Jump to content

କ୍ଲୋଫାରାବାଇନ

ଉଇକିପିଡ଼ିଆ‌ରୁ
କ୍ଲୋଫାରାବାଇନ
Clinical data
Trade namesClolar, Evoltra, others
AHFS/Drugs.commonograph
MedlinePlusa607012
data
Routes of
administration
Intravenous
Legal status
Legal status
Identifiers
  • 5-(6-amino-2-chloro-purin-9-yl) -4-fluoro-2- (hydroxymethyl)oxolan-3-ol
ECHA InfoCard100.159.663 Edit this at Wikidata
Chemical and physical data
FormulaC10H11ClFN5O3
Molar mass୩୦୩.୬୮ g·mol−1
3D model (JSmol)
  • Clc1nc(c2ncn(c2n1)[C@@H]3O[C@@H]([C@@H](O)[C@@H]3F)CO)N
  • InChI=1S/C10H11ClFN5O3/c11-10-15-7(13)5-8(16-10)17(2-14-5)9-4(12)6(19)3(1-18)20-9/h2-4,6,9,18-19H,1H2,(H2,13,15,16)/t3-,4+,6-,9-/m1/s1 checkY
  • Key:WDDPHFBMKLOVOX-AYQXTPAHSA-N checkY
  (verify)

କ୍ଲୋଫାରାବାଇନ (ଇଂରାଜୀ ଭାଷାରେ Clofarabine), କ୍ଲୋଲାର୍ ଏବଂ ଇଭୋଲଟ୍ରା ଏହାର ଦୁଇ ବେପାର ନାମ ଯାହା ଆକ୍ୟୁଟ ଲିମ୍ପୋବ୍ଲାସ୍ଟିକ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେତେବେଳେ ଅନ୍ୟ ସମସ୍ତ ଉପଲବ୍ଧ ଚିକିତ୍ସାରେ କୌଣସି ଉପକାର ମିଳେନାହିଁ, ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚିନ୍ତା, ମୁଣ୍ଡବିନ୍ଧା, ମୁହଁ ଉଷୁମ ଲାଲ ହୁଏ, ଅଇ, ତରଳ ଝାଡ଼ା, ଗଲୁ, ଥକାପଣ ଓ ଜ୍ୱର ସହିତ ସ୍ୱଳ୍ପ ଧଳା ରକ୍ତ କଣିକା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ଏବଂ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଆଣ୍ଟିମେଟାବୋଲାଇଟ, ବିଶେଷ ଭାବରେ ଆଡେନାଇନ ଅନୁରୂପ | ଏହା ଡିଏନଏ ପଲିମେରେଜ୍ ଏବଂ ଆରଏନଏ ରେଡକ୍ଟେଜକୁ ନଷ୍ଟ କରି ନୂତନ ଡିଏନଏ ଏବଂ ଆରଏନଏ ତିଆରିକୁ ରୋକିଦିଏ ।

୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୬ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ଲୋଫାରାବାଇନ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ମସିହା ସୁଦ୍ଧା ୨୦ ମିଗ୍ରା ବିଶିଷ୍ଟ ଏହି ଔଷଧର ମୂଲ୍ୟ ୧୩୨୫ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୫୦ ଡଲାର ଅଟେ |।[]

  1. "Clolar- clofarabine injection". DailyMed. 31 December 2019. Archived from the original on 13 August 2020. Retrieved 27 September 2020.
  2. 1 2 3 "Evoltra". Archived from the original on 12 November 2020. Retrieved 5 January 2022.
  3. 1 2 3 "Clofarabine Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 5 January 2022.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 953. ISBN 978-0857114105.
  5. "Clofarabine Prices, Coupons & Savings Tips - GoodRx". GoodRx. Archived from the original on 7 May 2016. Retrieved 5 January 2022.