Jump to content

ଖନିଆଧନା ଗଡଜାତ ରାଜ୍ୟ

ଉଇକିପିଡ଼ିଆ‌ରୁ
ଖନିଆଧନା ରାଜ୍ୟ
खनियाधाना रियासत
Princely State
1724–1948
Location of ଖନିଅଧନା
Location of ଖନିଅଧନା
Khaniadhana State in the Imperial Gazetteer of India
History
  Established 1724
  Independence of India 1948
Area
  1941 ୧୭୬ km2 (୬୮ sq mi)
Population
  1941 ୨୦,୧୨୪ 
Density ୧୧୪.୩ /km2  (୨୯୬.୧ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଖନିଆଧନା ଏକ ବ୍ରିଟିଶ ଅଧୀନ ଭାରତୀୟ ଗଡଜାତ ରାଜ୍ୟ ଥିଲା । ଏହା ଜୁଡେଭ ବଂଶୀୟ ବୁନ୍ଦେଲା ରାଜପୁତ[]ମାନଙ୍କଦ୍ୱାରା ଶାସିତ ହଉଥିଲା । ଖନିଆଧନା ସହର ଏହାର ରାଜଧାନୀ ଥିଲା । ଏହା ପ୍ରଥମେ ବୁନ୍ଦେଳଖଣ୍ଡ ଏଜେନ୍ସି ଓ ତାହା ପରେ କେନ୍ଦ୍ର ଏଜେନ୍ସି ଅଧୀନରେ ରହିଥିଲା । .[]

 ଭୌଗୋଳିକ ସ୍ଥିତି ଓ ଜନସଂଖ୍ୟା

[ସମ୍ପାଦନା]

ରାଜକୀୟ ରାଜ୍ୟ ଖନିଆଧନାର ଆୟତନ 101 ବର୍ଗ କିଲୋମିଟର । ଏହା ଚତୁର୍ଦିଗରେ ନାରବାର ଜିଲ୍ଲାଦ୍ୱାରା ଘେରିତ ହେଇଥିବା ବେଳେ କିଛି ଅଞ୍ଚଳ ବ୍ରିଟିଶ ଅଧୀନ ଝାଁସୀ ଜିଲ୍ଲାର ସୀମା ନିକଟରେ ଥିଲା ।ଏହା ଅର୍ଚା ରାଜ୍ୟ ର[] ପଶ୍ଚିମରେ ଅବସ୍ଥିତ ଥିଲା । ବ୍ରିଟିଶ ଶାସନ କାଳରେ 1941 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 20,124 ଥିଲା । .[][]

ଇତିହାସ 

[ସମ୍ପାଦନା]

 1724 ମସିହାରେ ଅର୍ଚାର ରାଜା ଉଦତ ସିଂହ ଖନିଆଧନା ଓ ସନ୍ନିକଟ ଗ୍ରାମ ସବୁ ତାଙ୍କ ପୁତ୍ର ଆମର ସିଂହଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ମରାଠାମାନେ ଶକ୍ତିଶାଳୀ ହେଇ ଉଠିଥିଲେ ଓ ପେଶୱା ଆମର ସିଂହଙ୍କୁ 1751 ମସିହାରେ ତାଙ୍କର ରକ୍ଷିତ ରାଜା ରୂପରେ ସ୍ୱୀକୃତି ପ୍ରଦାନ କରିଥିଲେ ।ଏହିଉ ସମୟରେ ଓରଛା ଓ ଝାଁସୀ ମଧ୍ୟରେ ବିବାଦ ଲାଗିରହିଥିଲା । 1854 ମସିହାରେ ଝାଁସୀ ରାଜତ୍ୱ  ର ବିଲୋପ ଘଟିବାରୁ ଖନିଆଧନା ନିଜକୁ ପୂର୍ଣା ସ୍ୱାଧୀନତା ଘୋଷଣା କରିଥିଲା । କିନ୍ତୁ 1862ର ବ୍ରିଟିଶ ଶାସକମାନେ ଏହାକୁ ନିଜର କରଦ ରାଜ୍ୟ ଭାବେ ରଖିଲେ ।[]ଏହି ରାଜ୍ୟ 1920ରେ ଗଠିତ ହେଇଥିବା ଭାରତୀୟ ରାଜା ମାନଙ୍କ ସଂଗଠନରେ ମିଳିତ ହେଇଥିଲା । []

ଏହି ରାଜ୍ୟ ସ୍ୱାଧୀନତା ପରେ 1948 ମସିହାରେ ନିଜକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଥିଲା । ଏହି ସମୟରେ ଖନିଆଧନାର ଅର୍ଦ୍ଧେକ ଅଂଶ 27ଟି ଗ୍ରାମ ଥାଇ ମଧ୍ୟପ୍ରଦେସ୍ୱ୍ହର ଶିବପୁରି ଜିଲ୍ଲାରେ ରହିଲା ଓ ଅପର ଅର୍ଦ୍ଧେକ 28ଟି ଗ୍ରାମ ସହ ବିନ୍ଧ୍ୟ ପ୍ରଦେଶ[]ରେ ରହିଲା । ପରେ ପୁନର୍ଗଠନ ସମୟରେ ସମସ୍ତ ଅଞ୍ଚଳ ମଧ୍ୟପ୍ରଦେଶ ରାଜ୍ୟରେ ରହିଲା । .[]

ଶାସକ 

[ସମ୍ପାଦନା]

ବୁନ୍ଦେଲା ରାଜପୁତ ପରିବାରର ବଂଶଜମାନେ ଖନିଆଧନା ରାଜଗଦିର ଅଧିକାରୀ ରହିଥିଲେ । ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । 1911 ମସିହାରେ ପ୍ରଥମେ ଶାସକମାନଙ୍କୁ ରାଜା କୁହାଗଲା । ଏହାକୁ ବ୍ରିଟିଶମାନେ ସମ୍ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ନ ଦେଇ କେବଳ ଶାସକ ହିସାବରେ ମାନ୍ୟତା ପ୍ରଦାନ କରିଥିଲେ । []

ରାଜା 

[ସମ୍ପାଦନା]
  • 1724-.... ଆମର ସିଂହ 
  • 1760-1869 ଅଜଣା 
  • 1869-1909ଚିତ୍ରା ସିଂହ 
  • 1909-1938 ଖଳକ ସିଂହ 
  • 1938-1948 ଦେବେନ୍ଦ୍ର ପ୍ରତାପ ସିଂହ 

ଆଧାର 

[ସମ୍ପାଦନା]
  1. Bundela Rajas of Bundelkhand (Panna)
  2. 1 2 3 4 David P. Henige, Princely states of India: a guide to chronology and rulers, Orchid Press, 2004 pp:104-5
  3. 1 2 3 {{cite web}}: Empty citation (help)
  4. 1 2 Census of India, 1961: Madhya Pradesh by India.

ବାହାର ଲିଙ୍କ 

[ସମ୍ପାଦନା]