କେଶା

ଉଇକିପିଡ଼ିଆ‌ରୁ
କେଶା
ଜନ୍ମ
କେଶା ରୋଜ୍ ସେବେର୍ତ୍

(1987-03-01) ୧ ମାର୍ଚ୍ଚ ୧୯୮୭ (ବୟସ ୩୭)
ଲୋସ୍ ଅଞ୍ଜେଲେସ୍, କାଲିଫର୍ନିଆ, ଯୁକ୍ତରାଷ୍ଟ୍ର ଆମେରିକା
ବୃତ୍ତିସମୂହ
  • କଣ୍ଠଶିଳ୍ପୀ
  • ଗୀତିକାର
  • ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ପିତାମାତାପେବେ ସେବେର୍ତ୍ (ମାଆ)[୧]
ୱେବସାଇଟkeshaofficial.com

କେଶା ରୋଜ୍ ସେବେର୍ତ୍ (/ˈkɛʃə rz ˈsbərt/ KESH-Ə-_-ROHZ-_; (ଜନ୍ମ" ୧ ମାର୍ଚ୍ଚ ୧୯୮୭); ଜଣେ ଆମରିକାର କଣ୍ଠଶିଳ୍ପୀ, ଗୀତିକାର ଏବଂ ଅଭିନେତ୍ରୀ, ଯିଏକି କେଶା ଭାବରେ ପରିଚିତା । ୨୦୦୫ରେ ମାତ୍ର ୧୮ ବର୍ଷ ବୟସରେ କେଶା କେମୋସବେ ରେକର୍ଡ଼ସ୍ ପାଇଁ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ରାଜିନାମା ସ୍ୱାକ୍ଷର କରିଥିଲେ ।[୨] ୨୦୦୯ର ପ୍ରଥମ ଭାଗରେ କେଶାଙ୍କୁ ତାଙ୍କର ପ୍ରଥମ ବଡ଼ ସଫଳତା ମିଳିଥିଲା ।[୩] ଯେତେବେଳେ ସେ ଆମେରିକାର ରାପର୍ ଫ୍ଲୋ ରିଡାଙ୍କ ସ‌ହ ଏକ ଗୀତ ରାଇଟ୍ ରାଉଣ୍ଡରେ କାର୍ଯ୍ୟ କରିଥିଲେ, ସେତେବେଳେ କେଶା ଅଧିକ ଲୋକପ୍ରିୟତା ପାଇଥିଲେ ।[୪][୫]

କେଶାଙ୍କର ଗୀତ ଏବଂ ତାଙ୍କ ପାଇଁ ତାଙ୍କର ପ୍ରଥମ ଆଲବମ୍ ଆନିମାଲ୍ ୨୦୦୯ ଏବଂ ୨୦୧୦ରେ ଅନେକ ଦେଶରେ ବ‌ହୁଳ ସଫଳତା ପାଇଥିଲା । ଏହା ପରେପରେ ସେ ଆଉ ତିନୋଟି ଆଲବମ୍‌ରେ ଏକା ହିଁ କାମ କରିଥିଲେ ।[୬] ଏହି ଆଲବମ୍‌ଗୁଡ଼ିକ ହେଲା ଟିକ୍ ଟକ୍, ଉଇ ଆର୍ ହୁ ଉଇ ଆର୍ ଏବଂ ଟିମ୍ବର୍ । ଟିମ୍ବର୍‌ରେ ପିଟ୍‌ବୁଲ୍ ମଧ୍ୟ କାର୍ଯ୍ୟ କରିଥିଲେ । ଏକା ସମୟରେ ସେ ଅନ୍ୟ କଳାକାରମାନଙ୍କ ପାଇଁ ଗୀତ ଲେଖିଥିଲେ ଏବଂ ନିଜର ଆଲବମ୍‌ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ବ୍ରିଟେନୀ ସ୍ପିୟରସ୍‌ଙ୍କ ପାଇଁ ଟିଲ୍ ଦ ୱାରଲ୍ଡ ଏଣ୍ଡସ୍। ୨୦୧୨ରେ ତାଙ୍କର ୨ୟ ଷ୍ଟୁଡ଼ିଓ ଆଲବମ୍ ୱାରିଅର୍ ମୁକ୍ତିଲାଭ କରିଥିଲା । ଏହାପରେ ଲଗାତାର ଆଠଟି ଆଲବମ୍ ସଫଳ ହୋଇଥିଲା । ତାଙ୍କର ଆଲବମ୍ ଟିକ୍ ଟକ୍ ସେତେବେଳେ ସବୁଠାରୁ ଅଧିକ ବିକ୍ରି ହୋଇଥିଲା ।[୭] ଏହି ଆଲବମ୍‌ଟି ସାରା ବିଶ୍ୱରେ ୧୬.୫ କୋଟିରୁ ଅଧିକ ବିକ୍ରି ହୋଇଥିଲା ।[୮][୯][୧୦]

୨୦୧୩ ମସିହାରୁ କେଶା ଏବଂ ତାଙ୍କର ପୂର୍ବତନ ପ୍ରଯୋଜକ ଡ. ଲୁକେଙ୍କର ଆଇନତଃ ବିବାଦ ଲାଗିରହିଛି । ଏହି ବିବାଦ ଉଭୟ କେଶା ଏବଂ ଲୁକେଙ୍କର ତରଫରୁ ରୁଜ୍ଜୁ ହୋଇଛି । କେଶା ଲୁକେଙ୍କ ଉପରେ ଶାରିରୀକ, ମାନସିକ ଏବଂ ଯୌନ ଅତ୍ୟାଚାର ସ‌ହ ପାଉଣାର ଭେଦଭାବ କରିବାର ଅଭିଯୋଗ କରିଥିଲେ ।[୧୧] ତେଣେ ଲୁକେ ମଧ୍ୟ କେଶାଙ୍କ ଉପରେ ଚୁକ୍ତିରେ ଖିଲାପ ଏବଂ ମାନହାନୀ ମୋକଦ୍ଦମା ଆଣିଥିଲେ ।[୧୨] ଏହି ମୋକଦ୍ଦମା ସମୟରେ କେଶା ମାତ୍ର କେବଳ ଗୋଟିଏ ଗୀତ ନିର୍ମାଣ କରିବାରେ ସଫଳ ହୋଇଥିଲେ ।[୧୩] ଏହାପରେ ସେ ୨୦୧୭ ମସିହାରେ ତାଙ୍କରୁ ତୃତୀୟ ଷ୍ଟୁଡ଼ିଓ ଆଲବମ୍ ନିର୍ମାଣ କରି ମୁକ୍ତିଲାଭ କରାଇଥିଲେ ।[୧୪] ଏହି ଆଲବମ୍‌ଟି ଥିଲା ରେନ୍‌ବୋ ।[୧୫][୧୬] ଏହି ଆଲବମ୍‌ଟିର ଶୀର୍ଷକ ଗୀତଟି ଏବଂ ପ୍ରେୟିଙ୍ଗ୍ ଗୀତଟି ଗ୍ରାମି ପୁରସ୍କାର ପାଇଁ ମନୋନୀତ ହୋଇଥିଲା ।[୧୭]

କେଶା ଅନେକ ପୁରସ୍କାର ପାଇବା ସ‌ହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ୨୦୧୦ ମସିହାରେ ଏମ୍‌ଟିଭି ଇଉରୋପ୍ ସଙ୍ଗୀତ ପୁରସ୍କାରରେ ଶ୍ରେଷ୍ଠ କଳାକାର ପୁରସ୍କାର ପାଇଥିଲେ । ୨୦୧୩ ନଭେମ୍ବର ସୁଦ୍ଧା ତାଙ୍କର ଗୀତ ଯୁକ୍ତରାଷ୍ଟ୍ର ଆମେରିକାରେ ୬କୋଟି ପାଖାପାଖି ବିକ୍ରି ହୋଇଥିଲା ଏବଂ ସମଗ୍ର ବିଶ୍ୱରେ ୭.୬ କୋଟିରୁ ଅଧିକ ବିକ୍ରି ହୋଇଥିଲା ।[୧୮][୧୯]

ଆଧାର[ସମ୍ପାଦନା]

  1. Spanos, Brittany (August 24, 2017). "Kesha's Battle Cry of Many Colors". Rolling Stone (1294): 53. Retrieved November 16, 2017.
  2. Werde, Bill (February 19, 2010). "Kesha: The Billboard Cover Story". Billboard. Retrieved February 28, 2010.
  3. "Meet 'Tik Tok' Singer Ke$ha". Seventeen. Hearst Communications, Inc. ଜାନୁଆରୀ 11, 2010. Archived from the original on ଜାନୁଆରୀ 16, 2010. Retrieved ଜାନୁଆରୀ 16, 2010.
  4. Gordon, Sandra (November 25, 2009). "Breaking & Entering: Kesha". Billboard. Retrieved November 26, 2009.
  5. Mazzella, Alysia (ମାର୍ଚ୍ଚ 9, 2009). "Kesha: Crazy, Sexy & Too Fuckin' Cool". 21–7 Magazine. Archived from the original on ଫେବୃଆରୀ 22, 2011. Retrieved ନଭେମ୍ବର 9, 2009.
  6. Pietroluongo, Silvio (December 30, 2009). "Ke$ha Sets Female Download Record". Billboard. Retrieved March 3, 2012.[permanent dead link]
  7. "Tik Tok continues record-breaking run". Rolling Stone. February 12, 2010. Retrieved February 12, 2010.
  8. "Ke$ha's 'Warrior': The Billboard Cover Story". Billboard. September 14, 2009. Retrieved November 7, 2012.
  9. "IFPI publishes Digital Music Report 2011". Archived from the original on 2011-02-21. Retrieved 2018-04-10.
  10. Paul Grein (August 22, 2012). "Week Ending Aug. 19, 2012. Songs: Swift Makes Digital History". Yahoo! Music. Retrieved August 22, 2012.
  11. Barbara Ross (February 20, 2016). "Kesha sobs as judge refuses to cancel contract with producer Dr. Luke who allegedly raped her in 2006". Daily News. New York.
  12. Goldstein, Jessica. "Judge Rejects All Of Kesha's Claims Against Dr. Luke". ThinkProgress. Archived from the original on April 12, 2016. Retrieved September 8, 2017.
  13. "Kesha gets role in 'Jane the Virgin'". xposé.ie. September 15, 2015. Retrieved December 1, 2016.
  14. Kaufman, Gil (July 6, 2017). "Kesha Returns With Emotionally Charged Single 'Praying': Watch the Video". Billboard. Retrieved July 6, 2017.
  15. Johnson, Zach (July 6, 2017). "Kesha Returns With "Praying," Her First Single in 4 Years". E! News. Retrieved July 6, 2017.
  16. Legaspi, Althea (July 6, 2017). "Kesha Previews First New Album in Five Years With Triumphant Song 'Praying'". Rolling Stone. Retrieved July 6, 2017.
  17. Weatherby, Taylor (August 1, 2017). "Kesha Announces North American Rainbow Tour, Her First Solo Trek Since 2013". Billboard. Retrieved August 1, 2017.
  18. Unknown (November 5, 2013). "International Music Superstar Pitbull To Host The 2013 American Music Awards on Sunday, November 24th at 8 p.m. ETPT on ABC". UBM pic. PR Newswire. p. 1. Retrieved December 3, 2013.
  19. Unknown (November 5, 2013). "International Music Superstar Pitbull To Host The "2013 American Music Awards®" on Sunday, November 24th At 8 PM ET/PT On ABC". CNBC. p. 1. Archived from the original on December 3, 2013. Retrieved December 3, 2013.

ବାହାର ଆଧାର[ସମ୍ପାଦନା]