ଗଣେଶ ପତ୍ନୀ

ଉଇକିପିଡ଼ିଆ‌ରୁ
ଗଣେଶଙ୍କ ସ‌ହ ଦୁଇ ପତ୍ନୀ - ରିଦ୍ଧି ଓ ସିଦ୍ଧି, ରାଜା ରବି ବର୍ମାଙ୍କ ଚିତ୍ର (୧୮୪୮–୧୯୦୬)

ଗଣେଶଙ୍କ ପତ୍ନୀଗଣେଶଙ୍କ ବୈବାହିକ ସ୍ଥିତି ବିଷୟ ବିଭିନ୍ନ ପୌରାଣିକ ଗ୍ରନ୍ଥମାନଙ୍କରେ ଭିନ୍ନ ଭିନ୍ନ ଥାଏ ଓ ଏହା ପଣ୍ଡିତମାନଙ୍କର ସମୀକ୍ଷାକୁ ଖୋରାକ ଯୋଗାଏ ।[୧] ତାଙ୍କର ଭିନ୍ନ ଭିନ୍ନ ପତ୍ନୀ ବିଷୟରେ ଲେଖାଥାଏ । ଏକ ପୌରାଣିକ ଗାଥାରେ ସେ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି । ଅନ୍ୟ କେତେକ କଥାରେ ତାଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଓ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି ଓ ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି ।[୨] ଅନ୍ୟ ଏକ ବୃତ୍ତାନ୍ତରେ କଳା ଓ ସଂସ୍କୃତିର ଦେବୀ ସରସ୍ୱତୀଙ୍କ ସ‌ହିତ ତାଙ୍କୁ ସଂଯୁକ୍ତ କରାଯାଇଛି । ବେଙ୍ଗଲରେ ତାଙ୍କୁ କଦଳୀ ବୃକ୍ଷ ସ‌ହିତ ଯୋଗସୂତ୍ର ଥିବା କୁହାଯାଏ । [୩] ସାଧାରଣତଃ ତାଙ୍କର ରଚନାତ୍ମକ ଶକ୍ତିକୁ ତାଙ୍କର ପତ୍ନୀ ଭାବରେ ଉପସ୍ଥାପନ କରାଯାଏ । ତାଙ୍କର ଏକ ପତ୍ନୀ ଥିବା ବା ଅନାମଧେୟ ଦାସୀ ପତ୍ନୀ ଥିବା ଦର୍ଶାଯାଏ ।[୪]


ଭାରତର ସ୍ଥାନୀୟ ପାର୍ଥକ୍ୟ ଦେଖିଲେ ଗଣେଶଙ୍କ ପତ୍ନୀ ବିଷୟରେ ବିଭିନ୍ନତାର ଉପସ୍ଥାପନ ବୁଝିହୁଏ । ଏହା ସ‌ହିତ ସେହି ଉପସ୍ଥାପନର ସମୟ ବା କାଳ, ଓ ପରମ୍ପରାକୁ ନେଇ ମଧ୍ୟ ପରିବର୍ତ୍ତିତ ହେଉଥିବା ସମ୍ଭାବନା ଅଧିକ ହୁଏ । ଲୋକମାନଙ୍କର ପୂଜା ଓ ଧ୍ୟାନ ପଦ୍ଧତି ଅନୁସାରେ ଓ ବିଭିନ୍ନ ପରମ୍ପରା ଅନୁସାରେ ତାଙ୍କୁ ଏକ ବାଳକ (ବାଳ ଗଣପତି) (बाल गणपति; bālagāņapati) ବା ଏକ ତାନ୍ତ୍ରୀକ ଭଗବାନ ରୂପରେ ମଧ୍ୟ ପୂଜା କରାଯାଏ । [୫][୬]


ବୁଦ୍ଧି, ସିଦ୍ଧି, ରିଦ୍ଧି[ସମ୍ପାଦନା]

ଗଣେଶ ପୁରାଣ ଓ ମୁଦଗଲ ପୁରାଣରେ (Mudgala Purana) ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଓ ବୁଦ୍ଧି ବସିଥିବା ଦେଖାଯାଏ ।[୭] ଏହି ଦୁଇ ପୁରାଣରେ ସେମାନେ ଗଣେଶଙ୍କର ସ୍ୱାଭାବିକ ଅଂଶ ଭାବରେ ଦେଖାଯାଆନ୍ତି ,[୮] ଓ ଥପନ ଅନୁସାରେ [୯] ଶକ୍ତି ପୂଜା ନିମନ୍ତେ ସେ କୌଣସି ବିଶେଷ ପୂଜା ଆବଶ୍ୟକ କରନ୍ତି ନାହିଁ । ଗଣେଶ ପୁରାଣ ଅନୁସାରେ ବ୍ରହ୍ମା ଗଣେଶଙ୍କୁ ସମ୍ମାନାର୍ଥେ ପୂଜା କରନ୍ତି ଓ ଏହି ସମୟରେ ବୁଦ୍ଧି ଓ ସିଦ୍ଧି ପ୍ରକାଶିତ ହୁଅନ୍ତି । ଗଣେଶ ତାଙ୍କୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି । [୧୦] ଗଣେଶ ପୁରାଣ (Ganesha Purana) ଅନୁସାରେ ଗଣେଶଙ୍କୁ ଅନେକ ଦେବତା ଉପ‌ହାର ଦିଅନ୍ତି କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଏ, ବ୍ରହ୍ମା ତାଙ୍କର ମାନସରୁ ବୁଦ୍ଧି ଓ ସିଦ୍ଧି ଜାତ କରି ଗଣେଶଙ୍କୁ ଦେଇଛନ୍ତି ।[୧୦]


ସମ୍ପର୍କର ବ୍ୟାଖ୍ୟା[ସମ୍ପାଦନା]

ଶିବ ପୁରାଣର ଏକ କାହାଣୀ ଅନୁସାରେ ପ୍ରଜାପତିଙ୍କର ସିଦ୍ଧି ଓ ବୁଦ୍ଧି ନାମକ ଦୁଇ ଝିଅଙ୍କୁ ବିବାହ କରିବା ନିମନ୍ତେ ଗଣେଶ ଓ ତାଙ୍କ ଭାଇ ସ୍କନ୍ଧଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲେ ଯେଉଁଥିରେ ଗଣେଶ ବୁଦ୍ଧିମତ୍ତାରେ ଜିତିଥିଲେ । [୧୧] ଏହି କାହାଣୀ ଅନୁସାରେ ସିଦ୍ଧିଙ୍କ ଔରସରୁ କ୍ଷେମ (ସମୃଦ୍ଧି) ଓ ବୁଦ୍ଧିଙ୍କ ଔରସରୁ ଲାଭ ଜାତ ହୋଇଥିଲେ । ଉତ୍ତର ଭାରତରେ ଏହି କାହାଣୀରେ ପରିବର୍ତ୍ତନ ହୋଇ ଦୁଇ ପୁତ୍ରଙ୍କର ଶୁଭ ଓ ଲାଭ ନାମକରଣ ହୋଇଛି । [୧୨] ଶିବ ପୁରାଣ ଅନୁସାରେ ଗଣେଶଙ୍କ ଦୁଇ ପାଖରେ ବସିଥିବା ମହିଳାମାନେ ତାଙ୍କର ପତ୍ନୀ ନୁହନ୍ତି ବରଂ ତାଙ୍କର ଶକ୍ତି । [୧୩]

ଲୁଡୋ ରୋସର କ‌ହନ୍ତି ଯେ ଗଣେଶଙ୍କର ବର୍ଣ୍ଣନାରେ 'ସିଦ୍ଧି-ବୁଦ୍ଧି ସମନ୍ୱିତ' କୁହାଯାଏ ଯାହାକୁ ଅନୁଗାମୀ ବା ସ‌ହଗାମୀ ଭାବରେ ଗ୍ରହଣ କରାଯାଇପାରେ ଓ ଏହାଠାରୁ ଅଧିକ କିଛି ନୁହେଁ । ଯେଉଁଠାରେ ଗଣିଶ ଅଛନ୍ତି ସେଠାରେ ସିଦ୍ଧି, ବୁଦ୍ଧି ପଛରେ ରହିପାରିବେନି । ଆରମ୍ଭରେ ଏହି ଧାରଣା ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବିବାହକୁ ସଂଯୁକ୍ତ କରାଯାଇଛି ।[୧୪] ଗଣେଶ ପୁରାଣର ୪୯କ ଛନ୍ଦରେ ତାଙ୍କର ସ‌ହସ୍ର ନାମ ମଧ୍ୟରୁ ରିଦ୍ଧିସିଦ୍ଧିପ୍ରବର୍ଦ୍ଧନମ ଗୋଟିଏ ନାମ । ମତ୍ସ୍ୟ ପୁରାଣ ଅନୁସାରେ ରିଦ୍ଧି ଓ ସିଦ୍ଧିଙ୍କର ମାଲିକ ଗଣେଶ ଅଟନ୍ତି ।[୧୫]

ଅଜିତାଗମ ଅନୁସାରେ ଗଣେଶଙ୍କୁ ହରିଦ୍ରା ଗଣପତି କୁହାଯାଏ ଓ ତାଙ୍କ ଦୁଇ ପାର୍ଶରେ ଦୁଇ ଅନାମଧେୟ ପତ୍ନୀ ରହିଥାଆନ୍ତି । ସଂସ୍କୃତରେ ପତ୍ନୀଙ୍କୁ ଦାରା (दारा) କୁହାଯାଏ ଓ ଦାରାଯୁଗଳମ (दारायुगलम्) ବର୍ଣ୍ଣନା ଥାଏ । [୧୬] ଏହି ପତ୍ନୀମାନେ ଶକ୍ତିଠାରୁ ପୃଥକ ଅଟନ୍ତି ।[୧୭]

ଅବିବାହିତ[ସମ୍ପାଦନା]

ଅନ୍ୟ ଏକ ପରମ୍ପରା ଅନୁସାରେ ଗଣେଶ ଅବିବାହିତ ଅଟନ୍ତି ।[୧୮] ଏହି ଧାରଣା ଦକ୍ଷିଣ ଭାରତରେ ଜନପ୍ରିୟ ।[୧୯] ଅବିବାହିତ ଓ ଧାର୍ମିକ ପରମ୍ପରାକୁ ଦକ୍ଷିଣ ଭାରତରେ ସଂଯୁକ୍ତ କରାଯାଇଛି । [୨୦] ଗଣେଶ ସ‌ହସ୍ରନାମର ଗଣେଶ ପୁରାଣ ସଂସ୍କରଣରେ ଭାସ୍କରାୟ ଗଣେଶଙ୍କର ଆଜୀବନ ଅବିବାହିତ ସମ୍ପର୍କରେ ସଂକେତ ଦେଇଛନ୍ତି । [୨୧] ଭାସ୍କରାୟ ମତରେ ଅଭୀରୁ ଅର୍ଥ ମହିଳ ବିହୀନ କିନ୍ତୁ ଏହାକୁ ଭୟାନ‌କ ନୁହେଁ ବୋଲି କ‌ହିହେବ । [୨୨]

ଆଧାର[ସମ୍ପାଦନା]

  1. For a review, see: Cohen, Lawrence. "The Wives of Gaṇeśa", in: Brown 1991, pp. 115–140.
  2. For a review of associations with Buddhi, Siddhi, Riddhi, and other figures, and the statement "In short the spouses of Gaṇeśa are the personifications of his powers, manifesting his functional features ...", see: Krishan 1999, p. 62.
  3. For discussion of the Kala Bo, see: Cohen, Lawrence, "The Wives of Gaṇeśa", in: Brown 1991, pp. 124–125.
  4. For single consort or a nameless daşi (servant), see: Cohen, Lawrence, "The Wives of Gaṇeśa", in: Brown 1991, p. 115.
  5. For pictures of the 32 meditation forms along with the Sanskrit descriptions appearing in the Śrītattvanidhi, see: Chinmayananda 1987, pp. 85–118 and Grimes 1995, pp. 60–61.
  6. For descriptions of the 32 meditation forms appearing in the Śrītattvanidhi, see: Martin-Dubost, pp. 120–123.
  7. Mudgala Purana VI.9.8 and Ganesha Purana II.125.39, II.6.24, II.31.9. Citations for the Ganesha Purana are from the Yogindra Mata 1985 (Part II) editions.
  8. Mudgala Purana VIII.43.26-7 and Ganesha Purana II.130.22.
  9. Thapan, pp. 192–193.
  10. ୧୦.୦ ୧୦.୧ Bailey 1995.[page needed]
  11. Śiva Purāṇa 2.5.19.15–20. Translation. Courtright, pp. 123–125.
  12. Brown p.130
  13. Courtright, pp. 124, 213. "They are his śaktis (the feminine emanations of his creative powers)."
  14. For quotation regarding phrase "siddhi-buddhi-samanvita" see: Rocher, Ludo, "Gaṇeśa's Rise to Prominence in Sanskrit Literature", in: Brown 1991, p. 74.
  15. Matsya Purana 260.55. Edited by Jamna Das Akhtar (Delhi: Oriental Publishers, 1972), 310.
  16. Macdonell, p. 118.
  17. Ajitāgama Vol. III. 55.18.
  18. For statement that "According to ancient tradition, Gaṇeśa was a Brahmacārin, that is, an unmarried deity; but legend gave him two consorts, personifications of Wisdom (Buddhi) and Success (Siddhi).", see: Getty 1936, p. 36.
  19. Brown p.126
  20. Heras, p. 59. Heras quotes from Herbert's Ganesa, which says, "La couleur rouge de son corps est celle que donne aux grandes yogins la pratique intense de la meditation" (translation: The red color of his body is that which the intense practice of meditation gives to great Yogis).
  21. Gaṇeśasahasranāmastotram: mūla evaṁ srībhāskararāyakṛta 'khadyota' vārtika sahita. (Prācya Prakāśana: Vārāṇasī, 1991). Includes the full source text and the commentary by Bhāskararāya in Sanskrit.
  22. Apte, p. 720.