ଖୁଦନେଶ୍ୱର ଆସ୍ଥାନ, ମୋରୱା
Khudneshwar Asthan, Morwa | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Samastipur District |
Location | |
Country | India |
Architecture | |
Type | Mandir |
Narhan Estate |
ଖୁଦନେଶ୍ୱର ଆସ୍ଥାନ, ଭାରତୀୟ ରାଜ୍ୟ ବିହାରର ସମସ୍ତିପୁର ଜିଲ୍ଲାର ସମସ୍ତିପୁର ସହରଠାରୁ 17 କିଲୋମିଟର ଦୂରରେ ଥିବା ଶିବ ମନ୍ଦିର । [୧]
ଏହିନାମଟି ଜଣେ ମୁସଲିମ ମହିଳାଙ୍କ ନାମ ଖୁଦନୀଙ୍କଠାରୁ ହେଇଥିଲା । ମହିଳା ଜଣକ ଘଞ୍ଚ ଅରଣ୍ୟରେ ଶିବଲିଙ୍ଗଟି ଆବିଷ୍କାର କରିଥିଲେ ଓ ନିଜେ ଜଣେ ଶିବଙ୍କ ଭକ୍ତ ହେଇଥିଲେ । [ଆଧାର ଲୋଡ଼ା]
ଇତିହାସ
[ସମ୍ପାଦନା]1858 ମସିହାରେ ବ୍ରିଟିଶ ରାଜ ସମୟରେ ନରହାନ ଇଷ୍ଟେଟ ଦ୍ୱାର ଏହି ମନ୍ଦିର ନିର୍ମିତ ହେଇଥିଲା । ଏଠାରେ ବର୍ଷ ତମାମ ଭକ୍ତ ଆସୁଥିବା ବେଳେ ମହଶିବରାତ୍ରି ସମୟରେ ବାର୍ଷିକ ମେଳା ମଧ୍ୟ ହେଇଥାଏ । ଶ୍ରାବଣ ମାସରେ ମଧ୍ୟ ବହୁ ଭକ୍ତ ଏଠାକୁ ଆସିଥାନ୍ତି । ଏହି ମନ୍ଦିରକୁ ହିନ୍ଦୁ ମୁସଲିମ ଏକତାର ନିଦର୍ଶନ ବୋଲି କୁହାଯାଇଥାଏ ।
କିମ୍ବଦନ୍ତୀ
[ସମ୍ପାଦନା]I14 ଶ ଶତାବ୍ଦୀରେ ଏହି ଅଞ୍ଚଳ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା । ଏକା ଗ୍ରାମୀଣ ମୁସଲିମ ମହିଳା ତାଙ୍କର ଗୋରୁ ମାନନକୁ ଜଙ୍ଗଲକୁ ଚରିବାକୁ ପଠାନ୍ତି । ସେ ଲକ୍ଷ୍ୟ କାଲେ ଗୋରୁଟି ଅନେକ ଦିନ ଔ ଦୁଧ ଦେ3ଲା ନାହି । ସେ ତାହା ସଙ୍ଗେ ଅରଣ୍ୟକୁ ଯାଇ ଦେଖିଲେ ଯେ ଗୋରୁଟି ଏକା ସ୍ଥାନରେ ଯାଇ ତାର ଦୁଗ୍ଧ ଆପେ ଆପେ ଛାଡୁଛି ଓ ସେହି ସ୍ଥାନରେ ଶିବ ଲିଙ୍ଗା ଉଭା ହେଇଛନ୍ତି । ମହିଳା ଏହା ଯାଇ ଗ୍ରାମରେ କହିବାରୁ ଗ୍ରାମବାସୀମାନେ ଆସି ଲିଙ୍ଗାକୁ ନେଇ ସ୍ଥାପନ ପୂର୍ବକ ଆରାଧନା କରିଥିଲେ । ଖୁଦନୀଙ୍କ ନାମ ଅନୁସାରେ ମନ୍ଦିରର ନାମକରଣ ଖୁଦନେଶ୍ୱର ମନ୍ଦିର ରହିଲା ।
ଆଧାର
[ସମ୍ପାଦନା]- ↑ Samastipur, Samastipur. "Official website of Samastipur". Official website of Samastipur. Samastipur District Administration. Retrieved 24 November 2015.