍ଗରେ ବିଭକ୍ତ – ମୋଟୋ ଜେନେରାଲ୍ ପ୍ରାକ୍ଟିସନର୍ (ମୋଟୋ ଜିପି), ମୋଟୋ-୨, ମୋଟୋ-୩ ଓ ମୋଟୋ-ଇ । ୨୦୧୯ ମସିହାରେ ମୋଟୋ-ଇ ନୂତନ ଭାବେ ଆରମ୍ଭ କରାଗଲା । ପ୍ରଥମ ତିନୋଟି ବର୍ଗରେ ୪ ଷ୍ଟ୍ରୋକ୍ ଇଞ୍ଜିନ୍‍ବିଶିଷ୍ଟ ମୋଟରସାଇକେଲ୍ ବ୍ୟବହୃତ ହେବାବେଳେ ଚତୁର୍ଥ ବର୍ଗରେ ଇଲେକ୍ଟ୍ରିକ୍ ମୋଟରବାଇକ୍ ବ୍ୟବହୃତ ହୋଇଥାଏ । ୨୦୧୯ କ୍ରୀଡ଼ାବର୍ଷରେ ସର୍ବମୋଟ ୧୯ଟି ଦୌଡ଼ (ୟୁରୋପରେ ୧୨, ଏସିଆରେ ୩, ଆମେରିକାରେ ୨, ଅଷ୍ଟ୍ରେଲିଆରେ ୧ ଓ ମଧ୍ୟ-ପୂର୍ବ ଏସିଆରେ ୧) ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଇତିହାସ[ସମ୍ପାଦନା]

ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼
୨୦୦୬ ମସିହାର ୟାମାହା ୱାଇଜେଡ୍ଆର୍-ଏମ୍୧ ମୋଟୋ ଜିପି ବାଇକ୍

୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଙ୍ଘଦ୍ୱାରା ପ୍ରଥମ ଏଫ୍. ଆଇ. ଏମ୍. ବିଶ୍ୱ ସଡ଼କ ଦୌଡ଼ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ମହାସଂଘ ପ୍ରତିଯୋଗିତାରେ ଖେଳର ନିୟନ୍ତ୍ରକ ହୋଇଥିବା ବେଳେ ଡୋର୍ଣ୍ଣା ସ୍ପୋର୍ଟ୍ସ (Dorna Sports) କମ୍ପାନୀ ବ୍ୟାବସାୟିକ ତତ୍ତ୍ୱାବଧାରକ । ସମସ୍ତ ପ୍ରତିଯୋଗୀ ଦଳ ଅନ୍ତର୍ଜାତୀୟ ସଡ଼କ ଦୌଡ଼ ଦଳ ସଂଘର (International Road Racing Teams Association - IRTA) ସଦସ୍ୟ । ମୋଟରସାଇକେଲ୍ ଦୌଡ଼ ବ୍ୟବସ୍ଥାରେ ଏହି ସଂଘ ସବୁ ଦଳଙ୍କ ପ୍ରତିନିଧିତ୍ୱ କରିଥାଏ । ମୋଟରସାଇକେଲ୍ ନିର୍ମାତାମାନଙ୍କର ମଧ୍ୟ ଆଉ ଏକ ସଂଘ ରହିଛି ଯାହାକୁ ମୋଟରସାଇକେଲ୍ କ୍ରୀଡ଼ା ନିର୍ମାତା ସଂଘ (Motorcycle Sport Manufacturers Association - MSMA) ବୋଲି କୁହାଯାଏ । ନିୟମାବଳୀ ନିର୍ଦ୍ଧାରଣ କରିବାରେ ଏହି ଚାରୋଟି ସଂସ୍ଥା ଓ ସଂଘ ଯୋଗଦାନ ଦେଇଥାନ୍ତି । କୌଣସି କାରଣରୁ ଅସହମତି ହେଲେ ଟାଇ-ବ୍ରେକର୍ ମତ ଦେବାର ଅଧିକାର କେବଳ ଡୋର୍ଣ୍ଣା ସ୍ପୋର୍ଟ୍ସ ପାଖରେ ରହିଥାଏ । ମୋଟରସାଇକେଲ୍‍ମାନଙ୍କର ବୈଷୟିକ ବା ଯାନ୍ତ୍ରିକ ପ୍ରସଙ୍ଗରେ ନିର୍ମାତା ସଂଘର ସବୁ ସଦସ୍ୟଙ୍କ ସହମତି ରହିଲେ ସେମାନେ ଏକଚାଟିଆ ରୂପେ ନିର୍ମାଣ ସମ୍ବନ୍ଧୀୟ ନିୟମ ପ୍ରଚଳିତ କରାନ୍ତି ।[୪] ଏହି ଚାରୋଟି ସଂସ୍ଥା ବା ସଂଘକୁ ନେଇ ଗ୍ରଁ-ପ୍ରି କମିଶନ୍‍ ଗଠିତ ।

ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଓ ସମୟକ୍ରମ[ସମ୍ପାଦନା]

  • ୧୯୪୯: ପାଞ୍ଚଟି ବିଭିନ୍ନ ଶ୍ରେଣୀରେ (୧୨୫ ଘନ ସେଣ୍ଟିମିଟର୍ (ଘସେ ବା ସିସି), ୨୫୦ ଘସେ, ୩୫୦ ଘସେ, ୫୦୦ ଘସେ ଓ ପାର୍ଶ୍ୱ କାର୍ ସଂଯୁକ୍ତ) ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ର ବିଶ୍ୱ ଚାମ୍ପିୟନ୍‍ଶିପ୍ ଆରମ୍ଭ ହେଲା ।[୧] ୫୦୦ ଘସେ ଶ୍ରେଣୀରେ “ଆଇଲ୍ ଅଫ୍ ମ୍ୟାନ୍ ଟିଟି”ଠାରେ ହାରୋଲ୍ଡ୍ ଡାନିଏଲ୍ ସର୍ବ ପ୍ରଥମ ବିଶ୍ୱ ବିଜୟୀ ଚାଳକ ଭାବେ ସମ୍ମାନିତ ହୋଇଥିଲେ ।[୫]

ପ୍ରତିଯୋଗିତା[ସମ୍ପାଦନା]

ବର୍ତ୍ତମାନ ପ୍ରଚଳିତ ପଏଣ୍ଟ୍ ବ୍ୟବସ୍ଥା
ସ୍ଥାନ ୧୦ ୧୧ ୧୨ ୧୩ ୧୪ ୧୫
ପଏଣ୍ଟ୍ ୨୫ ୨୦ ୧୬ ୧୩ ୧୧ ୧୦

ଦୌଡ଼ ପରିକ୍ରମା ସଡ଼କ (ରେସିଂ ସର୍କିଟ୍)[ସମ୍ପାଦନା]

ସବୁଜ ଚିହ୍ନିତ ଦେଶ ନିକଟ ଅତୀତରେ ଓ ଲାଲ୍ ଚିହ୍ନିତ ଦେଶ ଅତୀତରେ ମୋଟୋଜିପି ଆୟୋଜନ କରିଛନ୍ତି

୨୦୧୮ ଓ ୨୦୧୯ ମୋଟୋଜିପି କ୍ରୀଡ଼ାବର୍ଷରେ ୧୬ଟି ଭିନ୍ନ ଦେଶରେ ୧୯ଟି ଦୌଡ଼ ଆୟୋଜନ କରାଯିବାର ଯୋଜନା ହୋଇଥିଲା ।

  •  Qatar ଲୁସୈଲ୍ ଅନ୍ତର୍ଜାତୀୟ ସର୍କିଟ୍
  •  Argentina ଅଟୋଡ୍ରୋମୋ ଡି ରିଓ ହୋଣ୍ଡୋ
  •  USA ସର୍କିଟ୍ ଅଫ୍ ଦ ଆମେରିକାସ୍
  •  Spain ସର୍କିଟୋ ଡି ହେରେଜ୍
  •  France ସର୍କିଟ୍ ବୁଗାଟି
  •  Italy ମୁଗେଲୋ ସର୍କିଟ୍
  •  Spain ସର୍କିଟ୍ ଡି ବାର୍ସେଲୋନା
  •  Netherlands ଟିଟି ସର୍କିଟ୍ ଆସ୍ସେନ୍
  •  Germany ସାଖ୍ସେନ୍‍ରିଂଗ୍
  •  Czech Republic ମାସାରିକ୍ ସର୍କିଟ୍
  •  Austria ରେଡ୍ ବୁଲ୍ ରିଂଗ୍
  •  Great Britain ସିଲ୍‍ଭରଷ୍ଟୋନ୍
  •  San Marino ମିଜାନୋ ୱଲ୍ଡ୍ ସର୍କିଟ୍ ମାର୍କୋ ସିମୋଞ୍ଚେଲି
  •  Spain ମୋଟୋର୍‍ଲାଣ୍ଡ୍ ଆରାଗନ୍
  •  Thailand ବୁରିରାମ୍ ଅନ୍ତର୍ଜାତୀୟ ସର୍କିଟ୍
  •  Japan ଟ୍ୱିନ୍ ରିଂଗ୍ ମୋଟେଜି
  •  Australia ଫିଲିପ୍ ଆଇଲାଣ୍ଡ୍ ଗ୍ରଁ-ପ୍ରି ସର୍କିଟ୍
  •  Malaysia ସେପାଂଗ୍ ସର୍କିଟ୍
  •  Spain ସର୍କିଟ୍ ରିକାର୍ଡୋ ଟୋର୍ମୋ

ଇଞ୍ଜିନ୍ ଓଜନ ସମ୍ବନ୍ଧୀୟ ମାନକ[ସମ୍ପାଦନା]

ସର୍ବନିମ୍ନ ଓଜନ – ମୋଟୋ ଜିପି ବର୍ଗ
ସିଲିଣ୍ଡର୍
ସଂଖ୍ୟା
୨୦୦୨ ସର୍ବନିମ୍ନ ୨୦୦୭ ସର୍ବନିମ୍ନ ୨୦୧୦ ସର୍ବନିମ୍ନ
୧୩୫ କି.ଗ୍ରା. ୧୩୭ କି.ଗ୍ରା. ୧୩୫ କି.ଗ୍ରା.
୧୩୫ କି.ଗ୍ରା. ୧୪୦.୫ କି.ଗ୍ରା. ୧୪୨.୫ କି.ଗ୍ରା.
୧୪୫ କି.ଗ୍ରା. ୧୪୮ କି.ଗ୍ରା. ୧୫୦ କି.ଗ୍ରା.
୧୪୫ କି.ଗ୍ରା. ୧୫୫.୫ କି.ଗ୍ରା. ୧୫୭.୫ କି.ଗ୍ରା.
୧୫୫ କି.ଗ୍ରା. ୧୬୩ କି.ଗ୍ରା. ୧୬୫ କି.ଗ୍ରା.
  • ୨୦୦୫ ମସିହାରେ ଗାଡ଼ିର ତେଲ ଟାଙ୍କିର କ୍ଷମତା ୨୦ ଲିଟର୍‍ରୁ ୨୪ ଲିଟର୍ ପର୍ଯ୍ୟନ୍ତ ବଢ଼ାଇବାର ଅନୁମତି ଦିଆଗଲା ।
  • ୨୦୦୬ ମସିହାରେ ତେଲ ଟାଙ୍କିର କ୍ଷମତା ୨୪ ଲିଟର୍‍ରୁ ପୁଣି କମାଇ ୨୨ ଲିଟର୍ କରିଦିଆଗଲା ।
  • ୨୦୦୭ ମସିହା ପରଠାରୁ ୫ ବର୍ଷ ପର୍ଯ୍ୟନ୍ତ ମହାସଂଘ ମୋଟୋଜିପିର ନିୟନ୍ତ୍ରଣ କରିଆସିଥିଲା । ଏହି ସମୟରେ ମହାସଂଘ ମୋଟୋଜିପିରେ ଟୁ-ଷ୍ଟ୍ରୋକ୍ ଇଞ୍ଜିନ୍‍ର ବ୍ୟବହାର ବନ୍ଦ ଓ ତେଲ ଟାଙ୍କିର ସର୍ବାଧିକ କ୍ଷମତା ୨୧ ଲିଟର୍ କରିଦେଇଥିଲା ।
  • ୨୦୦୭ରୁ ୨୦୧୧ ମସିହା ମଧ୍ୟରେ ଇଞ୍ଜିନ୍‍ଗୁଡ଼ିକ ୪-ଷ୍ଟ୍ରୋକ୍ ବିଶିଷ୍ଟ ଓ ୮୦୦ ଘନ ସେ.ମି. ଆୟତନବିଶିଷ୍ଟ ବୋଲି ନିୟମ ଲାଗୁ କରାଯାଇଥିଲା ।
  • ୨୦୧୨ ମସିହାରେ ଇଞ୍ଜିନ୍ ୧୦୦୦ ଘନ ସେ.ମି. ବିଶିଷ୍ଟ ହେବାର ନିୟମ ପ୍ରଚଳନରେ ଆସିଲା ।[୬]
  • ୨୦୧୩ କ୍ରୀଡ଼ାବର୍ଷ ପାଇଁ ସର୍ବନିମ୍ନ ଓଜନ ବଢ଼ାଇ ୧୬୦ କି.ଗ୍ରା. କରିଦିଆଗଲା ।
  • ୨୦୧୫ କ୍ରୀଡ଼ାର୍ଷରେ ସର୍ବନିମ୍ନ ଓଜନକୁ କମାଇ ପୁଣି ୧୫୮ କି.ଗ୍ରା. କରିଦିଆଯାଇଥିଲା ।[୭]

ଗଣମାଧ୍ୟମରେ ମୋଟରସାଇକେଲ୍ ଦୌଡ଼[ସମ୍ପାଦନା]

  • ମୋଟୋ ଜିପି ସମ୍ବନ୍ଧୀୟ ହିଟିଂ ଦ ଏପେକ୍ସ୍ ନାମକ ଏକ ବୃତ୍ତ ଚିତ୍ର ୨୦୧୫ ମସିହାରେ ପ୍ରକାଶ ପାଇଥିଲା ।
  • ୨୦୦୩ ମସିହାରେ ପ୍ରକାଶିତ ବୃତ୍ତଚିତ୍ର ଫାଷ୍ଟର୍ ମଧ୍ୟ ମୋଟୋ ଜିପି ଉପରେ ପର୍ଯ୍ୟବସିତ ଥିଲା ।
  • ୨୦୧୧ ମସିହାରେ ମୋଟୋ ଜିପି ଉପରେ ପର୍ଯ୍ୟବସିତ ଆଉ ଏକ ବୃତ୍ତଚିତ୍ର ଫାଷ୍ଟେଷ୍ଟ୍ ପ୍ରକାଶ ପାଇଥିଲା ।

ପ୍ରାରମ୍ଭିକ ସମୟରେ ନିର୍ମାଣ କରାଯାଇଥିବା ଅନେକ ଭିଡ଼ିଓ ଗେମ୍ ଯଥା – ୫୦୦ସିସି ଗ୍ରଁ-ପ୍ରି (୧୯୮୭), ଜିପି-୧ (୧୯୯୩), ଜିପି-୧: ଦ୍ୱିତୀୟ (୧୯୯୪) ଇତ୍ୟାଦି ମୋଟରସାଇକେଲ୍ ଦୌଡ଼ ଉପରେ ପର୍ଯ୍ୟବସିତ ଥିଲା । ୧୯୯୯ ମସିହାରେ ଜିପି ୫୦୦ ନାମକ ଏକ ସିମ୍ୟୁଲେଟର୍ ଖେଳ ଲୋକଲୋଚନକୁ ଆସିଥିଲା । ୨୦୦୦ ଦଶନ୍ଧିର ପ୍ରଥମାଂଶରେ ଟିଏଚ୍‍କ୍ୟୁ କମ୍ପାନୀ ଏକ୍ସ୍-ବକ୍ସ୍ ଓ ୱିଣ୍ଡୋସ୍ ପାଇଁ ୫ଟି ଏବଂ ନାମକୋ କମ୍ପାନୀ ପ୍ଲେଷ୍ଟେସନ୍ ପାଇଁ ୫ଟି ମୋଟୋ ଜିପି କମ୍ପ୍ୟୁଟର୍ ଖେଳର ନିର୍ମାଣ କରିଥିଲେ । ୨୦୦୮ ମସିହାରେ ଟିଏଚ୍‍କ୍ୟୁ କମ୍ପାନୀ ମୋଟୋ ଜିପିର ଖେଳ ନିର୍ମାଣ କରିବାର ଅନୁମତି ହରାଇବା ପରେ କ୍ୟାପ୍‍କମ୍ ନାମକ କମ୍ପାନୀ ବର୍ତ୍ତମାନ ଏହାର ତତ୍ତ୍ୱାବଧାରକ ହୋଇଛି ।

୨୦୧୦ ମସିହା ସେପ୍ଟେମ୍ବର୍ ୩ ତାରିଖରେ ମୋଟୋ ଜିପି ୨୦୧୦ ନାମକ ଏକ ଆଇଓଏସ୍ ଖେଳ ପ୍ରକାଶ ପାଇଥିଲା କିନ୍ତୁ ଏହା ସମାଲୋଚକଙ୍କ ପ୍ରିୟଭାଜନ ହୋଇପାରିନଥିଲା । ୨୦୧୧ ମସିହା ମାର୍ଚ୍ଚ ୧୫ ତାରିଖରେ ମୋଟୋ ଜିପି ୨୦୧୦/୨୦୧୧ ନିର୍ମିତ ହୋଇଥିଲା ଯାହାକୁ ପ୍ଲେଷ୍ଟେସନ୍ ୩ ଓ ଏକ୍ସ୍-ବକ୍ସ୍ ୩୬୦ରେ ଖେଳାଯାଇପାରିବ । ମେଟାକ୍ରିଟିକ୍ ଏହି ଖେଳକୁ ୭୨% ରେଟିଂ ପ୍ରଦାନ କରିଥିଲା ।[୮] ୨୦୧୩ ମସିହା ଜୁନ୍ ୨୧ ତାରିଖରେ ମୋଟୋ ଜିପି ୧୩ ପ୍ରକାଶିତ ହେଲା ଯାହାକୁ ପ୍ଲେଷ୍ଟେସନ୍ ଭିଟା, ପ୍ଲେଷ୍ଟେସନ୍ ୩ ଓ ଏକ୍ସ୍-ବକ୍ସ୍ ୩୬୦ରେ ଖେଳାଯାଇ ପାରିବ । ଏହି ଖେଳର ଲୋକପ୍ରିୟତା ବିଷୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଥିଲା ଓ ଏହାକୁ ୭୩% ରେଟିଂ ମିଳିଥିଲା ।[୯]

୨୦୧୨ ମସିହାରେ ମାଇଲ୍ ଷ୍ଟୋନ୍ କମ୍ପାନୀ ମୋଟୋ ଜିପି ଖେଳ ନିର୍ମାଣର ଅନୁମତି ପାଇଥିଲା । ୨୦୧୮ ମସିହା ଜୁନ୍ ୭ରେ ମୋଟୋ ଜିପି ୧୮ ଓ ୨୦୧୯ ମସିହା ଜୁନ୍ ୬ରେ ମୋଟୋ ଜିପି ୧୯ ଖେଳ ପ୍ରକାଶ ପାଇଥିଲା ।[୧୦]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Maurice Büla, ed. (2001). Continental Circus 1949-2000. Jean-Claude Schertenleib. Chronosports S.A. p. 18. ISBN 2940125767.
  2. "Pioneer gun store and cyclery has greatly increased in size". The Bakersfield Californian. Heritage Microfilm, Inc.#NewspaperArchive. 26 April 1913. The most notable Indian triumph of 1912 was the winning of the French classic motorcycle event, the Grand Prix.
  3. "Inside MotoGP. History". motogp.com. Archived from the original on 24 March 2016. Retrieved 10 September 2017.
  4. Noyes, Dennis (2007-12-21). "MOTOGP: Dorna CEO Advocates Limits on Electronics in MotoGP". SPEEDTV.com. Archived from the original on 2008-05-06. Retrieved 2008-03-04.
  5. "MotoGP Milestones". crash.net. Retrieved 29 January 2016.
  6. "MotoGP Basics". Archived from the original on 2013-02-02. Retrieved 2019-07-30.
  7. "MotoGP™ software development freeze for mid-2015".
  8. "MotoGP 10/11". Metacritic. Retrieved 13 March 2019.
  9. http://www.metacritic.com/game/playstation-3/motogp-13
  10. "MotoGP 19 - The Official Videogame". MotoGP Videogame. Retrieved 7 April 2019.

ବାହାର ଲିଙ୍କ[ସମ୍ପାଦନା]