Jump to content

ଗୁଲାମ ଅଲି (ଗାୟକ)

ଉଇକିପିଡ଼ିଆ‌ରୁ
ଗୁଲାମ ଅଲି ଖାନ
Ghulam Ali in Chennai
Background information
ମୂଳ ନାମ
غلام علی خان
ਗ਼ੁਲਾਮ ਅਲੀ ਖ਼ਾਨ
ଜନ୍ମ (1940-12-05) ୫ ଡିସେମ୍ବର ୧୯୪୦ (ବୟସ ୮୫)
Kalekay Nagra, Punjab, British India
(now in Pakistan)
ଶୈଳୀ
ପେଷାSinger, playback singer, ghazal, classical music
କାର୍ଯ୍ୟକାଳ1960– present
ଲେବଲRadio Pakistan, PTV

ଉସ୍ତାଦ ଗୁଲାମ ଅଲି ଖାନ (ଉର୍ଦ୍ଦୁ: غُلام علی; ୫ ଡିସେମ୍ବର ୧୯୪୦) ପଟିଆଲା ଘରାନାର ଜଣେ ପାକିସ୍ଥାନୀ ଗଜଲ ଗାୟକ । ସେ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ପ୍ରଚ୍ଚଦପଟ୍ଟ ଗାୟକ ଭାବରେ କାର୍ଯ୍ୟ କରିଛନ୍ତି । ସେ 'ବଡ଼େ ଗୁଲାମ ଅଲି ଖାନ'ଙ୍କର (Bade Ghulam Ali Khan) (elder Ghulam Ali Khan) ଜଣେ ଶିଷ୍ୟ । ବଡ଼େ ଗୁଲାମ ଅଲି ଖାନଙ୍କର ଦୁଇ ଭାଇ ବରକତ ଅଲି ଖାନ ଓ ମୁବାରକ ଅଲି ଖାନଙ୍କଠାରୁ ମଧ୍ୟ ଗୁଲାମ ଅଲି ପ୍ରଶିକ୍ଷଣ ନେଇଥିଲେ ।

ସର୍ବକାଳୀନ ଲୋକପ୍ରିୟ ଗଜଲ ଗାୟକମାନଙ୍କ ମଧ୍ୟରେ ଗୁଲାମ ଅଲିଙ୍କୁ ସ୍ଥାନ ମିଳେ । ତାଙ୍କର ଗୀତ ଗାଇବାର ଶୈଳୀ ଅତୁଳନୀୟ ଯେହେତୁ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସାଥିରେ ଗଜଲର ମିଶ୍ରଣ କରିପାରୁଥିଲେ ଯାହା ଅନ୍ୟାନ୍ୟ ଗାୟକମାନେ କରିପାରୁନଥିଲେ । ପାକିସ୍ଥାନରେ ସେ ଅତ୍ୟଧିକ ଜନପ୍ରିୟ ଥିଲେ ଓ ତା ସଙ୍ଗେ ଭାରତ, ନେପାଳ, ବଙ୍ଗଳା ଦେଶ, ସଂଯୁକ୍ତ ରାଷ୍ଟ ଓ ମଧ୍ୟ ପୂର୍ବ ଦେଶମାନଙ୍କରେ ମଧ୍ୟ ଲୋକପ୍ରିୟ ଥିଲେ ।[୧]

ଶିବ ସେନାଙ୍କ ପ୍ରତିବାଦ ଯୋଗୁ ୨୦୧୫ ମସିହାର ତାଙ୍କ ସଙ୍ଗୀତ ପ୍ରଦର୍ଶନ ରଦ୍ଦ କରିଦିଆଗଲା ।[୨] ଏହା ପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନର୍ଜୀ ଓ ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଅଖିଳେଶ ଯାଦବଙ୍କଠାରୁ ନିମନ୍ତ୍ରଣ ପାଇଥିଲେ ।[୩] ରଦ୍ଦ ହେବା ପରେ ମଧ୍ୟ ସେ ଭାରତର ଲକ୍ଷ୍ନୌରେ,[୩] ଦିଲ୍ଲୀ, ତ୍ରିଭାନ୍ଦ୍ରମ ଓ କୋଜିକୋଡ଼ରେ ପ୍ରଦର୍ଶନ ଜାରି ରଖିଥିଲେ ।[୪]

୨୦୧୫ ମସିହାର ଏକ ସମ୍ବାଦ ଅନୁସାରେ, ଗୁଲାମ କ‌ହିଥିଲେ ଯେ ଭାରତରେ ପରିସ୍ଥିତି ନବଦଳିଲା ପର୍ଯ୍ୟନ୍ତ ସେ ଭାରତରେ ସଙ୍ଗୀତ ପରିବେଷଣ କରିବେ ନାହିଁ [୪]

  1. ↑ Amjad Parvez (8 April 2014). "Legendary singer Ghulam Ali". Academy of the Punjab in North America (APNA) website. Retrieved 16 July 2019.
  2. ↑ Pakistani Singer's Concerts in India Are Canceled After Shiv Sena Protests The New York Times, Published 8 October 2015. Retrieved 16 July 2019
  3. 1 2 "Ghulam Ali Performs in Lucknow, Meets Akhilesh Yadav". NDTV.com. Retrieved 16 July 2019.
  4. 1 2 "Ghulam Ali doesn't want to be used for political mileage; won't perform in India". Zee News. Retrieved 16 July 2019.