ଖଦୀ ପ୍ରସାଦ

ଉଇକିପିଡ଼ିଆ‌ରୁ

ଖଦୀ ପ୍ରସାଦ ବୋଲି କହିଲେ ଠାକୁରଙ୍କ ଅଙ୍ଗଲାଗି ବସ୍ତବିଶେଷକୁ ବୁଝାଏ । ଏହି ଖଦୀ ପ୍ରସାଦର ରାଜବଂଶ ସହ ବେଶ କିଛି ସମ୍ପର୍କ ରହିଥୁବା ଇତିହାସରୁ ଜଣାଯାଏ । ପୁରୀ ରାଜଶାସନରେ ଅସ୍ଥିରତା ବେଳେ ଏହି ଖଦୀ ପ୍ରସାଦ ଦେଇ ନୂଆ ରାଜା ଗାଦିସୀନ ହୋଇଥବା କୁହାଯାଏ । ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ସିକୋଦ୍ଧଶ୍ୱର ମହାପାତ୍ର କୁହନ୍ତି, ପୁରୀରେ ଶାସନ କରୁଥୁବା ଚନ୍ଦନଯାତ୍ରା ବେଳେ ମା’ ବିମଳାଙ୍କ ମନ୍ଦିର ନିକଟରେ ମୁକୁନ୍ଦ ଦେବଙ୍କ ପୁଅ ରାମଚନ୍ଦ୍ର ଓ ଅନ୍ୟ ଜଣେ ରାମଚନ୍ଦ୍ର(ରମେଇ ରାଉତରାୟ ଓରଫ ଭୋଇବଂଶୀ ରାମଚନ୍ଦ୍ର ଦେବ ତେଲେଙ୍ଗା ମୁକୁନ୍ଦ ଦେବଙ୍କ ପଟାଁ ପରେ ରାଜବଂଶରେ ଅରାଜକତା ଦେଖା ଦେଲା । ଗଜପତି ଆନ ଶୁନ୍ୟ ହୋଇ ପଡ଼ିଲା । କିଏ ଗଜପତି ହେବ ସେ ନେଇ ଘାରିଲା ଚିନ୍ତା । ଏକାଧୁକ ଦାବିଦାର ବାହାରିଲେ। ମାତ୍ର ଗଜପତି ଆସନ ପାଇଁ କିଏ ଯୋଗ୍ୟ ତାହା ବଛାଯାଇ ପାରିଲା ନାହିଁ। କନ୍ଦଳ ବଢ଼ିଲା । ଶେଷରେ ମୁକୁନ୍ଦ ଦେବଙ୍କ ପୁଅ ରାମଚନ୍ଦ୍ର ଦିଲ୍ଲୀ ଦରବାରରେ ସମ୍ରାଟ୍ ଆକବରଙ୍କ ଛାମୁରେ ଫେରାଦି ହେଲେ । ଆକବରଙ୍କୁ ସବୁ ବୃ ଭାନ୍ତ ଅବଗତ କରାଇବାପରେ ଆକବର ସମ୍ରାଟ ରାଜପ୍ରତିନିଧୂ ଭାବେ ମାନସିଂହଙ୍କୁ ଓଡ଼ିଶା ପଠାଇଥଲେ । ମାନସିଂହ ଓଡ଼ିଶା ଆସିଥୁଲେ । ୧ ମ)ଙ୍କ ମଧରେ ଭେଟ ହୋଇଥଲା । ସେଠାରେ ମାନସିଂହ ଭୋଇ ବଂଶୀ ରାମଚନ୍ଦ୍ର ଦେବଙ୍କୁ ଖଦୀପ୍ରସାଦ ଅର୍ପଣ କରି ଗଜପତିର ସ୍ୱୀକୃତି ଦେଇଥଲେ । ଭୋଇ ରାମଚନ୍ଦ୍ର ଦେବ ପ୍ରଚୁର ଉକ୍ରୋଚ ଦେଇ ଏ ରାଜପଦ ପାଇଥବା ରାଖାଲା ଦାସ ବାନାର୍ଜୀ ଉଲ୍ଲେଖ କରିଛନ୍ତି ( ହିଷ୍ଟି ଅଫ ଓଡ଼ିଶା, ଭଲୁମ ୧, ପୃଷ୍ଠା - ୩୪୮) | ମାତ୍ର ମାନସିଂହ ରାମଚନ୍ଦ୍ରଙ୍କୁ ଜଣେ ଉଦୀୟମାନ ଶକ୍ତି ଓ ଲୋକପ୍ରିୟ ବ୍ୟକ୍ତି ବୋଲି ଅନୁଭବ କରି ଏଭଳି ନିଷ୍ଣଭି ନେଇଥଲେ ଦେବାଲି କେଦାରନାଥ ମହାପାତ୍ରଙ୍କ ମତ(ଖୁରୁଧା ଇତିହାସ ପୃଷ୍ଠା ୨୮-୨୯) ।