କ୍ୟାଥରିନ ମହେର
କ୍ୟାଥରିନ ମହେର | |
---|---|
ଜନ୍ମ | କ୍ୟାଥରିନ ରବର୍ଟସ ମହେର ୧୮ ଅପ୍ରେଲ ୧୯୮୩ |
ଜାତୀୟତା | ଆମେରିକୀୟ |
ଶିକ୍ଷାନୁଷ୍ଠାନ | ନିଉ ୟର୍କ ବିଶ୍ୱବିଦ୍ୟାଳୟ |
ବୃତ୍ତି | ବ୍ୟବସାୟ ନିର୍ବାହୀ |
ସକ୍ରିୟ ବର୍ଷ | ୨୦୦୫–ବର୍ତ୍ତମାନ |
Title | ଇଉକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା |
କ୍ୟାଥରିନ ରବର୍ଟସ ମହେର (୧୯୮୩ ମସିହା ଅପ୍ରେଲ ୧୮ରେ ଜନ୍ମିତ)[୧] ଉଇକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା । ସେ ଏହି ପଦବୀରେ ୨୦୧୬ ଜୁନଠାରୁ କାର୍ଯ୍ୟରତ ।[୨] ଆଗରୁ ସେ ମୁଖ୍ୟ ଯୋଗାଯୋଗ ଅଫିସର ଥିଲେ ।[୩] ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକନୋଲୋଜିରେ (ICT) ଅଭିଜ୍ଞତା ସହ ମହେର ଅଣଲାଭକାରୀ ଓ ଆନ୍ତର୍ଜାତୀୟ ସ୍ତରରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମାନବିକ ଅଧିକାର ଓ ଆନ୍ତର୍ଜାତୀୟ ବିକାଶ କରିବା ନିମନ୍ତେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ମହେର ଯୁକ୍ତରାଷ୍ଟ୍ର ଆମେରିକାର କନେକ୍ଟିକଟସ୍ଥିତ ଉଇଲଟନଠାରେ ବଡ଼ ହୋଇଥିଲେ[୧] ଓ ଉଇଲଟନ ହାଇସ୍କୁଲରୁ ଶିକ୍ଷାଲାଭ କରିଥିଲେ ।[୪] ହାଇସ୍କୁଲ ପରେ ୨୦୦୩ରେ ମହେର ଦି ଅମେରିକାନ ଇଉନିଭର୍ସିଟି ଅଫ କାଇରୋର ଆରବୀ ଲାଙ୍ଗୁଏଜ ଇନଷ୍ଟିଚ୍ୟୁଟର ଆରବୀ ଲାଙ୍ଗୁଏଜ ଇଣ୍ଟେନସିଭ ପ୍ରୋଗ୍ରାମରୁ ସ୍ନାତକ ଲାଭ କରିଥିଲେ । ସେ ଏହି ଅନୁଭୂତିକୁ ଏକ ତାଙ୍କ ଭିତରେ ଏକ ଗଠନଶୀଳ ଅଭିଜ୍ଞତା ଓ ମଧ୍ୟପ୍ରାଚ୍ୟ ପ୍ରତି ଗଭୀର ପ୍ରେମ ଆରମ୍ଭ କରିଥିଲା ବୋଲି କହନ୍ତି ।[୫] ମହେର ସିରିଆର Institut français d’études arabes de Damasରୁ (L'IFEAD) ମଧ୍ୟ ଶିକ୍ଷାଲାଭ କରିଥିଲେ । ଏହି ସମୟରେ ଲେବାନନ ଓ ଟ୍ୟୁନିସିଆରେ ମଧ୍ୟ କିଛି ସମୟ କଟାଇଥିଲେ ।[୧][୬]
୨୦୦୫ରେ ମହେର ନିଉୟର୍କ ବିଶ୍ୱବିଦ୍ୟାଳୟରୁ ମଧ୍ୟପ୍ରାଚ୍ୟ ଓ ଇସଲାମିକ ଶିକ୍ଷାରୁ ସ୍ନାତକ ଲାଭ କରିଥିଲେ ।[୭]
ଉଇକିମିଡ଼ିଆ ଫାଉଣ୍ଡେସନ
[ସମ୍ପାଦନା]ଅପ୍ରେଲ ୨୦୧୪ରୁ ମାର୍ଚ୍ଚ ୨୦୧୬ ଯାଏ ମହେର ମୁଖ୍ୟ ଯୋଗାଯୋଗ ଅଫିସର ଭାବେ କ୍ୟାଲିଫର୍ଣିଆର ସାନ ଫ୍ରାନସିସ୍କୋସ୍ଥିତ ଉଇକିମିଡ଼ିଆ ଫାଉଣ୍ଡେସନରେ କାର୍ଯ୍ୟକରିଥିଲେ ।[୩][୮][୯] ଏହି ସମୟରେ ସେ ୱାସିଂଟନ ପୋଷ୍ଟକୁ ଯୁକ୍ତରାଷ୍ଟ୍ର ଆମେରିକା ଆଇନ ଉପରେ ଏକ ସାକ୍ଷାତକାର ଦେଇଥିଲେ ।[୧୦]
୨୦୧୬ ମାର୍ଚ୍ଚରେ ସେ ଉଇକିମିଡ଼ିଆ ଫାଉଣ୍ଡେସନର ସେତେବଳର ନିର୍ବାହୀ ନିର୍ଦ୍ଦେଶିକା ଲିଲା ଟ୍ରେଟିକୋଭଙ୍କ ଇସ୍ତଫା ପରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୧୧][୧୨] ମହେର ୨୦୧୬ ଜୁନରେ ନିର୍ବାହୀ ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହୋଇଥିଲେ । ୨୦୧୬ ଜୁନ ୨୪ରେ ୨୦୧୬ ଉଇକିମାନିଆରେ ଇଟାଲୀର ଏସିନୋ ଲାରିଓରେ ଜିମି ୱେଲ୍ସଙ୍କଦ୍ୱାରା ଏହି ଘୋଷଣା କରାଯାଇଥିଲା [୨][୩]
ଟେକନୋଲୋଜି ମାଧ୍ୟମରେ ଲୋକଙ୍କ ତଥ୍ୟ ପାଇବାର ଆଧିକାର ଉନ୍ନତ କରିବା ପାଇଁ ବିଶ୍ୱ ଡିଜିଟାଲ ଅନ୍ତର୍ଭୁକ୍ତି ଉପରେ ସେ ଧ୍ୟାନ ଦେଉଛନ୍ତି ବୋଲି ମହେର ଜଣାଇଥିଲେ ।[୧][୧୩]
ନେତୃତ୍ୱ
[ସମ୍ପାଦନା][[ଫା|thumb|ଓଡ଼ିଆ ଉଇକିପିଡ଼ିଆର ୧୬ତମ ଜନ୍ମତିଥି ଅବସରରେ ଉଇକିଆଳିଙ୍କ ଉଦ୍ଦେଶ୍ୟରେ ମହେର ପଠାଇଥିବା ଏକ ଭିଡ଼ିଓ ସନ୍ଦେଶ ]]
- ୨୦୧୧: ୟୁଥ ଫର ଟେକନୋଲୋଜି ଫାଉଣ୍ଡେସନ, ବୋର୍ଡ଼ ମେମ୍ବର[୧୪]
- ୨୦୧୩: ଟ୍ରୁମ୍ୟାନ ନ୍ୟାସନାଲ ସିକୁରିଟି ପ୍ରୋଜେକ୍ଟ, ପଲିସି ଫେଲୋ, ନ୍ୟାସନାଲ ସିକ୍ୟୁରିଟି ଫେଲୋ, ଏବଂ ରିସର୍ଚ ଫେଲୋ, ଡେମୋକ୍ରାସି ଆଣ୍ଡ ହ୍ୟୁମାନ ରାଇଟ୍ସ ଇନିସିଏଟିଭ[୧୫][୧୬]
- ୨୦୧୩: ଓପନ ଟେକନୋଲୋଜି ଫଣ୍ଡ, ଉପଦେଷ୍ଟା କମିଟି ସଭ୍ୟ[୧୭]
- ୨୦୧୬: ୱାର୍ଲ୍ଡ଼ ଇକୋନୋମିକ ଫୋରମ, ସଭ୍ୟ, ଗ୍ଲୋବାଲ ନେଟୱାର୍କ କାଉନସିଲ ଅନ ଦି ଫ୍ୟୁଚର ଅଫ ହ୍ୟୁମାନ ରାଇଟ୍ସ[୧୮][୧୯]
- ୨୦୧୮: ଉଇକିଡାଟା ୟୁକେ ହାକାଥନ, ନିଉଜସ୍ପିକ ହାଉସରେ ଭାଷଣ
- ୨୦୧୮: ଅକ୍ସଫୋର୍ଡ଼ ଇଉନିଅନ, ଟେକନୋଲୋଜି ଓ ସାମ୍ରାଜ୍ୟ ବାବଦରେ[୨୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Boix, Montserrat; Sefidari, María (September 3, 2016). "Maher: "La Fundación necesita reflejar la cultura que queremos ver en la comunidad"" (Video). Wikimujeres. Wikimanía Esino Lario 2016.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help)CS1 maint: location (link) - ↑ ୨.୦ ୨.୧ Lorente, Patricio; Henner, Christophe (June 24, 2016). "Foundation Board appoints Katherine Maher as Executive Director". Wikimedia Blog.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ ୩.୦ ୩.୧ ୩.୨ Gardner, Sue (April 15, 2014). "Katherine Maher joins the Wikimedia Foundation as Chief Communications Officer". Wikimedia Blog.
{{cite news}}
: More than one of|first1=
and|first=
specified (help); More than one of|last1=
and|last=
specified (help) - ↑ "More than half of Wilton High makes honor roll" (PDF). Wilton Bulletin. May 10, 2001. pp. 3D.
- ↑ "AUCians Recognized Among Top 99 Foreign Policy Leaders Under 33". The American University in Cairo. October 8, 2013.
- ↑ Rooney, Ben (June 28, 2012). "Web Can Foment Openness as Corrupt Regimes Fall". The Wall Street Journal. Archived from the original on September 4, 2012.
- ↑ "2000s" (PDF). NYU Alumni Magazine. No. 22. Spring 2014. p. 59.
- ↑ Fitzsimmons, Michelle (January 16, 2016). "Wikipedia is still disrupting after 15 years". TechRadar.
- ↑ Bradley, Diana (May 15, 2014). "Wikimedia hires Maher to fill chief comms role". PRWeek.
- ↑ Phillip, Abby (August 6, 2014). "If a monkey takes a selfie in the forest, who owns the copyright? No one, says Wikimedia". The Washington Post.
- ↑ Lorente, Patricio (March 16, 2016). "Wikimedia Foundation Board of Trustees welcomes Katherine Maher as interim Executive Director". Wikimedia Blog.
- ↑ Tretikov, Lila (February 25, 2016). "[Wikimedia-l] Thank you for our time together" (Mailing list post). Wikimedia-l. Wikimedia Foundation.
- ↑ Maher, Katherine (October 29, 2016). "MozFest Speaker Series: Privacy and Harassment on the Internet" (Video). Mozfest 2016.
- ↑ "People: Katherine Maher". Youth for Technology Foundation. Archived from the original on 2016-03-13. Retrieved 2018-07-13.
- ↑ "Team: Katherine Maher". Truman National Security Project. Archived from the original on 2018-09-26. Retrieved 2018-07-13.
- ↑ "Politico Magazine: No, the U.S. Isn't 'Giving Up Control' of the Internet". Truman National Security Project. March 2014. Archived from the original on 2020-04-15. Retrieved 2018-07-13.
- ↑ "Advisory Council: Katherine Maher". Open Technology Fund. Archived from the original on 2017-10-13. Retrieved 2018-07-13.
- ↑ "People: Katherine Maher". World Economic Forum.
- ↑ "The Future of Human Rights". World Economic Forum.
- ↑ https://www.youtube.com/watch?v=HNBtvjsE4JQ