Jump to content

କ୍ରିଷ୍ଟୀନା ଅଖିବା

ଉଇକିପିଡ଼ିଆ‌ରୁ
କ୍ରିଷ୍ଟୀନା ଅଖିବା
୨୦୧୩ରେ କ୍ରିଷ୍ଟୀନା
ଜନ୍ମ (1986-11-01) ୧ ନଭେମ୍ବର ୧୯୮୬ (ବୟସ ୩୯)
ରୁଷିଆ
ପେଷାsମଡେଲ, ଅଭିନେତ୍ରୀ
ୱେବ୍‌ସାଇଟ୍www.kristina-akheeva.com

କ୍ରିଷ୍ଟୀନା ଅଖିବା (ଜନ୍ମ: ୧ ନଭେମ୍ବର ୧୯୮୬) ଜଣେ ଅଷ୍ଟ୍ରେଲିଆନ୍ ଅଭିନେତ୍ରୀ ଏବଂ ମଡେଲ । ସେ ୨୦୧୩ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୪ରେ ତେଲୁଗୁ ଏବଂ ୨୦୧୫ରେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

କ୍ରିଷ୍ଟୀନା ରୁଷିଆର ଖବାରୋବସକ୍‌ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ତାଜାକିସ୍ତାନ-ରୁଷିଆନ୍ ଏବଂ ମାଆ ଜଣେ ରୁଷିଆନ୍ । ସେ ୭ବର୍ଷ ବୟସରେ ରୁଷିଆରୁ ଅଷ୍ଟ୍ରେଲିଆ ସ୍ଥାନାନ୍ତରିତ ହୋଇଯାଇଥିଲେ ଏବଂ ବାକିତକ ପାଠପଢ଼ା ରୁଷିଆରେ ହିଁ ଶେଷ କରିଥିଲେ ।[୧] ୨୧ ବର୍ଷ ବୟସରେ ସିଙ୍ଗାପୁରର ଏକ ମଡେଲିଂ ଏଜେଣ୍ଟ କ୍ରିଷ୍ଟୀନାଙ୍କୁ ତିନିମାସ ପାଇଁ ଏକ ଚୁକ୍ତି କରାଇଥିଲେ । ସେ ସେହି ଚୁକ୍ତିକୁ ଗ୍ରହଣ କରିବା ସ‌ହ ସେହି ସଂସ୍ଥା ସ‌ହ ୬ବର୍ଷ ଧରି କାର୍ଯ୍ୟ କରିଥିଲେ ଏବଂ ଭାରତ ସ‌ହ ୬ଟି ଭିନ୍ନ ଭିନ୍ନ ଦେଶରେ ରହିଥିଲେ ।[୨]

ଅଭିନୟ ଜୀବନ

[ସମ୍ପାଦନା]

କ୍ରିଷ୍ଟୀନା ଜଣେ ସମ୍ପୂର୍ଣ୍ଣ ମଡେଲ ହେବା ଆଗରୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅଭିନୟ ଶିକ୍ଷା କରିଥିଲେ ।[୩] ସେ ମଡେଲିଂରେ ୬ବର୍ଷ ଧରି ୬ଟି ଦେଶରେ ରହି କାମ କରିଥିଲେ ।[୨] ସେ ପାଲମୋଲିଭ୍, ସନ୍‌ସିଲ୍କ, ଭାସେଲିନ୍ ଲୋସନ୍, ଡିସ୍ ଟିଭି ଭଳି ବ୍ରାଣ୍ଡର ବିଜ୍ଞାପନରେ ଅଭିନୟ କରିଥିଲେ ।[୪] ଏଥି ସ‌ହ ସେ ବିଭିନ୍ନ ଗ‌ହଣା ଏବଂ ଫ୍ୟାସନ ଡିଜାଇନ୍ ପାଇଁ ମଧ୍ୟ ବିଶ୍ୱସ୍ତରୀୟ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।

ସେ ଭାରତରେ ରହି ମଡେଲିଂ କଲା ବେଳେ ସନ୍ନି ଦେଓଲ, ବବି ଦେଓଲ ଏବଂ ଧର୍ମେନ୍ଦ୍ର ଦେଓଲଙ୍କ ଚଳଚ୍ଚିତ୍ର ୟମଲା ପାଗଲା ଦିୱାନା ୨ରେ ନାୟିକା ଭାବରେ ଅଭିନୟ କରିଥିଲେ ।[୫][୬] ଅଗଷ୍ଟ ୨୦୧୨ରେ କ୍ରିଷ୍ଟୀନାଙ୍କୁ ଚଳଚ୍ଚିତ୍ରରେ ନେବା ପାଇଁ ପକ୍କା କରାଯାଇଥିଲା ।[୭] ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା ବେଳେ ସେ ହିନ୍ଦୀ ମଧ୍ୟ ଶିଖିଥିଲେ ।[୮] ସେ ଚଳଚ୍ଚିତ୍ରରେ ନିଜ ପାଇଁ ନିଜେ ଡବିଂ ମଧ୍ୟ କରିଥିଲେ ।[୯] ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ସମୀକ୍ଷକମାନେ ସମାଲୋଚନା କରିଥିଲେ । ଅନୁଜ କୁମାର ନାମକ ଜଣେ ସମୀକ୍ଷକ ମତ ଦେଇଥିଲେ କି ସେ ସନ୍ନି ଦେଓଲଙ୍କର ଝିଅ ଭୂମିକାରେ ଅଭିନୟ କରିବା କଥା ।[୧୦][୧୧]

୨୦୧୪ରେ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ର ପାଇଁ କ୍ରିଷ୍ଟୀନାଙ୍କୁ ସମୀକ୍ଷକମାନେ ମଧ୍ୟ ପସନ୍ଦ କରିଥିଲେ ।[୧୩] ଏହାପରେ ସେ ୨୦୧୫ରେ ଏକ କନ୍ନଡ଼ ଚଳଚ୍ଚିତ୍ର ଉପ୍ପି ୨ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିଥିଲା ।[୧୪] ୨୦୧୩ରେ ସେ ଭାରତରେ ଆନ୍ତର୍ଜାତୀୟ ଗ‌ହଣା ସପ୍ତାହରେ ଅନ୍ମୋଲ ଗ‌ହଣା ଦୋକାନ ପାଇଁ ପ୍ରଦର୍ଶନୀ କରିଥିଲେ ।[୧୫]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ୨୦୧୩: ୟମଲା ପାଗଲା ଦିୱାନା ୨[୧୬] (ହିନ୍ଦୀ)
  • ୨୦୧୪: ଗଲିପଟମ୍[୧୭] (ତେଲୁଗୁ)
  • ୨୦୧୫: ଉପ୍ପି ୨[୧୮] (କନ୍ନଡ଼)
  1. ↑ "Kristina Akheeva acting career". Archived from the original on 2016-03-04. Retrieved 2017-05-24.
  2. 1 2 "The Kudi Who Backpacks". The Pioneer (newspaper). 30 May 2013. Archived from the original on 18 May 2015. Retrieved 24 May 2017.
  3. ↑ "Get to know this Russian beauty". The Tribune (Chandigarh). Chandigarh. 12 April 2013. Retrieved 24 May 2017.
  4. ↑ Marwah, Navdeep Kaur (20 July 2011). "Advertising infidelity". Hindustan Times. New Delhi: HT Media. Archived from the original on 18 May 2015. Retrieved 24 May 2017.
  5. ↑ "Borders and language no bar". The Hindu. The Hindu Group. 7 July 2014. Retrieved 24 May 2017.
  6. ↑ Vijayakar, Rajiv (14 April 2013). "Sunny side of films". Deccan Herald. Retrieved 24 May 2017.
  7. ↑ "Kristina's new adventure". The Hindu. The Hindu Group. 24 August 2012. Retrieved 24 May 2017.
  8. ↑ "Making a mark in B-town". Deccan Herald. 5 October 2012. Retrieved 24 May 2017.
  9. ↑ "He-man & his hot brood". The Tribune (Chandigarh). Chandigarh. 2 June 2013. Retrieved 13 May 2015.
  10. ↑ Kumar, Anuj (9 June 2013). "Nonsensical plot". The Hindu. The Hindu Group. Retrieved 24 May 2017.
  11. ↑ Press Trust of India (3 June 2013). "Destroyed myself as actor with my drinking habit: Dharmendra". Deccan Herald. New Delhi. Retrieved 24 May 2017.
  12. ↑ Murthy, Neeraja (7 August 2014). "High on confidence". The Hindu. Hyderabad: The Hindu Group. Retrieved 24 May 2017.
  13. ↑ "Galipatam". Archived from the original on 2016-03-04. Retrieved 2017-05-24.
  14. ↑ Tankha, Madhur (30 March 2013). "Sunny's back with some comedy and action". The Hindu. New Delhi: The Hindu Group. Retrieved 24 May 2017.
  15. ↑ Sharma, Garima; Sinha, Seema (26 August 2013). "Karisma, Kangana sparkle on ramp". The Times of India. The Times Group. Retrieved 24 May 2017.
  16. ↑ Press Trust of India (25 May 2013). "Sunny Deol is shy and disciplined: Kristina Akheeva". Mumbai: CNN-IBN. Archived from the original on 9 June 2013. Retrieved 24 May 2017.
  17. ↑ "Video: Galipatam promo song looks peppy". The Times of India. The Times Group. 18 July 2014. Retrieved 24 May 2017.
  18. ↑ Kumar, Hemanth (11 June 2014). "Kristina Akheeva to romance Upendra in Uppi 2". The Times of India. The Times Group. Retrieved 24 May 2017.

ଅଧିକ ତ‌ଥ୍ୟ

[ସମ୍ପାଦନା]