ଗୁଳୁଚି

ଉଇକିପିଡ଼ିଆ‌ରୁ

ଗୁଳୁଚି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Order: Ranunculales
Family: Menispermaceae
Genus: Tinospora
ଜାତି: T. cordifolia
ବାଇନୋମିଆଲ ନାମ
Tinospora cordifolia
(Thunb.) Miers

ଗୁଳୁଚି (ଉଦ୍ଭିଦ ବିଜ୍ଞାନ ନାମ Tinospora cordifolia) ଏକ ଗୁଳ୍ମ ଲତା ଅଟେ ଯାହା ଭାରତୀୟ ଆଯୁର୍ବେଦ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ[୧] । ଏହି ଲତା ଭାରତ, ବର୍ମା ତଥା ଶ୍ରୀଲଙ୍କା ଦେଶମାନଙ୍କରେ ଦେଖାଯାଏ ।

ଉଦ୍ଭିଦ ବିବରଣୀ[ସମ୍ପାଦନା]

ଗୁଳୁଚି ଅନ୍ୟ ଗଛ ମାନଙ୍କ ଉପରେ ଏକ ବଡ଼ ଆରୋହୀ ଲତା ଭାବରେ ମାଡ଼ିଥାଏ । ଏହାର କାଣ୍ଡ ସରସ, ରଙ୍ଗର ପାଉଁଶିଆ ହୋଇଥାଏ । ଏହି କାଣ୍ଡରେ ଭାତୁଡ଼ି ଭଳି ଅନେକ ଗୋବ ରହିଥାଏ । କାଣ୍ଡର ଗଣ୍ଠି ମାନଙ୍କରୁ ସରୁ ସରୁ ଚେର (ବାୟବୀୟ ମୂଳ) ବାହାରିଥାଏ । ଏହାର ପତ୍ର ଗୁଡ଼ିକ ବଡ଼ ଓ ଦେଖିବାକୁ ପାନ ପତ୍ର ପରି ଅଟନ୍ତି ।

ଗୁଳୁଚିର ଫୁଲ ପେନ୍ଥା ପେନ୍ଥା ହୋଇ ଖରା ଦିନେ ଫୁଟିଥାଏ ଓ ଶୀତ ଦିନେ ଫଳ ପାଚିଲେ ନାଲି ରଙ୍ଗର ହୁଅନ୍ତି ।

ଅନ୍ୟ ଭାଷା ନାମ[ସମ୍ପାଦନା]

ଔଷଧୀୟ ଗୁଣ[ସମ୍ପାଦନା]

ଗୁଳୁଚିର ଶୁଖିଲା କାଣ୍ଡକୁ ବା କ୍ୱାଥ କରି ଏବଂ ପତ୍ରକୁ ବାଟି ବା ରସ କରି ଔଷଧ କାମରେ ଲଗାଯାଏ[୨] । ପେଟରେ ଅମ୍ଳ ରୋଗ, କାମଳ ଓ ପରିସ୍ରା ପୋଡ଼ାରେ ଏହା ଦିଆଯାଏ । ଦେହରେ ଶକ୍ତି ବଢାଇବା ପାଇଁ ଏହା ଟନିକ ବା ସାଲସା ଭାବରେ ମଧ୍ୟ ଏହା ଦିଆଯାଏ ।

ଆଧାର[ସମ୍ପାଦନା]

  1. ସାହା, ସୋହମ; ଘୋଷ, ଶ୍ୟାମଶ୍ରୀ. "Tinospora cordifolia: One plant, many roles". NCBI. National Center for Biotechnology Information, U.S. National Library of Medicine. Retrieved 12 December 2018.
  2. ପଟ୍ଟନାୟକ, ନିଖିଳ ମୋହନ (1997). ଗଛ ବ‍ଇଦ. ଭୁବନେଶ୍ୱର: ସୃଜନିକା. p. ୫୬. Retrieved 16 December 2018.