ଗୋଟୋ
ଗୋଟୋ (ଅନ୍ୟ ନାମ:ଆରୋଜ କାଲ୍ଡୋ କନ ଗୋଟୋ, ଆରୋଜ କନ ଗୋଟୋ, ଆରୋଜ ଗୋଟୋ, ଗୋଟୋ ଆରୋଜ କାଲ୍ଡୋ) ଏକ ଫିଲିପାଇନ୍ସ ଖାଦ୍ୟ ଯାହାକୁ, ଭାତ, ଗୋମାଂସ, ଅଦା, ରସୁଣ,ସ୍କାଲିଅନ୍, ଗୋଲମରିଚ ଏବଂ ଚିଚାରନ ସହିତ ପ୍ରସ୍ତୁତ କରାଯାଏ । ଏହାକୁ ସାଧାରଣତଃ କଞ୍ଚା କମଳା, ସୋୟା ସସ୍ ଏବଂ ଏକ ସିଝା ଅଣ୍ଡା ସହିତ ପରିବେଷଣ କରାଯାଏ ।
ଶବ୍ଦର ବ୍ୟୁତ୍ପତ୍ତି
[ସମ୍ପାଦନା]ଏହି ବ୍ୟଞ୍ଜନର ମୂଳ ନାମ ହେଉଛି ଆରୋଜ କାଲ୍ଡୋ କନ ଗୋଟୋ ଓ ଆରୋଜ କନ ଗୋଟୋ, ଯାହା ସ୍ପେନୀୟ ଆରୋଜ ("ଭାତ") ଏବଂ କାଲ୍ଡୋ ("ସୁପ୍") ଏବଂ ଟାଗଲଗ୍ ଗୋଟୋ ("ଟ୍ରାଇପ୍") ରୁ ଉତ୍ପନ୍ନ ହୋଇଛି ।[୧] ଟାଗଲଗ୍ ଗୋଟୋ, ମୁଖ୍ୟତଃ ହୋକ୍କିଏନରୁ ରୁ ଉତ୍ପନ୍ନ ହୋଇଛି ।牛肚 (gû-tǒ͘, "ox tripe").[୨]
ବର୍ଣ୍ଣନା
[ସମ୍ପାଦନା]ଗୋଟୋରେ ସାଧାରଣତଃ ଗ୍ଲୁଟିନସ୍ ଚାଉଳ (ମାଲଗକିଟ)ର ବ୍ୟବହାର କରାଯାଏ, କିନ୍ତୁ ଏହାକୁ ମଧ୍ୟ ସାଧାରଣ ଚାଉଳକୁ ଅଧିକ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଇପାରେ । ଏହାକୁ ଆରୋଜ କାଲ୍ଡୋ ପରି ପ୍ରାୟ ସମାନ ଭାବରେ ପ୍ରସ୍ତୁତ କରାଯାଏ । ଚାଉଳକୁ ଅଦା ପକାଯାଇଥିବା ପାଣିରେ ରାନ୍ଧାଯାଏ, ତା’ପରେ ଭଜା ରସୁଣ, କଞ୍ଚାଲଙ୍କା, ଗୋଲମରିଚ ଗୁଣ୍ଡ ଏବଂ ଚିଚାରନ ସହିତ ସଜାଯାଏ । ଏହି ବ୍ୟଞ୍ଜନଟିକୁ ଅତି ନରମ ହେବା ପର୍ଯ୍ୟନ୍ତ ଭଲଭାବେ ରନ୍ଧାଯାଏ । ପରେ ଏହାକୁ ଏକ ସିଝା ଅଣ୍ଡା ସହିତ ପାତ୍ରରେ ଗରମ ପରୋଷା ଯାଏ ।[୩][୪][୫] ଏଥିରେ ଗାଈ ମାଂସ ସମେତ ଘୁଷୁରୀ ମାଂସର ମଧ୍ୟ ପ୍ରୟୋଗ କରାଯାଏ ।[୬]
ଆଧାର
[ସମ୍ପାଦନା]- ↑ Edgie Polistico (2017). Philippine Food, Cooking, & Dining Dictionary. Anvil Publishing, Incorporated. ISBN 9786214200870.[permanent dead link]
- ↑ Chan-Yap, Gloria (1980). "Hokkien Chinese borrowings in Tagalog" (PDF). Pacific Linguistics. Canberra, A.C.T. 2600.: The Australian National University. B (71).
{{cite journal}}
: CS1 maint: location (link) - ↑ "Goto". Kawaling Pinoy. Retrieved December 6, 2018.
- ↑ "Goto Arroz Caldo (Beef Tripe Rice Soup)". Panlasang Pinoy. March 4, 2018. Retrieved December 8, 2018.
- ↑ "Goto Arroz Caldo (Beef Tripe Rice Porridge)". Foodipino. Retrieved December 8, 2018.
- ↑ Merano, Vanjo (July 17, 2014). "Special Goto Recipe". Panlasang Pinoy. Retrieved December 8, 2018.