ଗୌହର ଖାନ

ଉଇକିପିଡ଼ିଆ‌ରୁ
ଗୌହର ଖାନ
ଜନ୍ମ
ଗୌହର ଜାଫର ଖାନ

(1983-08-23) ୨୩ ଅଗଷ୍ଟ ୧୯୮୩ (ବୟସ ୪୦)[୧][୨]
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ[୩]
ସକ୍ରିୟ ବର୍ଷ୨୦୦୩- ଏବେଯାଏଁ
ସମ୍ପର୍କୀୟନିଗାର ଖାନ[୩] (ଭଉଣୀ)

ଗୌହର ଖାନ‌ (ଜନ୍ମ: ୨୩ ଅଗଷ୍ଟ ୧୯୮୩) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୩][୪][୨][୫][୩] ଗୌହର ମଡେଲିଂରେ ଅଭିଜ୍ଞତା ହାସଲ କରିବା ପରେ ୨୦୦୯ରେ ୟଶ୍‌ରାଜ୍ ଫିଲ୍ମସ୍‌ରେ ରଣବୀର କପୁରଙ୍କ ସ‌ହ ‌ରକେଟ୍ ସିଂ: ସେଲ୍‌ସ୍‌ମ୍ୟାନ୍ ଓଫ୍ ଦ ଇଅର୍‌ରେ ଅଭିନୟ ଆରମ୍ଭ କରିଥିଲେ । ଗୌହର ‌କଲର୍ସ ଟିଭି‌ରେ ପ୍ରସାରିତ କାର୍ଯ୍ୟକ୍ରମ ‌ବିଗ୍ ବସ୍‌ର ୭ମ ସଂସ୍କରଣରେ ବିଜୟିନୀ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ମଡେଲିଂ ଜୀବନ[ସମ୍ପାଦନା]

ଗୌହର ଖାନ ୨୩ ଅଗଷ୍ଟ ୧୯୮୩ରେ ପୁନେରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ପୁନେର କାର୍ମେଲ କନ୍‌ଭେଣ୍ଟ ସ୍କୁଲରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ତାଙ୍କ ପରିବାରର ୫ ଭାଇ ଭଉଣୀଙ୍କ ମଧ୍ୟରେ କନିଷ୍ଠା ଥିଲେ । ଗୌହର ଅଭିନେତ୍ରୀ ନିଗାର ଖାନଙ୍କର ସାନ ଭଉଣୀ ।[୬]

ଗେମ୍ ଚଳଚ୍ଚିତ୍ରର ଫଟୋ ଉତ୍ତୋଳନ ବେଳର ଦୃଶ୍ୟ ।

୨୦୦୨ ମସିହାରେ ୧୮ ବର୍ଷ ବୟସରେ ଗୌହର ମିସ୍ ଇଣ୍ଡିଆ ଫେମିନାରେ ଅଂଶଗ୍ରହଣ କରିଥିଲେ । ସେଥିରେ ସେ ମିସ୍ ଟ୍ୟାଲେଣ୍ଟ ଉପାଧି ପାଇଥିଲେ ଏବଂ ସଭିଙ୍କ ନ‌ଜରକୁ ଆସିଥିଲେ ।[୭] ପରେ ପରେ ସେ କିଛି ବିଜ୍ଞାପନରେ କାର୍ଯ୍ୟ କରିବା ସ‌ହ କିଛି ଗୀତରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ୨୦୦୯ ମସିହାରେ ‌ଝଲକ୍ ଦିଖ୍‌ଲା ଜା‌ର ୩ୟ ସଂସ୍କରଣରେ ୨ୟ ସ୍ଥାନରେ ଥିଲେ । [୮]

ଅଭିନୟ ଜୀବନ[ସମ୍ପାଦନା]

୨୦୦୯ ମସିହାରେ ଗୌହର ୟସ୍ ରାଜ୍ ଫିଲ୍ମ‌ସ୍‌ର ପ୍ରଯୋଜନାରେ ‌ରକେଟ୍ ସିଂ:ସେଲ୍‌ସ୍ ମ୍ୟାନ୍ ଓଫ୍ ଦ ଇଅର‌ ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।[୯] ଏହା ପରେ ସେ ‌ୱାନ୍ସ ଅପନ୍ ଏ ଟାଇମ ଇନ୍ ମୁମ୍ବାଇ‌, ‌ଗେମ୍‌, ‌ଇସକ୍‌ଜାଦେ‌, ‌କ୍ୟା କୁଲ୍ ହେ ହମ୍‌, ‌ଫିଭର୍‌, ‌ବେଗମ୍ ଜାନ୍‌ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୪: ଆନ୍: ମେନ୍ ଏଟ୍ ୱାର୍କ
  • ୨୦୦୪: ଶଙ୍କର ଦାଦା ଏମ୍.ବି.ବି.ଏସ୍.
  • ୨୦୦୯: ରକେଟ ସିଂହ: ସେଲ୍‌ସ୍‌ମେନ୍ ଅଫ୍ ଦି ଇଅର
  • ୨୦୧୦: ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ
  • ୨୦୧୧: ଗେମ୍
  • ୨୦୧୨: ଇସକ୍‌ଜାଦେ
  • ୨୦୧୫: ଓଃ ୟାର୍ ଏଭେଇଁ ଏଭେଇଁ ଲୁଟ୍ ଗୟେ
  • ୨୦୧୬: କ୍ୟା କୁଲ୍ ହେ କମ୍ ୩
  • ୨୦୧୬: ଫିଭର୍
  • ୨୦୧୬: ଫୁଡ୍ଡୁ
  • ୨୦୧୭: ବଦ୍ରିନାଥ କି ଦୁଲ୍ହନିଆ
  • ୨୦୧୭: ବେଗମ୍ ଜାନ୍
  • ୨୦୧୮: ନାଇନ୍ ଆୱାର୍‌ସ୍ ଇନ୍ ମୁମ୍ବାଇ

ଆଧାର[ସମ୍ପାଦନା]

  1. ୧.୦ ୧.୧ "TV's bombshell Gauhar Khan turns a year older!".
  2. ୨.୦ ୨.୧ "Gauahar Birthday wishes".
  3. ୩.୦ ୩.୧ ୩.୨ ୩.୩ ୩.୪ Gauhar Khan Biography, Gauhar Khan Profile Archived 2013-09-21 at the Wayback Machine.. entertainment.oneindia.in. Retrieved on 31 March 2017.
  4. "Kushal wishes Gauahar on her birthday with roses".
  5. "Gauahar 29th birthday in 2011".
  6. "Negaar & Gauhar Khan: The Indian Kardashians".
  7. "Gauhar Khan: International Miss-ion". The Times of India. Jul 18, 2002.
  8. "Bhaichung Bhutia wins 'Jhalak Dikhhla Jaa'". ibnlive. May 31, 2009. Archived from the original on February 21, 2014. Retrieved March 31, 2017.
  9. Rocket Singh | NDTV Movies.com Archived 2020-03-25 at the Wayback Machine.. Movies.ndtv.com (2009-12-11). Retrieved on 2013-12-13.

ଅଧିକ ତ‌ଥ୍ୟ[ସମ୍ପାଦନା]