Jump to content

ଗୌରୀ ଦେବୀ

ଉଇକିପିଡ଼ିଆ‌ରୁ
ଗୌରୀ ଦେବୀ
ଜନ୍ମ
ଗୌରୀ ଦେବୀ

(1920-04-14)୧୪ ଅପ୍ରେଲ ୧୯୨୦
Died୨୯ ଜୁନ ୧୯୮୮(1988-06-29) (ବୟସ ୬୮)
Other nameଗୌରୀ ବାଇ
ପେଷାଲୋକଗୀତ ଗାୟିକା
ପ୍ରସିଦ୍ଧକୃତ୍ତିମଣ୍ଡ ଶୈଳୀ
ପୁରସ୍କାରରାଜସ୍ଥାନ ରତ୍ନ (୨୦୧୩)
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୬)

ଗୌରୀ ଦେବୀ (୧୪ ଅପ୍ରେଲ ୧୯୨୦ – ୨୯ ଜୁନ ୧୯୮୮; ଗୌରୀ ବାଇ ଭାବରେ ମଧ୍ୟ ଜଣା) ଜଣେ ରାଜସ୍ଥାନୀ ଲୋକଗୀତ ଗାୟିକା ଥିଲେ । ସେ ମଣ୍ଡ ଗାୟନ ଶୈଳୀରେ ଲୋକଗୀତ ଗାଇବା ପାଇଁ ଜଣାଶୁଣା ଥିଲେ ।[୧][୨][୩] ସେ ମଣ୍ଡ ଶୈଳୀ ବ୍ୟତୀତ ଠୁମରୀ, ଭଜନ ଏବଂ ଜଗଲ ଆଦି ଗାଉଥିଲେ । ସେ ରାଜସ୍ଥାନର ମାରୁ କୋକିଳ ମଧ୍ୟ ଜାଣିଥିଲେ ।[୧] ରାଜସ୍ଥାନୀ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ରାଜସ୍ଥାନ ସରକାର ତାଙ୍କୁ ୨୦୧୩ ମସିହାରେ ରାଜସ୍ଥାନ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।[୪][୫]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦ ବର୍ଷ ବୟସରେ ସେ ଯୋଧପୁରର ମୋହନଲାଲ ଗମେତିଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ଝିଅ ଅଛନ୍ତି ।

ସେ ଯୋଧପୁରର ମହାରାଜା ଉମୈଦ ସିଂହଙ୍କଠାରୁ ସଙ୍ଗୀତ କ୍ଷେତ୍ରରେ କାମ କରିବାର ପ୍ରେରଣା ପାଇଥିଲେ । ସେ ସାରା ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତ ପରିବେଷଣ କରିଥିଲେ ।[୧]

୧୯୫୭ ମସିହାରେ ସେ ରେଡିଓ ଓ ଦୂରଦର୍ଶନରେ ମାଣ୍ଡ ଶୈଳୀରେ ସଙ୍ଗୀତ କାର୍ଯ୍ୟକ୍ରମ କରିଥିଲେ, ଯାହାକି ସେ ସମୟରେ ଲୋକପ୍ରିୟତା ଅର୍ଜନ କରିଥିଲା । ରାଜସ୍ଥାନ ପର୍ଯ୍ୟଟନଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସେହି ସମୟରେ ପ୍ରାୟ ସବୁବର୍ଷ ସେ ମାଣ୍ଡ ଶୈଳୀର ଗୀତ ପରିବେଷଣ କରୁଥିଲେ । ୧୯୮୩ ମସିହାରେ ଭାରତଦ୍ୱାରା ରୁଷିଆର ମସ୍କୋ ସହରେ ଆୟୋଜନ କରାଯାଇଥିବା ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ସେ ପରିବେଷଣ କରିଥିଲେ ।[୧] ସେ ୧୮୯୦ ମସିହାରେ ହୁ ଇଜ୍ ହୁ ଇନ୍ ଏସିଆରେ ସ୍ଥାନିତ ହୋଇଥିଲେ ।[୬]

ପୁରସ୍କାର

[ସମ୍ପାଦନା]

୧୯୮୬ ମସିହାରେ ଲୋକଗୀତରେ ତାଙ୍କର ଅବଦାନ ଯୋଗୁଁ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୭]

ମୃତ୍ୟୁ

[ସମ୍ପାଦନା]

୧୯୮୮ ମସିହାର ଜୁନ ୨୯ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୮] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

  1. 1 2 3 4 Sharma, Nandkishor (29 June 2020). "हजारों दुख सहे लेकिन मांड गायकी से बनाई देश-दुनिया में पहचान". Patrika.com.
  2. ↑ Rājasthāna vārshikī. Pañcagaṅgā Prakāśana. 1997. p. 9.
  3. ↑ Rāmasiṃha Solaṅkī; Sukhvir Singh Gahlot (1997). Jodhapura mahilā samāja [लोक संगीत गायिका गवरी देवी]. Jodhapura Mahilā Samāja. pp. 16, 17, 18.
  4. ↑ "Rajsthan Ratan award for 2013". Ibn live. 16 August 2013. Archived from the original on 24 September 2013. Retrieved 16 August 2013.
  5. ↑ "Gavri Devi gets Rajasthan Ratna Award 2013". Rajasthan gk.net. 2 September 2013.
  6. ↑ Nāṭāṇī, Kamaleśa Kumāra (1999). Rājasthāna jñāna kosha. Jain Prakash Mandir Publication. p. 20. ISBN 9788187449034.
  7. ↑ "Sangeet Natak Akademi Puraskar (Akademi Awards)". Sangeetnatak.org. 27 July 2011. Archived from the original on 2011-10-02.
  8. ↑ "मांड गायिका गवरी नहीं रहीं" (in Hindi). Dainik Jagran. 30 June 1988.{{cite news}}: CS1 maint: unrecognized language (link)