ଗଞ୍ଜେଇ ବ୍ୟବହାର ବିକୃତି

ଉଇକିପିଡ଼ିଆ‌ରୁ
Cannabis use disorder
Cannabis addictions, marijuana addiction, cannabis abuse, cannabis dependence
Video explanation
ବିଭାଗPsychiatry
ଲକ୍ଷଣUse of cannabis in manner that leads to impairment or distress[୧]
ଆକ୍ରାନ୍ତ ସମୟLate childhood, early adulthood[୧]
କାରଣCannabis[୨]
ବିପଦ କାରକSmoking tobacco, family history, poverty[୧]
ସଠିକ ରୋଗ ନିର୍ଣ୍ଣୟNonproblematic cannabis use, health problems due to cannabis[୧]
ଚିକିତ୍ସାCounselling (cognitive behavioral therapy, motivational interviewing)[୩]
ପୁନଃପୌନିକ1.5% of adults (US)[୧]

ଗଞ୍ଜେଇ ବ୍ୟବହାର ବିକୃତି (Cannabis use disorder, CUD) ବା ଗଞ୍ଜେଇ ଆସକ୍ତ କୁହାଯାଏ ଯେତେବେଳେ ଏହା ସଙ୍କଟ ସୃଷ୍ଟିକାରୀ ହୁଏ ।[୧] [୨] ଉଦ୍ଦେଶ୍ୟଠାରୁ ଅଧିକ ଗ୍ରହଣ କରିବା, ବ୍ୟବହାର ହ୍ରାସ କରିବା, କାର୍ଯ୍ୟସ୍ଥଳ କିମ୍ବା ବିଦ୍ୟାଳୟରେ ସମସ୍ୟା ସୃଷ୍ଟି କରିବା, ବ୍ୟବହାର ପାଇଁ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ହ୍ରାସ କରିବା ଏବଂ ଏହିପରି ବ୍ୟବହାରରୁ ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ବନ୍ଦ ନ କରିପାରିବାକୁ ଗଞ୍ଜେଇ ବ୍ୟବ‌ହାର ବିକୃତି କୁହାଯାଏ | [୧] ଅନ୍ୟାନ୍ୟ ପ୍ରସଙ୍ଗରେ ଗଞ୍ଜେଇ ପ୍ରତ୍ୟାହାର ଓ ଏହି ପ୍ରଭାବ ପ୍ରତି ସ‌ହନଶୀଳ ଏକ ସମସ୍ୟା ହୋଇପାରେ । [୧]

ତମାଖୁ ଧୁମ‌ପାନ, ପାରିବାରିକ ଇତିହାସ ଓ ଦାରିଦ୍ର୍ୟ ଏହାର ସଙ୍କଟ ସୃଷ୍ଟି କରିଥାଏ । [୧] ଏହାର ବ୍ୟବହାର ପାଇଁ ଦର୍ଶାଯାଇଥିବା କାରଣଗୁଡ଼ିକ ହେଉଛି ପରୀକ୍ଷଣ, ଉପଭୋଗ ସାମାଜ ଅନୁରୂପ ହେବା ନିମନ୍ତେ ଏବଂ ଚାପକୁ ପରିଚାଳନା କରିବା | [୨] ପରିସ୍ରା, ରକ୍ତ, ଲାଳ କିମ୍ବା କେଶ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଇପାରେ। [୨]

ଚିକିତ୍ସାରେ କଗନିଟିଭ ବିହେଭିଅରାଲ ଥେରାପି ଓ ମୋଟିଭେସନାଲ ଇଣ୍ଟରଭିୟୁ ପଦ୍ଧତି ଅବଲମ୍ବନ କରାଯାଇପାରେ ।[୩] ୨୦୨୦ ମସିହା ସୁଦ୍ଧା ଔଷଧଗୁଡିକର ବ୍ୟବହାରକୁ ସମର୍ଥନ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ | [୨] ପ୍ରାୟ ୭% ଲୋକ ଏକ ବର୍ଷର ଚିକିତ୍ସା ଆବଶ୍ୟକ କରନ୍ତି; ତଥାପି ଚିକିତ୍ସା ସତ୍ତ୍ୱେ ଅନେକେ ଏହାର ବ୍ୟବହାର ଜାରି ରଖନ୍ତି | [୪]

ସାରା ପୃଥିବୀରେ ୨୦୧୮ ମସିହାରେ ପ୍ରାୟ ୧୯୨ ନିୟୁତ ଲୋକ (୩.୯% ବୟସ୍କ) ଗଞ୍ଜେଇ ବ୍ୟବହାର କରିଥିଲେ। [୩] ଉତ୍ତର ଆମେରିକାରେ ୧୫% ଏବଂ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ୧୧% ଲୋକ ବ୍ୟବ‌ହାର କରନ୍ତି । [୩] ଗଞ୍ଜେଇ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଲୋକ ଏହି ରୋଗ‌ଗ୍ରସ୍ତ ହୁଅନ୍ତି। [୩] ଯୁକ୍ତରାଷ୍ଟ୍ରରେ ପ୍ରାୟ ୩.୪% ବୟସ୍କ ପିଲା ଏବଂ ୧.୫% ବୟସ୍କ ବ୍ୟକ୍ତିଙ୍କର ଏହି ରୋଗ ହୋଇଥାଏ। [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ବିଳମ୍ବିତ ପିଲାଦିନ କିମ୍ବା ବୟସ୍କ ଅବସ୍ଥାରେ ଏହି ରୋଗ ଆରମ୍ଭ ହୁଏ | [୧]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 509. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. ୨.୦ ୨.୧ ୨.୨ ୨.୩ ୨.୪ Patel, J; Marwaha, R (January 2020). "Cannabis Use Disorder". PMID 30844158. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ WORLD DRUG REPORT 2020 (SET OF 6 BOOKLETS) (PDF). [S.l.]: UNITED NATIONS. 2020. p. 11, 13, 32. ISBN 978-92-1-148345-1. Retrieved 20 February 2021.
  4. Brezing, CA; Levin, FR (January 2018). "The Current State of Pharmacological Treatments for Cannabis Use Disorder and Withdrawal". Neuropsychopharmacology : official publication of the American College of Neuropsychopharmacology. 43 (1): 173–194. doi:10.1038/npp.2017.212. PMID 28875989.