କ୍ଵାନ୍ତା ଏ. ଅହମଦ

ଉଇକିପିଡ଼ିଆ‌ରୁ
Qanta Ahmed
ଜନ୍ମ
ଜାତୀୟତାBritish-American[୧]
ବୃତ୍ତି(ସମୂହ)Physician, author and women's rights activist
Medical career
FieldSleep disorders
InstitutionsState University of New York, New York University

କ୍ୱାନ୍ତା ଏ. ଅହମଦ ସଂଯୁକ୍ତ ରାଜ୍ୟ-ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଡାକ୍ତର ଯିଏ ନିଦ୍ରା ରୋଗର (sleep disorders) ବିଶେଷଜ୍ଞ ଭାବରେ ପ୍ରମୁଖ ସ୍ଥାନ ଅଧିକାର କରିଥିଲେ । ଏକାଧାରରେ ସେ ଜଣେ ସୁଲେଖିକା, ସାମ୍ବାଦିକା, ମହିଳା ଅଧିକାର କର୍ମକର୍ତ୍ତା ଥିଲେ ଓ ସାର୍ବଜନୀନ ଟିପ୍ପଣୀକାର ଥିଲେ ।

ଶିକ୍ଷା ଓ ଜୀବନ[ସମ୍ପାଦନା]

ଅହମଦ ଜଣେ ପାକିସ୍ଥାନୀ ପ୍ରବାସୀର କନ୍ୟା ଭାବରେ ଇଂଲଣ୍ଡରେ ବାସ କରୁଥିଲେ ।[୨] ସେ ଲଣ୍ଡନରେ ବଡ଼ ହୋଇ ନଟିଙ୍ଗହାମ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ । ସେ ୧୯୯୨ ମସିହାରେ ଡାକ୍ତରୀ ଶିକ୍ଷା ନିମନ୍ତେ ନିଉ ୟର୍କ ସହରକୁ ଯାଇଥିଲେ । ଆମେରିକା ଭିସା ନଥିବାରୁ ସେ ସାଉଦୀ ଆରବକୁ ଏକ ବର୍ଷ ପାଇଁ ଅଭ୍ଯାସ କରିବାକୁ ଯାଇଥିଲେ । ଏକ ମହିଳା ଭାବରେ ତାଙ୍କର ଦୈନନ୍ଦିନ ଭେଷଜ ଅଭ୍ଯାସ ସବୁକୁ ଲିପିବଦ୍ଧ କରି ପୁସ୍ତକ ଆକାରରେ ଛପେଇଥିଲେ । ଜୁନ ମାସ ୨୦୧୩ ମସିହାରେ ଇସ୍ରାଏଲ ଦେଶସାରା ଗସ୍ତ କରି ବିଭିନ୍ନ ଗବେଷଣା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ ବକ୍ତୃତା ଦେଇଥିଲେ ।[୩] ଅବଶେଷରେ ସେ ୨୦୧୫ ମସିହାରେ ଆମେରିକା ନାଗରିକ ହେଲେ କିନ୍ତୁ ବ୍ରିଟିଶ ନାଗରିକତ୍ୱ ରଖିଥିଲେ । ସେ ଅଧୁନା ନିଉ ୟର୍କ ସହରରେ ରହୁଛନ୍ତି ।[୪][୫]

ଡାକ୍ତରୀ ଜୀବନ[ସମ୍ପାଦନା]

ସାଉଦୀ ଆରବ (Kingdom of Saudi Arabia) ରାଜ୍ୟର ଜାତୀୟ ଗାର୍ଡ ( National Guard Health Affairs) ଡାକ୍ତରୀ ପ୍ରାକ୍ଟିସ କରୁଥିଲେ । ୧୯୯୬ ମସିହାରେ ସେ ଆମେରିକା ଫେରିଆସି ଚାର୍ଲଷ୍ଟୋନରେ ଥିବା ଦକ୍ଷିଣ କାରୋଲିନାର ମେଡିକାଲ ୟୁନିଭରସିଟି ଅଫ ସାଉଥ କାରୋଲିନାରେ ଚିକିତ୍ସାରେ ରତ ହେଲେ ଓ ଗାର୍ଡେନ ସିଟି, ସାଉଥ କାରୋଳୟନାରେ ଥିବା ୱିନଥ୍ରପ ବିଶ୍ୱବିଦ୍ୟାଳୟର ନିଦ୍ରା ବେମାରି ଅନୁଷ୍ଠାନରେ କର୍ମରତ ରହିଲେ । [୬]

ଷ୍ଟେଟ ୟୁନିଭରସିଟି ଅଫ ନିଉ ୟର୍କରେ ୨୦୧୧ରେ ଆହମଦ ଆସୋସିଏଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ ।[୭][୮] ଏହା ବ୍ୟତୀତ ସ୍କଟଲାଣ୍ଡର ସ୍କୁଲ ଅଫ ହେଲଥ ଆଣ୍ଡ ଲାଇଫ ସାଇନ୍ସ ଅନୁଷ୍ଠାନରେ ଅବୈତନିକ ପ୍ରଫେସର ଭାବରେ ଓ ଇସ୍ରାଏଲର ହାଇଫାରେ ଥିବା ଟେକନିଅନ-ଇସ୍ରାଏଲ ଇନଷ୍ଟିଚ୍ୟୁଟ ଅଫ ସାଇନସ ଆଣ୍ଡ ଟେକନୋଲୋଜିରେ ହନରାରି ଫେଲୋ ଥିଲେ । [୯] In 2014, she was appointed media spokeswoman for the American Academy of Sleep Medicine.[୧୦]

ସାହିତ୍ୟ ଓ ପତ୍ରିକାରେ ପେଶା[ସମ୍ପାଦନା]

ସାଉଦୀ ଆରବରେ ଚିକିତ୍ସକ ଭାବରେ ତାଙ୍କର ଅଭିଜ୍ଞତାକୁ ନେଇ ସେ ‘ଇନ ଡି ଲ୍ୟାଣ୍ଡ ଅଫ ଇନାଭିଜିବ୍ଲ ଓମେନ’ ନାମକ ପୁସ୍ତକ ଲେଖିଥିଲେ ।[୧୧][୧୨][୧୩]

ଚିକିତ୍ସା ଶାସ୍ତ୍ର, ରାଜନୀତି, ନାରୀବାଦ, ଇସଲାମ ଓ ସାମ୍ପ୍ରତିକ ଘଟଣାବଳୀ ବିଷୟରେ ସାମାଜିକ ଟିପ୍ପଣୀକାର ଭାବରେ ଅହମଦ କାମ କରିଥିଲେ । ଦି ସ୍ପେକଟାଟର, ହଫିଙ୍ଗଟନ ପୋଷ୍ଟ, ଦି ନିଉ ୟର୍କ ପୋଷ୍ଟ, ଦି ଡେଲି କଲର, ୟୁଏସଏ ଟୁଡେ, ଦି ଗାଡ଼ିଆନ, ଜେରୁସାଲେମ ପୋଷ୍ଟ ଓ ଦି ତାଲିଗ୍ରାଫ ପତ୍ର ପତ୍ରିକାମାନଙ୍କରେ ବିଭିନ୍ନ ନିବନ୍ଧ ଦେଉଥିଲେ । ଅଲ ଜଜିରା, ସିଏନଏନ, ଓ ଫକ୍ସ ନ୍ଯୁଜରେ ମିଡ଼ିଆ ପଣ୍ଡିତ ଭାବରେ କାମ କରିଥିଲେ । [୧୪]

ଇସଲାମ ଓ ଇସଲାମତ୍ୱ ଉପରେ ମତାମତ[ସମ୍ପାଦନା]

ଅହମଦ ମୁସଲମାନ ଥିଲେ କିନ୍ତୁ ଇସଲାମ ଧର୍ମର କେତେକ ତଥ୍ୟକୁ ସମାଲୋଚନା କରୁଥିଲେ, ବିଶେଷତଃ କେତେକ ସ୍ଥାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଇସଲାମ ଧର୍ମର ବିଚାରଧାରାକୁ ସମାଲୋଚନା କରୁଥିଲେ । ଇସଲାମର ଉଦାରବାଦୀ ଶିକ୍ଷାକୁ ପ୍ରତ୍ୟାଖ୍ୟାନ କରି ହିଂସା, ଗଣତନ୍ତ୍ରକୁ ଶୋଷଣ, ଇସଲାମର ଚରମପନ୍ଥୀଙ୍କ ସହିତ ବନ୍ଧୁତା କରିବା କେତେକ ଧର୍ମାବଲମ୍ବୀଙ୍କର ନୀତି ଥିଲା ।

  1. according to her https://www.qantaahmed.com/bio/
  2. "Face to faith: The search for Muslim identity | Qanta Ahmed". 11 December 2010. Archived from the original on 2017-08-10. Retrieved 2017-07-18.
  3. Maltz, Judy (31 May 2013). "The many faces of Dr. Qanta Ahmed". Haaretz. Archived from the original on 2015-09-25. Retrieved 4 June 2016.
  4. "Dr. Qanta Ahmed on Trump and Muslims in America - CNN Video".
  5. "Bio |". 24 May 2016.
  6. Sleep Medicine Specialist, NYU Winthrop Hospital, archived from the original on 2011-09-11.
  7. Ahmed, Qanta A. (7 January 2011). "Fulfilling Our Duty as Muslim-Americans". Wall Street Journal. Archived from the original on 2016-06-02. Retrieved 5 June 2016.
  8. Ahmed, Qanta. "Qanta Ahmed, MD". Huffington Post. Archived from the original on 2016-04-23. Retrieved 4 June 2016.
  9. "Bio |". 24 May 2016.
  10. "Bio |". 24 May 2016.
  11. "Books: 'In the Land of Invisible Women'". Seattle Post-Intelligencer. 4 September 2008. Archived from the original on 2014-02-21. Retrieved 4 June 2016.
  12. Schwartz, Stephen (8 September 2008). "Pierce the Veil". The Weekly Standard. Archived from the original on 2015-09-19. Retrieved 4 June 2016.
  13. Harris, Nancy (17 September 2010). "Historical fiction helps Hingham woman appreciate her own era". Boston Globe. Archived from the original on 2016-03-05. Retrieved 4 June 2016.
  14. "Bio |". 24 May 2016.