ଗୌତମ ବୁଦ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ

ଗୌତମ ବୁଦ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ବିହାରର ଗୟା ଜିଲ୍ଲା  ଠାରେ ଥିବା ଏକ ବନ୍ୟଜନ୍ତୁ ଅଭୟାରଣ୍ୟ ।ଏହାର କିଛି ଅଞ୍ଚଳ ଝାରଖଣ୍ଡ ରାଜ୍ୟର କୋଦେରମା ଜିଲ୍ଲାରେ ରହିଛି । 

ଏହା 1970 ମସିହାରେ ସ୍ଥାପିତ ହେଇଥିଲା ଓ ତାହା ଆଗରୁ ଏହା ଏକ ବେସରକାରୀ ଶିକାର ସ୍ଥଳ ଥିଲା । ଏହାର ଆୟତନ 259 ବର୍ଗକିଲୋମିଟର । [୧]

ଗାଙ୍ଗେୟ ସମତଳ ଭୂମିର ଆର୍ଦ୍ର ଅରଣ୍ୟ ସହ ଛୋଟ ନାଗପୁର ମାଳଭୂମିର ଶୁଷ୍କ ଅରଣ୍ୟର କିଛି ଅଞ୍ଚଳ ଏଥିରେ ରହିଛି । ଏଠାରେ ଶୁଷ୍କ ଓ ଆର୍ଦ୍ର ଜାତୀୟ ସାଲ ବୃକ୍ଷ ସହ କଣ୍ଟା ଜାତୀୟ ବୃକ୍ଷ ମଧ୍ୟ ଦେଖାଯାଇଥାଏ । [୨]

ଭାରତୀୟ ଜଙ୍ଗଲରେ ଥିବା ସମସ୍ତ ପ୍ରକାର ଜନ୍ତୁ ସହ ବ୍ୟାଘ୍ର , ଚିଟା ବାଘ , ଭାଲୁ ଚିତଳ ଆଦି ଏଠାରେ ରହନ୍ତି । 

ଏହି ଅଭୟାରଣ୍ୟରେ ଏକ ରେସ୍ଟ ହାଉସ ରହିଛି । ଏହା ନିକଟତମ ରେଳ ଷ୍ଟେସନ ଓ ବିମାନ ବନ୍ଦର ଥିବା ଗୟାଠାରୁ 65 କିଲୋମିଟର ଦୂର ବର୍ତୀ । 

ଆଧାର [ସମ୍ପାଦନା]

  1. Negi, Sharad Singh (2002).
  2. Negi, Sharad Singh (2002).