ଗନ୍ଧମାର୍ଦନ

ଉଇକିପିଡ଼ିଆ‌ରୁ
(ଗନ୍ଧମାର୍ଦନ ପର୍ବତସମୂହରୁ ଲେଉଟି ଆସିଛି)

ଗନ୍ଧମାର୍ଦନ ପର୍ବତ ସମୂହ (Gandhamardan Hills) ଓଡ଼ିଶାର ବଲାଙ୍ଗିର ଓ ବରଗଡ ଜିଲ୍ଲା ମଧ୍ୟରେ ଥିବା ପର୍ବତ ସମୂହ । ଏହା ଆୟୁର୍ବେଦିକ ଔଷଧ ମିଳୁଥିବା ଅନେକ ଦୁର୍ଲଭ ବୃକ୍ଷ୍ୟ ରାଜିରେ ପରିପୂର୍ଣ ହେଇଥିବାରୁ ଭାରତରେ ବିଖ୍ୟାତ । ଏହି ପର୍ବତରେ ବକ୍ସାଇଟ ଖଣିଜ ପଦାର୍ଥ ମଧ୍ୟ ବିପୁଳ ପରିମାଣରେ ଉପଲବ୍ଧ । ଓଡ଼ିଶା ସରକାର ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନମାନେ ଏଠାରୁ ବକ୍ସାଇଟ ଖନନ କରି କାରଖାନାମାନଙ୍କୁ ପଠାନ୍ତି । 

ଗନ୍ଧମାର୍ଦନସ୍ଥିତ ଐତିହାସିକ "ଭୀମ ମଡୁଆ"

ପୌରଣିକ ତଥ୍ୟ [ସମ୍ପାଦନା]

ଏହି ପର୍ବତ ସହ ବହୁକାଳରୁ ଏଇତିହାସିକ ତଥା ପୌରଣିକ ତଥ୍ୟ ସବୁ ଜଡ଼ିତ ରହିଛି । ପ୍ରାକ୍ତନ କାଳରେ ଏହା ବୌଦ୍ଧିକ ସଂସ୍କୃତିର ଏକ ପିଠ ହିସାବରେ ରହିଥିବାର ଇତିହାସ କହେ । ପର୍ବତର ନିକଟବର୍ତ୍ତୀ ଇଲାକାରେ ଅନେକ ପୁରାତନ ଧ୍ୱଂସ ସ୍ତୂପ ତଥା ଅନ୍ୟାନ୍ୟ ଭଗ୍ନାବଶେଷ ଦେଖିବାକୁ ମିଳିଥାଏ । ପୁରାଣ ବର୍ଣ୍ଣନା ଅନୁସାରେ ହନୁମାନ ଏହି ପର୍ବତକୁ ଲକ୍ଷ୍ମଣଙ୍କ ଜୀବନ ବଞ୍ଚେଇବା ପାଇଁ ଲଙ୍କାକୁ ବୋହି ନେଇଥିଲେ ରାମ ରବଣ ଯୁଦ୍ଧ ସମୟରେ । ତ୍ରେତୟା ଯୁଗରେ ହେଇଥିବା ଏହି ଯୁଦ୍ଧ କାଳରେ ଶ୍ରୀରାମଙ୍କ ଉପଦେଷ୍ଠା ଜାମ୍ବବାନ ଶ୍ରୀରାମଙ୍କୁ କହିଥିଲେ ହନୁମାନଙ୍କୁ ଗନ୍ଧମାର୍ଦନ ପଠେଇ ସେଠାରୁ ବିଶଲ୍ୟକରଣୀ ପାତ୍ର ଆଣିବାକୁ । ହନୁମାନ ଗନ୍ଧମାର୍ଦନ ପହଞ୍ଚି ଘଞ୍ଚ ଅରଣ୍ୟ ଭିତରେ ବିଶଲ୍ୟକରଣୀ ଗଛ ଚିହ୍ନି ପାରିଲେ ନାହିଁଁ । ତେଣୁ ସେ ସମ୍ପୂର୍ଣ୍ଣ ପର୍ବତକୁ ଉପାଡି ତାକୁ ନେଇ ଯାଇଥିଲେ । ସେ ନେଲାବେଳେ ସେଥିରୁ ଗୋଟିଏ ଖଣ୍ଡ ଆକାଶରୁ ସେହି ଜାଗାରେ ପତିତ ହେଲା । ବର୍ତ୍ତମାନର ଗନ୍ଧମାର୍ଦନ ସେହି ଖଣ୍ଡକ ବୋଲି ପୁରାଣ କହେ । ଏହି ପର୍ବତର ଉତ୍ତର ଦିଗରେ ଏକ ସୁନ୍ଦର ଝରଣା ତଟରେ ପ୍ରଖ୍ୟାତ ନୃସିଂହନାଥ ମନ୍ଦିର ତଥା ଦକ୍ଷିଣପଟରେ ଏକ ଏକ ଝରଣା କୁଳରେ ହରିଶଙ୍କର ମନ୍ଦିର ଅବସ୍ଥିତ ।

ଗନ୍ଧମାର୍ଦନ ନିକଟସ୍ଥ ବନ୍ଧ

 

ଇତିହାସ [ସମ୍ପାଦନା]

ମହାଭାରତ ପୁରାଣରେ ଉଲ୍ଲେଖ ଅନୁସାରେ ମହାବୀର ଦ୍ରୋଣ ତାଙ୍କର ବଛା ଛାତ୍ର ମାନଙ୍କୁ ଏହି ପର୍ବତର ଅରଣ୍ୟରେ ଶସ୍ତ୍ର ଶିକ୍ଷା ପ୍ରଦାନ କରୁଥିଲେ । ତାଙ୍କଠାରୁ ଶିକ୍ଷା ପାଇଥିବା ଛାତ୍ରମାନେ ସାରା ଭାରତରେ ପୋଖତ ଯୋଦ୍ଧାର ସମ୍ମାନ ପାଉଥିଲେ । ଚୀନ ଦେଶର ପରିବ୍ରାଜକ ମଧ୍ୟ ଏହି ଗନ୍ଧମାର୍ଦନ ପରିଭ୍ରମଣ କରି ଏହାର ସୁନ୍ଦରତା ଉପରେ ତାଙ୍କ ଭ୍ରମଣ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁସାରେ ପର୍ବତ ନିକଟରେ ପରିମଳ ଗିରି ନାମକ ଏକ ବୌଦ୍ଧ ବିଶ୍ୱବିଦ୍ୟାଳୟ ମଧ୍ୟ ଥିଲା । 

ଜ୍ୟେବ  ବିବିଧତା [ସମ୍ପାଦନା]

ଗନ୍ଧମାର୍ଦନ ପର୍ବତ ଔଷଧୀୟ ବୃକ୍ଷ୍ୟ ପାଇଁ ପ୍ରସିଦ୍ଧ । ଏଠାରେ Botanical Survey of India ଆନୁକୁଲ୍ୟରେ ହେଇଥିବା ଅନୁଧ୍ୟାନ ଅନୁସାରେ ୨୨୦ ପ୍ରକାର ଦୁର୍ଲଭ ଔଷଧୀୟ ବୃକ୍ଷ୍ୟ ଉପଲବ୍ଧ ଥିବା କଥା ଲେଖିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ୫୦୦ରୁ ବେଶୀ ପ୍ରକାର ର ଔଷଧୀୟ ବୃକ୍ଷ୍ୟ ରହିଛି । ସ୍ଥାନୀୟ ଅଞ୍ଚଳରୁ ବୈଦ୍ୟମାନେ ଏହିସବୁ ଔଷଧ ନିର୍ମାଣ କରି ବ୍ୟବହାର କରିଥାନ୍ତି । 

ଗନ୍ଧମର୍ଦନ ପର୍ବତର ଜଙ୍ଗଲରେ ମିଳୁଥିବା ଔଷଧ ଯୁକ୍ତ ଯଡି ବୁଟୀ , ପତ୍ର , ଗଛର ବକଳ ବ୍ୟବହାର କରି ଆୟୁର୍ବେଦିକ ଔଷଧ ନିର୍ମାଣ ପାଇଁ ଏହା ନିକଟରେ ଅନେକ ବେସରକାରୀ ଆୟୁର୍ବେଦିକ କକର୍ମଶାଳା ମନ ଖୋଲିଛି । ସରକାର ମଧ୍ୟ ଏହା ନିକଟରେ ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ୨ଟି ଆୟୁର୍ବେଦିକ କଲେଜ ଖୋଲି ଏହାର ଔଷଧ ଉପରେ ଗବେଷଣାର ବ୍ୟବସ୍ଥା କରିଛନ୍ତି । 

ଏହି ଅରନ୍ୟାଞ୍ଚଳରେ ମିଳୁଥିବା ଆୟୁର୍ବେଦିକ ଉପାଦାନ ମାନଙ୍କୁ ସ୍ଥାନୀୟ ଲୋକମାନେ ସଂଗ୍ରହ କରି ଡାବର , ଝଣ୍ଡୁ ପରି ବୃହତ ଔଷଧ କମ୍ପାନୀ ମାନଙ୍କୁ ଯୋଗେଇଥାନ୍ତି । 

ଗନ୍ଧମାର୍ଦନ ପରିବେଶ ସୁରକ୍ଷ୍ୟା   ବକ୍ସାଇଟ ଖନନ ପାଇଁ  ଗନ୍ଧମାର୍ଦନ ପର୍ବତର ପରିବେଶ ନଷ୍ଟ ହେବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳ ତଥା ପଶ୍ଚିମ ଓଡ଼ିଶାର ଅନେକ ସଚେତନ ନାଗରିକ ' ଗନ୍ଧମାର୍ଦନ ସୁରକ୍ଷ୍ୟା ସମିତି ' ଗଠନ କରି ଏହାର ପରିବେଶର ରକ୍ଷ୍ୟା ପାଇଁ ଅହରହ ଉଦ୍ୟମ ଜାରି ରଖିବା ଫଳରେ ଏବେମଧ୍ୟ ଗନ୍ଧମାର୍ଦନର ପ୍ରକୃତିକ ଶୋଭା ଅତୁଟ ରହିଛି । This flower is from Nrusinghanath Gandhamardan Hill Kurdu Dunguri Nrusinghanath ,Kindly identify the plant..A very rare one but unable to identify

 http://hotnhitnews.com/Gandhamardan_Orissa_natures_paradise_endangered_by_the_white_gold_craze_016_10086.htm


ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]