ଗୁରୁଦିବସ
ଗୁରୁଦିବସ | |
---|---|
![]() | |
ପାଳନକାରୀ | ଛାତ୍ରଛାତ୍ରୀ ଗଣ |
ବିଶେଷତା | ଗୁରୁଙ୍କୁ ସମ୍ମାନ ପ୍ରଦାନ |
ପର୍ବ ପାଳନ | ପୂଜା, ବନ୍ଦାପନା |
ତାରିଖ | ୨୪ ନଭେମ୍ବର, ୧୦ ସେପ୍ଟେମ୍ବର, ୧୧ ସେପ୍ଟେମ୍ବରଛାଞ୍ଚ:Infobox holiday/wd |
୨୦୨୧ ତାରିଖ | ୦୫ ସେପ୍ଟେମ୍ବର |
ଗୁରୁଦିବସ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀ ଗଣ ପାଳନ କରନ୍ତି ।
ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାଙ୍କର ଦେହାନ୍ତ ପରେ, ତାଙ୍କର ଜନ୍ମତିଥିକୁ ଗୁରୁଦିବସ ଭାବରେ ପାଳନ କରାଯାଏ ।
କେତେକ ଦେଶରେ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଅଲଗା ଅଲଗା ଦିନରେ ଏହି ଦିବସ ପାଳନ କରାଯାଇଥାଏ । ସାରା ପୃଥିବୀରେ ବିଶ୍ୱ ଶିକ୍ଷକ ଦିବସ ଅକ୍ଟୋବର ୫ରେ ପାଳନ କରାଯାଇଥାଏ । ଇଉନେସ୍କୋଦ୍ୱାରା ଗୁରୁମାନଙ୍କର ଗୁରୁତ୍ୱ ଅନୁଭବ କରିବା ଓ ସେମାନଙ୍କୁ ବିଶେଷ ସମ୍ମାନ ଦେବା ପାଇଁ ଏହି ଦିବସ ସାରା ପୃଥିବୀରେ ପାଳିତ ହୋଇଥାଏ ।[୧]
lipu[ସମ୍ପାଦନା]
ଶିକ୍ଷକ ଦିବସ ଅନେକ ଦେଶରେ ୨୦ଶ ଶତକ ପରେ ସ୍ୱାଧୀନ ଭାବରେ ପାଳିତ ହେବା ଆରମ୍ଭ ହେଲା । ଆର୍ଜେଣ୍ଟିନାରେ ଏହା ଡୋମିନିଙ୍ଗୋ ଫଷ୍ଟିନୋ ସାର୍ମେଣ୍ଟିନୋଙ୍କ ଦେହାନ୍ତ ତାରିଖ ସେପ୍ଟେମ୍ବର ୧୯୧୫ ଠାରୁ[୨] ପାଳନ କରୁଥିବା ବେଳେ ଭାରତରେ ବିଶିଷ୍ଟ ଶିକ୍ଷାବିଦ ଓ ପୁର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ୧୯୬୨ ମସିହାଠାରୁ ପାଳିତ ହୋଇଆସୁଅଛି [୩])
ପାଳନ[ସମ୍ପାଦନା]
ଏହି ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥାନ୍ତି । "ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ,ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ" ବୋଲି ଗୁରୁବନ୍ଦନା କରାଥାନ୍ତି । ବିଦ୍ୟାଳୟଗୁଡ଼ିକୁ ବାଦଦେଇ ବାକି ସରକାରୀ ଓ ବେସରକାରୀ ସବୁରେ ଏହି ଦିନ ଏକ ଛୁଟି ଦିନ ଭାବରେ କାମରୁ ବିରତି ନେଇଥାନ୍ତି ।