Jump to content

କ୍ୟୁ. ଆର. କୋଡ଼

ଉଇକିପିଡ଼ିଆ‌ରୁ
(କ୍ୟୁ.ଆର.କୋଡ଼ରୁ ଲେଉଟି ଆସିଛି)
QR code for the URL of this page.
QR code for the URL of the English Wikipedia Mobile main page, "http://en.m.wikipedia.org"

କ୍ୟୁ.ଆର.କୋଡ଼ (QR code: Quick Response code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସ‌ହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରିକାଞ୍ଜି) ସ୍ଟାଣ୍ଡାର୍ଡ ଏନ‌କୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବ‌ହାର କରେ ।[]
ଅଟୋମୋଟିଭ ଇଣ୍ଡସ୍ଟ୍ରି ବାହାରେ ମଧ୍ୟ କ୍ୟୁ.ଆର.କୋଡ଼ ସିସ୍ଟମ ବ୍ୟବ‌ହାର ହେଉଛି । ୟୁପିସି ବାରକୋଡ଼ ଅପେକ୍ଷା ଏହାର ଷ୍ଟୋର କରିବା ଶକ୍ତି ଅଧିକ । ପ୍ରୋଡକ୍ଟ ଟ୍ରାକିଙ୍ଗ, ସମୟ ଟ୍ରାକିଙ୍ଗ, ଡକୁମେଣ୍ଟ ମ୍ୟାନେଜମେଣ୍ଟ, ଜେନେରାଲ ମାର୍କେଟିଙ୍ଗ ଇତ୍ୟାଦିରେ ବ୍ୟବ‌ହାର ହୁଏ ।[]
କ୍ୟୁ.ଆର.କୋଡ଼ରେ ଏକ ବର୍ଗାକାର ଗ୍ରିଡ ଉପରେ କଳା ମୋଡ୍ୟୁଲ ବା ବର୍ଗାକାର ଡଟ ସଜାହୋଇଥାଏ । ଏହ ଇମେଜିଙ୍ଗ ଡିଭାଇସ ଯେପରିକି କ୍ୟାମେରାଦ୍ୱାରା ପଢ଼ି ହୁଏ। ଏହା ରିଡ-ସୋଲୋମାନ ଏରର ( Reed–Solomon error correction ) କରେକସନ କରି ଚିତ୍ରକୁ ଭାଷାନ୍ତର(interprete) କରେ । ତାପରେ ସେହି ଛବି ପାଟର୍ନର ଆଲମ୍ବ ଓ ଭୁସମାନ୍ତର ଡାଟା ନିର୍ଗତ କରାଯାଏ ।[] ଏହା ଅଧୁନା ସ୍ମାର୍ଟ ଫୋନରେ ବ୍ୟବ‌ହାର କରାଯାଉଛି ।

ଇତିହାସ

[ସମ୍ପାଦନା]
  1. "QR Code features". Denso-Wave. Archived from the original on 2012-09-15. Retrieved 3 October 2011.
  2. ୨.୦ ୨.୧ "QR Code Essentials". Denso ADC. 2011. Archived from the original on 12 May 2013. Retrieved 12 March 2013.