କୌଶଲ୍ୟା ବନ୍ଧ
Kaushalya Dam | |
---|---|
Kaushalya Dam Kaushalya Dam | |
ଦେଶ | India |
ଦିଗବାରେଣି | 30°46′30″N 76°54′50″E / 30.77500°N 76.91389°ECoordinates: 30°46′30″N 76°54′50″E / 30.77500°N 76.91389°E |
ସ୍ଥିତି | Operational |
କାମ ଆରମ୍ଭ ହେଲା | 2008 |
କୌଶଲ୍ୟା ବନ୍ଧ (Hindi: कौशल्या बांध) ହରିୟାଣା ରାଜ୍ୟର କୌଶଲ୍ୟା ନଦୀ ଉପରେ ନିର୍ମିତ ଏକ ମାଟି ବନ୍ଧ । ଏହା ହରିୟାଣାର ପିନଯୋର ସହରରେ ଅବସ୍ଥିତ । ଏହାର ମୁଖ୍ୟ ଉଦେଶ୍ୟ ଜଳଯୋଗାଣ ଥିଲା ଓ ଏହା 2008ରୁ 20012 ମସିହା ମଧ୍ୟରେ ନିର୍ମିତ ହେଲା । .[୧]
ଅବସ୍ଥିତି [ସମ୍ପାଦନା]
କୌଶଲ୍ୟା ବରେଜ ଓ ବନ୍ଧ ଚଣ୍ଡିଗଡଠାରୁ 21 କିଲୋମିଟର ଦୂରରେ ରହିଛି । ,[୨] ଏହା ପଞ୍ଚକୁଲା ସହରରୁ 12 କିଲୋମିଟର ଦୂରରେ ରହିଛି । ,[୩] ପିନଯୋର ସହରରୁ ଏହା 5 କିଲୋମିଟର [୪]ଏବଂ ବୀର ଶିକାରଗଡ ଅଭୟାରଣ୍ୟ ଠାରୁ 13 କିଲୋମିଟର ଦୂରରେ ରହିଛି ।
ଇତିହାସ [ସମ୍ପାଦନା]
19 ତମ ଶତାବ୍ଦୀରେ ବ୍ରିଟିଶ ସମୟରେ ଏହିଠାରେ ଅମ୍ବାଲା ସେନା ଆବାସକୁ ଜଳ ଯୋଗାଣ ପାଇଁ ବନ୍ଧ ନିର୍ମାଣ ପାଇଁ ଯୋଜନା ହେଇଥିଲା । ମାତ୍ର ତାହା କାର୍ଯ୍ୟକାରୀ ହେଇ ପାରିନଥିଲା ।t.[୫]
ପୁନର୍ବାର 1960 ମସିହାରେ ବନ୍ଧ ପାଇଁ ବିଚାର ହେଇଥିଲେ ମଧ୍ୟ 4,000 ଏକର ଜମି ଏଥିରେ ବୁଡି ଯିବାର ଥିବାରୁ ଏହାକୁ 1999 ମସିହାରେ ପରିତ୍ୟାଗ କରାଗଲା । 2005 ମସିହାରେ ଏହାର ନିର୍ମାଣ ପାଇଁ ସଂଶୋଧିତ ଅଟକଳ ସହ କ୍ଷୁଦ୍ରତର ବନ୍ଧ ଭାବରେ ନିର୍ମାଣ କରାଗଲା ଓ ଏହା 2008 ମସିହାରେ କାର୍ଯ୍ୟକାରୀ ହେଲା ।[୫] .[୧][୬]
ନିର୍ମାଣ [ସମ୍ପାଦନା]
ହରିୟାଣା ସରକାର କୌଶଲ୍ୟା ବନ୍ଧାକୁ 217 କୋଟି [୬]ଟଙ୍କାରେ ନିର୍ମାଣ କରିଥିଲେ । ଏହାର ଦୈର୍ଘ୍ୟ 700 ମିଟର ଓ ପ୍ରସ୍ଥ 34 ମିଟର । ଏହା ଏକ ମାଟି ବନ୍ଧ । [୫]
ଉଦେଶ୍ୟ [ସମ୍ପାଦନା]
ହରିୟାଣା ସରକାର ଏହି ବନ୍ଧାକୁ ମୁଖ୍ୟତଃ ପଞ୍ଚକୁଲା ସହରକୁ ଜଳଯୋଗାଣ ପାଇଁ ନିର୍ମାଣ କରିଥିଲେ । ଏଠାରୁ ପ୍ରତ୍ୟହ 40 କିଉସେକ ଜଳ ମିଳିଥାଏ । ଏହା ସହ ଏହି ବନ୍ଧା ସହରକୁ ବନ୍ୟା ଜଳ ଦାଉରୁ ରକ୍ଷ୍ୟା କରିବା ସହ ଏହା ଏକ ପର୍ଯ୍ୟଟକ ଆକର୍ଷଣ ମଧ୍ୟ ହୋଇଛି । [୫] .[୬]
ଜୀବଜନ୍ତୁ [ସମ୍ପାଦନା]
ଏହି ଆର୍ଦ୍ରଭୂମି ଅଞ୍ଚଳକୁ ଶୀତକାଳରେ ବହୁ ବିଦେଶାଗତ ପକ୍ଷୀ ଆସିଥାନ୍ତି । [୭]
ଗ୍ୟାଲେରି [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ ୧.୦ ୧.୧ Empty citation (help)
- ↑ Directions from Kaushalya dam to Chandigarh
- ↑ Directions from Kaushalya dam to Panchkula
- ↑ [ Directions from Kaushalya dam to Pinjore]
- ↑ ୫.୦ ୫.୧ ୫.୨ ୫.୩ Hillsofmorni.com - Kaushalya dam
- ↑ ୬.୦ ୬.୧ ୬.୨ Dailymail - Scam worth Rs-217 crore failed Kaushalya Dam says CAG
- ↑ Times Of India (୨୨ ଡିସେମ୍ବର ୨୦୧୪). "Crows drop dead". Retrieved ୨୬ ମାର୍ଚ୍ଚ ୨୦୧୬. More than one of
|accessdate=
and|access-date=
specified (help)