Jump to content

ଗୋଲୋଡିର୍ସେନ

ଉଇକିପିଡ଼ିଆ‌ରୁ
ଗୋଲୋଡିର୍ସେନ
Clinical data
Trade namesVyondys53
SynonymsSRP-4053
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC305H481N138O112P25
Molar mass୮,୬୪୭.୪0 g·mol−1

ଗୋଲୋଡିର୍ସେନ (ଇଂରାଜୀ ଭାଷାରେ Golodirsen), Vyondys53 ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ହୋଇଥିବା ଡିଷ୍ଟ୍ରୋଫିନ୍ ଜିନରେ ମ୍ୟୁଟେସନ ହେତୁ ହୋଇଥିବା ଡୁସେନ ମାଂସପେଶୀ ଡିଷ୍ଟ୍ରୋଫି (DMD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଏକ୍ସନ ୫୩ ସ୍କିପିଂ ଦ୍ୱାରା ଉନ୍ନତ ହୋଇପାରେ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ଡିଷ୍ଟ୍ରୋଫିନ ବୃଦ୍ଧି କରୁଥିଲେ ମଧ୍ୟ ୨୦୨୧ ସୁଦ୍ଧା ଏହାର ଉପକାର ଏପର୍ଯ୍ୟନ୍ତ ଦେଖାଯିବାକୁ ବାକି ଅଛି ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଜ୍ୱର, ପତନ, ପେଟ ଯନ୍ତ୍ରଣା, ନାକ ପ୍ରବାହ ଏବଂ ଅଇ ଲାଗିବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ବୃକ୍‌କ ସମସ୍ୟା ଦେଖାଯାଇପାରେ । ଏହା ଏକ ଆଣ୍ଟିସେନ୍ସ ଓଲିଗୋନ୍ୟୁକ୍ଲିଓଟାଇଡ ଯାହା ଏକ୍ସନ୍ ୫୩ ସ‌ହିତ ଅନୁବନ୍ଧିତ ହେବା ଫଳରେ ଏମଆରଏନଏ ସୃଷ୍ଟି ହୁଏ ଯାହା ଅଧିକ କାର୍ଯ୍ୟକ୍ଷମ ଡିଷ୍ଟ୍ରୋଫିନ୍ ଉତ୍ପାଦନ କରେ । [୨]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗୋଲୋଡିର୍ସେନ ଅନୁମୋଦିତ ହୋଇଥିଲା ।[୩] ୨୦୨୧ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ପ୍ରତି ସପ୍ତାହରେ ୧୦ କିଲୋଗ୍ରାମ ବ୍ୟକ୍ତିଙ୍କ ପାଇଁ ପ୍ରାୟ ୫୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Vyondys 53- golodirsen injection". DailyMed. 31 March 2020. Archived from the original on 23 October 2020. Retrieved 6 August 2020.
  2. ୨.୦ ୨.୧ "Golodirsen". SPS - Specialist Pharmacy Service. 2 January 2019. Archived from the original on 11 December 2021. Retrieved 9 December 2021.
  3. "Golodirsen Monograph for Professionals". Drugs.com (in ଇଂରାଜୀ). Retrieved 9 December 2021.
  4. "Vyondys 53 Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 9 December 2021.