କ୍ୟୁ. ଆର. କୋଡ଼

ଉଇକିପିଡ଼ିଆ‌ରୁ
QR code for the URL of this page.
QR code for the URL of the English Wikipedia Mobile main page, "http://en.m.wikipedia.org"

କ୍ୟୁ.ଆର.କୋଡ଼ (QR code: Quick Response code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସ‌ହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରିକାଞ୍ଜି) ସ୍ଟାଣ୍ଡାର୍ଡ ଏନ‌କୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବ‌ହାର କରେ ।[୧]
ଅଟୋମୋଟିଭ ଇଣ୍ଡସ୍ଟ୍ରି ବାହାରେ ମଧ୍ୟ କ୍ୟୁ.ଆର.କୋଡ଼ ସିସ୍ଟମ ବ୍ୟବ‌ହାର ହେଉଛି । ୟୁପିସି ବାରକୋଡ଼ ଅପେକ୍ଷା ଏହାର ଷ୍ଟୋର କରିବା ଶକ୍ତି ଅଧିକ । ପ୍ରୋଡକ୍ଟ ଟ୍ରାକିଙ୍ଗ, ସମୟ ଟ୍ରାକିଙ୍ଗ, ଡକୁମେଣ୍ଟ ମ୍ୟାନେଜମେଣ୍ଟ, ଜେନେରାଲ ମାର୍କେଟିଙ୍ଗ ଇତ୍ୟାଦିରେ ବ୍ୟବ‌ହାର ହୁଏ ।[୨]
କ୍ୟୁ.ଆର.କୋଡ଼ରେ ଏକ ବର୍ଗାକାର ଗ୍ରିଡ ଉପରେ କଳା ମୋଡ୍ୟୁଲ ବା ବର୍ଗାକାର ଡଟ ସଜାହୋଇଥାଏ । ଏହ ଇମେଜିଙ୍ଗ ଡିଭାଇସ ଯେପରିକି କ୍ୟାମେରାଦ୍ୱାରା ପଢ଼ି ହୁଏ। ଏହା ରିଡ-ସୋଲୋମାନ ଏରର ( Reed–Solomon error correction ) କରେକସନ କରି ଚିତ୍ରକୁ ଭାଷାନ୍ତର(interprete) କରେ । ତାପରେ ସେହି ଛବି ପାଟର୍ନର ଆଲମ୍ବ ଓ ଭୁସମାନ୍ତର ଡାଟା ନିର୍ଗତ କରାଯାଏ ।[୨] ଏହା ଅଧୁନା ସ୍ମାର୍ଟ ଫୋନରେ ବ୍ୟବ‌ହାର କରାଯାଉଛି ।

ଇତିହାସ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "QR Code features". Denso-Wave. Archived from the original on 2012-09-15. Retrieved 3 October 2011.
  2. ୨.୦ ୨.୧ "QR Code Essentials". Denso ADC. 2011. Archived from the original on 12 May 2013. Retrieved 12 March 2013.