ଖୁଦନେଶ୍ୱର ଆସ୍ଥାନ, ମୋରୱା

ଉଇକିପିଡ଼ିଆ‌ରୁ
Khudneshwar Asthan, Morwa
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSamastipur District
Location
CountryIndia
Architecture
TypeMandir
Narhan Estate

ଖୁଦନେଶ୍ୱର ଆସ୍ଥାନ, ଭାରତୀୟ ରାଜ୍ୟ ବିହାରର ସମସ୍ତିପୁର ଜିଲ୍ଲାର ସମସ୍ତିପୁର ସହରଠାରୁ 17 କିଲୋମିଟର ଦୂରରେ ଥିବା ଶିବ ମନ୍ଦିର । [୧]

ଏହିନାମଟି ଜଣେ ମୁସଲିମ ମହିଳାଙ୍କ ନାମ ଖୁଦନୀଙ୍କଠାରୁ ହେଇଥିଲା । ମହିଳା ଜଣକ ଘଞ୍ଚ ଅରଣ୍ୟରେ ଶିବଲିଙ୍ଗଟି ଆବିଷ୍କାର କରିଥିଲେ ଓ ନିଜେ ଜଣେ ଶିବଙ୍କ ଭକ୍ତ ହେଇଥିଲେ । [ଆଧାର ଲୋଡ଼ା]

ଇତିହାସ [ସମ୍ପାଦନା]

1858 ମସିହାରେ ବ୍ରିଟିଶ ରାଜ ସମୟରେ ନରହାନ ଇଷ୍ଟେଟ ଦ୍ୱାର ଏହି ମନ୍ଦିର ନିର୍ମିତ ହେଇଥିଲା । ଏଠାରେ ବର୍ଷ ତମାମ ଭକ୍ତ ଆସୁଥିବା ବେଳେ ମହଶିବରାତ୍ରି ସମୟରେ ବାର୍ଷିକ ମେଳା ମଧ୍ୟ ହେଇଥାଏ । ଶ୍ରାବଣ ମାସରେ ମଧ୍ୟ ବହୁ ଭକ୍ତ ଏଠାକୁ ଆସିଥାନ୍ତି । ଏହି ମନ୍ଦିରକୁ ହିନ୍ଦୁ ମୁସଲିମ ଏକତାର ନିଦର୍ଶନ ବୋଲି କୁହାଯାଇଥାଏ । 

କିମ୍ବଦନ୍ତୀ [ସମ୍ପାଦନା]

I14 ଶ ଶତାବ୍ଦୀରେ ଏହି ଅଞ୍ଚଳ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା । ଏକା ଗ୍ରାମୀଣ ମୁସଲିମ ମହିଳା ତାଙ୍କର ଗୋରୁ ମାନନକୁ ଜଙ୍ଗଲକୁ ଚରିବାକୁ ପଠାନ୍ତି । ସେ ଲକ୍ଷ୍ୟ କାଲେ ଗୋରୁଟି ଅନେକ ଦିନ ଔ ଦୁଧ ଦେ3ଲା ନାହି । ସେ ତାହା ସଙ୍ଗେ ଅରଣ୍ୟକୁ ଯାଇ ଦେଖିଲେ ଯେ ଗୋରୁଟି ଏକା ସ୍ଥାନରେ ଯାଇ ତାର ଦୁଗ୍ଧ ଆପେ ଆପେ ଛାଡୁଛି ଓ ସେହି ସ୍ଥାନରେ ଶିବ ଲିଙ୍ଗା ଉଭା ହେଇଛନ୍ତି । ମହିଳା ଏହା ଯାଇ  ଗ୍ରାମରେ କହିବାରୁ ଗ୍ରାମବାସୀମାନେ ଆସି ଲିଙ୍ଗାକୁ ନେଇ ସ୍ଥାପନ ପୂର୍ବକ ଆରାଧନା କରିଥିଲେ । ଖୁଦନୀଙ୍କ ନାମ ଅନୁସାରେ ମନ୍ଦିରର ନାମକରଣ ଖୁଦନେଶ୍ୱର  ମନ୍ଦିର ରହିଲା । 

ଆଧାର [ସମ୍ପାଦନା]

  1. Samastipur, Samastipur. "Official website of Samastipur". Official website of Samastipur. Samastipur District Administration. Retrieved 24 November 2015.