କୋଟା ଉଲ୍ଲାସ କାରନ୍ଥ

ଉଇକିପିଡ଼ିଆ ରୁ
Jump to navigation Jump to search
କୋଟା ଉଲ୍ଲାସ କାରନ୍ଥ
Ullas karanth2.jpg
କୋଟା ଉଲ୍ଲାସ କାରନ୍ଥ
ଜନ୍ମ ଓ ଜନ୍ମସ୍ଥାନ୧୯୪୮
ପୁଟ୍ଟୁର୍, କର୍ଣ୍ଣାଟକ
ଘରବେଙ୍ଗାଳୁରୁ
ଶିକ୍ଷାଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟରୁ ବନ୍ୟଜନ୍ତୁ ପରିସ୍ଥିତି ବିଜ୍ଞାନରେ ସ୍ନାତକୋତ୍ତର; ମାଙ୍ଗାଲୋର୍ ବିଶ୍ୱବିଦ୍ୟାଳୟରୁ ପ୍ରଯୌଗିକ ଜୀବବିଜ୍ଞାନରେ ଡକ୍ଟରେଟ୍
ଶିକ୍ଷାନୁଷ୍ଠାନଏନ୍. ଆଇ. ଟି. କେ., ସୁରତକଲ୍
ଜୀବିକାବନ୍ୟଜନ୍ତୁ ସଂରକ୍ଷଣ, ସଂରକ୍ଷଣ ଜୀବବିଜ୍ଞାନ
କାର୍ଯ୍ୟକାଳ୧୯୮୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ
ନିଯୁକ୍ତିଦାତାଜାତୀୟ ଜୀବବିଜ୍ଞାନ କେନ୍ଦ୍ର, ବନ୍ୟଜନ୍ତୁ ଶିକ୍ଷା ସଂସ୍ଥାନ, ବନ୍ୟଜନ୍ତୁ ସଂରକ୍ଷଣ ସମାଜ
ପ୍ରସିଦ୍ଧିବ୍ୟାଘ୍ର ସଂରକ୍ଷଣ
ପୈତୃକ ବାସସ୍ଥାନବେଙ୍ଗାଳୁରୁ
ଜୀବନସାଥିପ୍ରତିଭା କାରନ୍ଥ
ସନ୍ତାନକୃତି କାରନ୍ଥ
ବାପା ବୋଉପିତା: ଶିବରାମ କାରନ୍ଥ
ପୁରସ୍କାରଜେ. ପଲ୍ ଗେଟ୍ଟି ଅଗ୍ରଗାମୀ ସଂରକ୍ଷକ ପୁରସ୍କାର, ପଦ୍ମଶ୍ରୀ
ୱେବସାଇଟDr K. Ullas Karanth, CWS

କର୍ଣ୍ଣାଟକର ଅଧିବାସୀ କୋଟା ଉଲ୍ଲାସ କାରନ୍ଥ (K. Ullas Karanth) ଜଣେ ସଂରକ୍ଷଣବାଦୀ ଜୀବବିଜ୍ଞାନୀ ଓ ବ୍ୟାଘ୍ରବିଶେଷଜ୍ଞ । ସେ “ବନ୍ୟଜନ୍ତୁ ସଂରକ୍ଷଣ ସମାଜ - ଭାରତ ଅଧ୍ୟାୟ (ଈଂରାଜୀରେ Wildlife Conservation Society - India (WCS-I))”ର ନିର୍ଦ୍ଦେଶକ । ବ୍ୟାଘ୍ରଗଣନା କ୍ଷେତ୍ରରେ “କ୍ୟାମେରା ଟ୍ରାପ୍” ପରି ଆଧୁନିକ ଉପକରଣ ଓ ପନ୍ଥା ବ୍ୟବହାର କରିବା ଓ ଏହାର ବାର୍ତ୍ତା ପ୍ରଚାର କରି ସେ ସୁବିଦିତ ହୋଇଥିଲେ । ସେ ଆମେରିକାର ନ୍ୟୁୟର୍କରେ ଅଧିଷ୍ଠିତ ବନ୍ୟଜନ୍ତୁ ସଂରକ୍ଷଣ ସମାଜର ଜଣେ ବୈଜ୍ଞାନିକ ଓ ଏହାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ।  [୧] [୨]

ଭାରତରେ ଅତି କ୍ଷିପ୍ର ଗତିରେ ବିଲୁପ୍ତ ହେଉଥିବା ମହାବଳ ବାଘମାନଙ୍କ ସଂରକ୍ଷଣ ପାଇଁ WCS-Iର ପ୍ରକଳ୍ପ ଉଲ୍ଲାସଙ୍କ ନିର୍ଦ୍ଦେଶନାରେ ପରିଚାଳିତ । ଏଥିପାଇଁ ସାରା ଭାରତରେ ବାଘମାନଙ୍କ ସଂଖ୍ୟା ଓ ସେମାନଙ୍କ ବାସସ୍ଥଳୀର ଆବଶ୍ୟକୀୟ ଉପାଦାନ ନିରୂପଣ କରିବା ଏହି ପ୍ରକଳ୍ପର ପ୍ରାରମ୍ଭିକ ଲକ୍ଷ୍ୟ ଥିଲା । କର୍ଣ୍ଣାଟକର ନାଗାରହୋଳେ ଜାତୀୟ ଉଦ୍ୟାନରେ କାର୍ଯ୍ୟରତ ଥିବାବେଳେ ଉଲ୍ଲାସ ମତ ପୋଷଣ କରିଥିଲେ ଯେ ବାଘଭଳି ଶିକାରୀ ଜୀବଙ୍କ ସଂରକ୍ଷଣ ପାଇଁ ହରିଣ ଇତ୍ୟାଦି ଶିକାରଜନ୍ତୁଙ୍କ ସଂରକ୍ଷଣ ଅତ୍ୟାବଶ୍ୟକ । ପ୍ରାକୃତିକ ଶିକାରର ଅଭାବ ଶିକାରୀ ଜନ୍ତୁଙ୍କ ବିଲୋପ ହେବାର ଅନ୍ୟତମ କାରଣ । ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ ମସିହା ଜାନୁଆରୀ ମାସରେ ଉଲ୍ଲାସଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଉଲ୍ଲାସ, କର୍ଣ୍ଣାଟକର ଜଣେ ଖ୍ୟାତନାମା ଲେଖକ ଶିବରାମ କାରନ୍ଥଙ୍କ ପୁତ୍ର ଅଟନ୍ତି । ଉଲ୍ଲାସ ନିଜ ତରୁଣାବସ୍ଥାରେ ପରିବେଶବିତମାନଙ୍କଦ୍ୱାରା ଏସିଆ ମହାଦେଶରେ କରାଯାଉଥିବା ବିଭିନ୍ନ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟ ବିଷୟରେ ପଢ଼ି ଏହି ଦିଗରେ ଅନୁପ୍ରାଣିତ ହେଲେ । ତତ୍କାଳୀନ କର୍ଣ୍ଣାଟକ ଆଞ୍ଚଳିକ ବୈଷୟିକ ମହାବିଦ୍ୟାଳୟ (ଏବେ ଜାତୀୟ ପ୍ରଦ୍ୟୋଗିକ ଅନୁଷ୍ଠାନ, ସୁରତକଳ ବା National Institute of Technology, Suratkal ଭାବେ ପରିଚିତ)ରେ ସେ ୧୯୬୬ରୁ ୧୯୭୧ ପର୍ଯ୍ୟନ୍ତ ଯାନ୍ତ୍ରିକ ବୈଷୟିକ ଶିକ୍ଷା ଅଧ୍ୟୟନ କରି ସ୍ନାତକ ଲାଭ କରିଥିଲେ । ତା’ପରେ ସେ ଅନେକ ବର୍ଷ ପର୍ଯ୍ୟନ୍ତ କର୍ଣ୍ଣାଟକରେ କୃଷିକାର୍ଯ୍ୟରେ ମନୋନିବେଶ କରିଥିଲେ । [୩]

ଜୈବ ବିବିଧତାରେ ଅତୁଳନୀୟ ପଶ୍ଚିମଘାଟ ପର୍ବତଶ୍ରେଣୀରେ ସେ ମାନବିକ ହସ୍ତକ୍ଷେପର କାରଣ ଓ ପ୍ରଭାବ ଏବଂ ସଂରକ୍ଷଣର ପନ୍ଥା ବିଷୟରେ ଅନୁଶୀଳନ କରିଥିଲେ । ନିଜ ତରୁଣାବସ୍ଥାରେ ଜୀବ ଓ ଉଦ୍ଭିଦଜଗତ ସମ୍ପର୍କରେ କରିଥିବା ଅନେକ ପରୀକ୍ଷଣର ଅନୁଭବ ତାଙ୍କର ସହାୟକ ହୋଇଥିଲା । ଭ୍ରମଣକାରୀ ସ୍ମିଥ୍-ସୋନିଆନ୍ ଅନୁଷ୍ଠାନ ସହିତ ୧୯୮୩ ମସିହାରେ ହୋଇଥିବା ଏକ ବୈଠକ ପରେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ଯାତ୍ରା କରିଥିଲେ । ସେ ୧୯୮୭ ମସିହାରେ ଆମେରିକୀୟ ଜାତୀୟ ଜୀବ ଉଦ୍ୟାନର ବନ୍ୟଜନ୍ତୁ ସଂରକ୍ଷଣ ଓ ପ୍ରବନ୍ଧ ସମ୍ପର୍କରେ ପ୍ରଶିକ୍ଷଣ ଲାଭ କଲାପରେ ୧୯୮୮ ମସିହାରେ ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟରୁ ବନ୍ୟଜନ୍ତୁ ପରିସ୍ଥିତି ବିଜ୍ଞାନରେ ସ୍ନାତକୋତ୍ତର ଲାଭ କଲେ । ସେ ୧୯୯୩ ମସିହାରେ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ପ୍ରଯୌଗିକ ଜୀବବିଜ୍ଞାନରେ ଡକ୍ଟରେଟ୍ ମଧ୍ୟ ଲାଭ କରିଛନ୍ତି । 

ମହାବଳ ବାଘ ସଂଖ୍ୟା ନିରୂପଣ କ୍ଷେତ୍ରରେ ଅବଦାନ[ସମ୍ପାଦନା]

କର୍ଣ୍ଣାଟକର ନାଗାରହୋଳେ ଜାତୀୟ ଉଦ୍ୟାନ ଓ ଅନ୍ୟ ସଂରକ୍ଷିତ ଜଙ୍ଗଲରେ ସେ ଅନେକ ସମୟ ପର୍ଯ୍ୟନ୍ତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସିଛନ୍ତି । ବାଘମାନଙ୍କର ପ୍ରକୃତ ଅବସ୍ଥା ଓ ଜଙ୍ଗଲରେ ବାଘଙ୍କ ଶିକାରଯୋଗ୍ୟ ଜୀବଙ୍କ ଅବସ୍ଥା ସମ୍ପର୍କରେ ତାଙ୍କ ଗବେଷଣା ଅନେକ ବିଜ୍ଞାନ ପୁସ୍ତକ ଓ ପ୍ରବନ୍ଧରେ ସ୍ଥାନ ପାଇଛି । 

ଭାରତୀୟ ଜଙ୍ଗଲମାନଙ୍କରେ ବାଘସଂଖ୍ୟା ନିରୂପଣ କରିବା ପାଇଁ “ପାଦଚିହ୍ନ” ପଦ୍ଧତି ଅବଲମ୍ବନ କରାଯାଉଥିଲା । ଏବେ ମଧ୍ୟ କିଛି ସ୍ଥାନରେ ଏହି ପଦ୍ଧତି ବ୍ୟବହୃତ ହୁଏ । ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ଏହି ପଦ୍ଧତି ଅବଲମ୍ବନ କରୁଥିଲା । ନିରଂକୁଶ ଭାବେ ଚାଲିଥିବା ବାଘଙ୍କ ଅବୈଧ ଶିକାର ଓ ଭାରତୀୟ ଜଙ୍ଗଲରେ ବାଘଙ୍କ ସୁରକ୍ଷା ପାଇଁ ୧୯୭୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ “ପ୍ରୋଜେକ୍ଟ୍ ଟାଇଗର୍”ର ଶୁଭାରମ୍ଭ କରିଥିଲେ ଓ ପ୍ରତି ପାଞ୍ଚ ବର୍ଷରେ ବାଘମାନଙ୍କ ଗଣନା କରାଗଲା । ପ୍ରୋଜେକ୍ଟ୍ ଟାଇଗର ସଭ୍ୟମାନେ ମଧ୍ୟ ଏହି ପାରମ୍ପରିକ ଗଣନା ପ୍ରଣାଳୀର ବ୍ୟବହାର କରୁଥିଲେ ।  ପାଦଚିହ୍ନ ଗଣନା ପ୍ରଣାଳୀରେ ଜଙ୍ଗଲରୁ ମିଳୁଥିବା ବାଘଙ୍କ ପାଦଚିହ୍ନର ମାପ ନିଆଯାଏ । ଏହି ପାଦଚିହ୍ନ ଉପରେ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ଢ଼ାଳି ତାହାର ଏକ ଛାଞ୍ଚ ପ୍ରସ୍ତୁତ କରି ରଖାଯାଏ । ପ୍ରାୟତଃ ସବୁ ବାଘଙ୍କ ପାଦର ମାପ ପରସ୍ପରଠାରୁ ଉଣା ଅଧିକରେ ଭିନ୍ନ । ତେଣୁ ଉଦାହରଣ ସ୍ୱରୂପ ଭିନ୍ନ ଭିନ୍ନ ମାପର ୪ଟି ପାଦଚିହ୍ନ ମିଳିଲେ ୪ଟି ବାଘ ରହିଥିବାର ଅନୁମାନ କରାଯାଏ । ଏହା ଏକ ଆନୁମାନିକ ଓ ତୃଟିପୂର୍ଣ୍ଣ ଗଣନା ପ୍ରଣାଳୀ । ଅନେକ ସମୟରେ ଉଲ୍ଲାସ ଏହି ପଦ୍ଧତିର ସମାଲୋଚନା କରିଆସିଛନ୍ତି ।

ସେ “କ୍ୟାମେରା ଟ୍ରାପ୍” ପଦ୍ଧତି ବ୍ୟବହାର ପାଇଁ ମତପୋଷଣ କରିଆସିଛନ୍ତି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଗଛ ଓ ବୁଦାରେ କ୍ୟାମେରା (ଚିତ୍ରତ୍ତୋଳକ ଯନ୍ତ୍ର) ଖଞ୍ଜି ଦିଆଯାଏ । କେଉଁ କେଉଁ ସ୍ଥାନରେ କ୍ୟାମେରା ଲଗାଯିବ, କ୍ୟାମେରା ଲାଗିଥିବା ସ୍ଥାନ କେତୋଟି ବାଘଙ୍କ କ୍ଷେତ୍ରରେ ରହିଛି – ଏପରି ଅନେକ ତଥ୍ୟର ପରିସଂଖ୍ୟାନର ଅନୁଶୀଳନ ପରେ କ୍ୟାମେରା ଖଞ୍ଜାଯାଏ । କ୍ୟାମେରାର ସେନ୍ସର୍ ଏହା ସମ୍ମୁଖ ଦେଇଯାଉଥିବା ଜନ୍ତୁମାନଙ୍କ ଚିତ୍ର ନିଏ । ଏହିମଚିତ୍କ ବାରମ୍ବାର ନିଆଯାଉଥାଏ । ଦୁଇଟି ବାଘଙ୍କ ପାଦଚିହ୍ନ ଏକା ହୋଇପାରେ କିନ୍ତୁ ବାଘଙ୍କ ଦେହରେ ଥିବା ପଟା ପଟା ଦାଗ ପରସ୍ପରଠାରୁ ଭିନ୍ନ ।  ତେଣୁ କ୍ୟାମେରା ଟ୍ରାପର ସମସ୍ତ ଚିତ୍ରରୁ ସେହି ଅଞ୍ଚଳରେ ବାଘମାନଙ୍କ ଆନୁମାନିକ ଘନତା ନିରୂପଣ କରିହେବ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ପଦ୍ଧତି ଅଧିକ ସଠିକ । ଉଲ୍ଲାସ ଏପରି କେତେକ ବୈଜ୍ଞାନିକ ପଦ୍ଧତି (କ୍ୟାମେରା ଟ୍ରାପ୍ ଗଣନା, ରେଡ଼ିଓ କଲାର୍ ପରୀକ୍ଷଣ)ର ବ୍ୟବହାର କରି ବାଘଗଣନା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ବୈଜ୍ଞାନିକ ପଦ୍ଧତିର ଅବଲମ୍ବନ କରି ଶିକାର ଏବଂ ଶିକାରୀ ଜନ୍ତୁଙ୍କ ଗଣନା କରିବା ସେମାନଙ୍କ ଓ ଜଙ୍ଗଲର ସଂରକ୍ଷଣରେ ସାହାଯ୍ୟକାରୀ ହେବ ବୋଲି ଉଲ୍ଲାସ ମତପୋଷଣ କରିଆସିଛନ୍ତି ।  

ଅନ୍ୟାନ୍ୟ କୃତି ଓ ଅବଦାନ[ସମ୍ପାଦନା]

- ବାଘ ଓ ବୃହତ୍ ସ୍ତନପାୟୀ ପ୍ରାଣୀଙ୍କ ପରିସ୍ଥିତି ବିଜ୍ଞାନ କ୍ଷେତ୍ରରେ ଉନ୍ନତ ଓ ବିସ୍ତୃତ ଗବେଷଣା

- ଭାରତରେ ବାଘଙ୍କ ରେଡ଼ିଓ-ଟେଲିମେଟ୍ରି ପଦ୍ଧତିର ଉପଯୋଗ ଓ ପ୍ରଚାର

- ବନ୍ୟଜୀବନ ଶିକ୍ଷା କେନ୍ଦ୍ରର ସ୍ଥାପନା ଏବଂ କନ୍ନଡ଼, ଈଂରାଜୀରେ ୧୩୫ରୁ ଅଧିକ ଲେଖାର ପ୍ରକାଶନ

- ଭାରତ ସରକାରଙ୍କ ଭାରତୀୟ ବନ ଉପଦେଷ୍ଟା ସମିତି, ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ଓ କର୍ଣ୍ଣାଟକ ସରକାରଙ୍କ କର୍ଣ୍ଣାଟକ ବ୍ୟାଘ୍ର ସଂରକ୍ଷଣ ପ୍ରତିଷ୍ଠାନ, ଟାଇଗର୍ ଷ୍ଟିଅରିଂ ସମିତି ଆଦିର ସକ୍ରିୟ ସଭ୍ୟ

- ବମ୍ବେ ପ୍ରାକୃତିକ ଇତିହାସ ସମାଜର ପୂର୍ବତନ ଉପ-ସଭାପତି

- ଅନେକ ସଂରକ୍ଷଣବାଦୀ ସଂସ୍ଥାର ବିଜ୍ଞାନ ଉପଦେଷ୍ଟା 

- ବନ୍ୟଜନ୍ତୁ ସଂରକ୍ଷଣ ସମାଜଦ୍ୱାରା ଆର୍ଥିକ ସହାୟତାପ୍ରାପ୍ତ ଅନେକ ସଂସ୍ଥାରେ ବନ୍ୟପ୍ରାଣୀ ବିଜ୍ଞାନ ଓ ବେଙ୍ଗାଳୁରୁର ଜାତୀୟ ପ୍ରାଣୀବିଜ୍ଞାନ ଓ ସଂରକ୍ଷଣ ସଂସ୍ଥାରେ ସ୍ନାତକ ପାଠ୍ୟକ୍ରମର ପରିଚାଳନାରେ ପ୍ରମୁଖ ଭୂମିକା

- ୨୦୦୮ରେ ଉଲ୍ଲାସ ଭାରତୀୟ ବିଜ୍ଞାନ ପରିଷଦର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ 

- ଲଣ୍ଡନ ଜୀବବିଜ୍ଞାନ ସମାଜର ସଭ୍ୟ

- ଓରିକ୍ସ୍ ଓ ପ୍ରଯୌଗିକ ଜୀବବିଜ୍ଞାନ ଜର୍ଣ୍ଣାଲର ସମ୍ପାଦକୀୟ ବୋର୍ଡର ସଭ୍ୟ, ଆଇ. ୟୁ. ସି. ଏନ୍. ସ୍ପିସିଜ୍ ସର୍ଭାଇଭାଲ୍ କମିଶନର ସଭ୍ୟ

- ସଂରକ୍ଷଣ ନୀତିରେ ଦୁର୍ବଳତା ବା ସମସ୍ୟାର ସମାଧାନ, ମନୁଷ୍ୟ-ବନ୍ୟଜୀବ ସଂଘର୍ଷ ଏଡ଼ାଇବା ଇତ୍ୟାଦି କ୍ଷେତ୍ରରେ ମଧ୍ୟ ସେ କାର୍ଯ୍ୟରତ । 

- ଥାଇଲାଣ୍ଡ୍, ମାଲେସିଆ, ବର୍ମା, ଇନ୍ଦୋନେସିଆ, ଋଷ୍, ଲାଓ, କାମ୍ପୁଚିଆ ଓ କେତେକ ଆଫ୍ରିକୀୟ ଓ ଦକ୍ଷିଣ ଆମେରିକୀୟ ଦେଶରେ ହୋଇଥିବା ବନ୍ୟପ୍ରାଣୀ ସଂରକ୍ଷଣ ଓ ଗବେଷଣା ପ୍ରକଳ୍ପର ଉପଦେଷ୍ଟା

- ବି. ବି. ସି., ସି. ଏନ୍. ଏନ୍., ନ୍ୟାସନାଲ୍ ଜିଓଗ୍ରାଫିକ୍ , ଡିସ୍କଭରି, ଦ ନ୍ୟୁୟର୍କ୍ ଟାଇମ୍ସ୍, ନେଚ଼ର୍ ପରି ଅନେକ ଅନ୍ତର୍ଯାତୀୟ ଗଣମାଧ୍ୟମରେ ତାଙ୍କର କାର୍ଯ୍ୟର ଉଲ୍ଲେଖ କରାଯାଇଛି  

ପଦ୍ମଶ୍ରୀ ସମ୍ମାନ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ବର୍ଷ ପୁରସ୍କାର / ସମ୍ମାନ
ଜାନୁଆରୀ, ୨୦୧୨ ପଦ୍ମଶ୍ରୀ ସମ୍ମାନ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ସମ୍ମାନିତ । 
୨୦୧୦ ରାଜ୍ୟୋତ୍ସବ ସମ୍ମାନ କର୍ଣ୍ଣାଟକ ସରକାରଙ୍କଦ୍ୱାରା ଏହା ପ୍ରଦତ୍ତ । 
୨୦୦୭ ଜେ. ପଲ୍ ଗେଟ୍ଟି ସମ୍ମାନ ସଂରକ୍ଷଣ ଦିଗରେ ଅଗ୍ରଣୀ ଭୂମିକା ପାଇଁ ୨ ଲକ୍ଷ ଆମେରିକୀୟ ଡଲାର୍ ପୁରସ୍କାର ରାଶି ଓ ଏହି ସମ୍ମାନ ଲାଭ କରିଛନ୍ତି । 
୨୦୦୭ ସାଂଚୁରି ଏସିଆ ଲାଇଫ୍-ଟାଇମ୍ ଏଚିଭମେଣ୍ଟ୍ ସମ୍ମାନ
୨୦୦୬ ସିଏରା କ୍ଲବ୍ ଅନ୍ତର୍ଯାତୀୟ ଆର୍ଥକେଆର୍ ପୁରସ୍କାର

ପ୍ରକାଶିତ ନିର୍ବନ୍ଧ, ଲେଖା ଓ ପୁସ୍ତକ[ସମ୍ପାଦନା]

ଅନେକ ବିଜ୍ଞାନ ପତ୍ରିକା ଓ ଜର୍ଣ୍ଣାଲରେ ଉଲ୍ଲାସଙ୍କ ପ୍ରାୟ ୮୦ଟି ଲେଖା/ନିବନ୍ଧ ପ୍ରକାଶ ପାଇଛି । ତାଙ୍କ ଲିଖିତ ଦୁଇଟି ପୁସ୍ତକ ସେ “ବାଘର ପନ୍ଥା” (The Way of the Tiger) ଓ “ମଞ୍ଚା ଉପରୁ ଦୃଶ୍ୟ” (A view from the Machan) ଯଥାକ୍ରମେ ୨୦୦୧ ଓ ୨୦୦୬ ମସିହାରେ ପ୍ରକାଶିତ ହୋଇଥିଲା । ୨୦୦୨ ମସିହାରେ ପ୍ରକାଶିତ Monitoring Tigers and their Prey ଓ ୨୦୧୦ ମସିହାରେ ପ୍ରକାଶିତ Camera traps in Animal Ecology ପୁସ୍ତକର ସେ ସହ-ସମ୍ପାଦନା କରିଛନ୍ତି । ତାଙ୍କର ୫୦ରୁ ଉର୍ଦ୍ଧ୍ୱ ଈଂରାଜୀ ଲେଖା ଓ ୩ଟି କନ୍ନଡ଼ ଲେଖା ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ସ୍ଥାନ ପାଇଛି । ସେ ଓରିକ୍ସ୍ ଓ ପ୍ରଯୌଗିକ ଜୀବବିଜ୍ଞାନ ଜର୍ଣ୍ଣାଲର ସମ୍ପାଦକୀୟ ବୋର୍ଡର ସଭ୍ୟ । 

ମୂଳ ଈଂରାଜୀ ନିବନ୍ଧ/ଲେଖା/ଜର୍ଣ୍ଣାଲ୍ ବର୍ଷ
Photographic sampling of elusive mammals in tropical forests (K U Karanth, J D Nichols, N S Kumar) ୨୦୦୪
Phylogeography and genetic ancestry of tigers (K U Karanth et al. in Public Library of Science Biology Journal) ୨୦୦୪
Estimation of tiger densities in the tropical dry forests of Panna, Central India, using photographic capture-recapture

sampling (K U Karanth, Raghunandan, S Chundawat, J D Nichols, N S Kumar in Animal Conservation)

୨୦୦୪
Tigers and their prey: Predicting carnivore densities from prey abundance (K U Karanth, J D Nichols, N S Kumar,

W A Link, J E Hines in Proceedings of the National Academy of Sciences, USA)

୨୦୦୪
Human-carnivore conflict and perspectives on carnivore management worldwide (A Treves and K U Karanth in

Conservation Biology)

୨୦୦୩
Human-carnivore conflict: local solutions with global applications (A Treves and K U Karanth in Conservation Biology) ୨୦୦୩
The Economics of Protecting Tiger Populations: Linking Household Behavior to Poaching and Prey Depletion (R Damania,

R Stringer, K U Karanth, B Stith in Land Economics)

୨୦୦୩
Tiger ecology and conservation in the Indian subcontinent (in Journal of Bombay Natural History Society) ୨୦୦୩
Science deficiency in conservation practice: the monitoring of tiger populations in India (K U Karanth et al. in Animal

Conservation)

୨୦୦୩
Estimation of large herbivore densities in the tropical forests of southern India using distance sampling (D Jathanna,

K U Karanth, A J T Johnsingh in Journal of Zoological Society of London)

୨୦୦୩
Conservation and Society (in Conservation and Society) ୨୦୦୩
Nagarahole limits and opportunities in wildlife conservation (in Making Parks Work) ୨୦୦୨
Mitigating human-wildlife conflicts in southern Asia (K U Karanth, M D Madhusudhan in Making Parks Work) ୨୦୦୨
Local hunting and large mammals conservation in India (M D Madhusudhan, K U Karanth in Ambio) ୨୦୦୨
Behavioral correlates of predation by tiger, leopard and dhole in Nagarahole, India (K U Karanth and M E Sunquist in

Journal of Zoology)

୨୦୦୦
Hunting for an answer: Local hunters and large mammal conservation in India (M D Madhusudhan, K U Karanth in Hunting

for sustainability in tropical forests)

୨୦୦୦
Ecology, behavior and resilience of the tiger and its conservation needs (M E Sunquist, F C Sunquist, K U Karanth in Riding

the Tiger)

୧୯୯୯
Counting tigers with confidence (in Riding the Tiger) ୧୯୯୯
An ecology based method for defining priorities for large mammal conservation : The tiger case study (K U Karanth et al. in

Conservation Biology)

୧୯୯୮
Avoiding paper tigers and saving real tigers (K U Karanth, M D Madhusudhan in Conservation Biology) ୧୯୯୭
Prey selection by tiger, leopard and dhole in tropical forests (K U Karanth, M E Sunquist in Journal of Animal Ecology) ୧୯୯୫
Estimating tiger populations from camera-trap data using capture-recapture models (in Biological Conservation) ୧୯୯୫
Correcting for overdispersion of prey selectivity (W A Link, K U Karanth in Ecology) ୧୯୯୪
Conservation prospects for lion-tailed macaques in Karnataka (in Zoo Biology) ୧୯୯୨
Ecology and management of tiger in tropical Asia (in Wildlife Conservation: Present Trends and Perspectives for the

21st Century)

୧୯୯୧
Line transect method for censusing elephants in Nagarahole (in Censusing elephants in forests) ୧୯୯୧
Dry-zone afforestation and its impact on blackbuck populations (K U Karanth, M Singh in Conservation in developing countries:

problems and prospects)

୧୯୯୦
Analysis of predator-prey balance in Bandipur Tiger Reserve with reference to census reports (in Journal of Bombay Natural

History Society)

୧୯୮୮
Tigers in India: a critical review of field censuses (in Tigers of the world: The biology, biopolitics, management and conservation

of an endangered species)

୧୯୮୭
Status of wildlife and habitat conservation in Karnataka (in Journal of Bombay Natural History Society) ୧୯୮୬
Ecological status of the liontailed macaque and its rainforest habitat in Karnataka (in Primate Conservation) ୧୯୮୫
Bhadra wildlife sanctuary and its endangered ecosystem (in Journal of Bombay Natural History Society) ୧୯୮୨
ମୂଳ ଈଂରାଜୀ ପୁସ୍ତକ ବର୍ଷ
The Way of the Tiger (Hardcover and Paperback, the latter by Orient Longman) ୨୦୦୧
View from the Machan - How Science Can Save The Fragile Predator (Orient Longman) ୨୦୦୬

ଆଧାର[ସମ୍ପାଦନା]

  1. Verma, Varuna (24 February 2008). "'I was interested in saving the tiger. So I created enemies'". The Telegraph,. The Telegraph -- Calcutta. Retrieved 25 February 2011.
  2. CWS. "Founder Trustee and Director : Dr K. Ullas Karanth". 1669, 31st Cross, 16th Main, Banashankari 2nd Stage, Bangalore – 560070: Centre for Wildlife Studies. Retrieved 2012-01-26.
  3. Dreifus, Claudia. "Interview". The New York Times, reprinted in International Herald Tribune. Retrieved 2006-09-03.

ଅନ୍ୟାନ୍ୟ ଲିଙ୍କ୍[ସମ୍ପାଦନା]