କେପଲର ୨୨ବି

ଉଇକିପିଡ଼ିଆ‌ରୁ
(କେପଲର୍ ୨୨ବିରୁ ଲେଉଟି ଆସିଛି)
କେପଲର ୨୨ବି ଓ ପୃଥିବୀ ମଧ୍ୟରେ ତୁଳନା ଚିତ୍ର

କେପଲର ୨୨ବି ଏକ ମହାକାଶ ଜଗତର ଗ୍ରହ । ଅନ୍ୟ ଗ୍ରହରେ ଜୀବନ ସନ୍ଧାନ କରୁଥିବା ନାସାକୁ ଏକ ବଡ଼ ସଫଳତା ମିଳିଛି । କେପଲର ୨୨ବି ଓ ପୃଥିବୀ ମଧ୍ୟରେ ଅନେକ ସମାନତା ଥିବାରୁ ଏହାକୁ ନେଇ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି ।

ସନ୍ଧାନ[ସମ୍ପାଦନା]

କେପଲର ୨୨ବି ଗ୍ରହର ସନ୍ଧାନ ପ୍ରଥମେ ୨୦୦୯ର ମଧ୍ୟ ଭାଗରେ ମିଳିଥିଲା ମାତ୍ର ୨୦୧୧ ମସିହା ଡିସେମ୍ବର ୫ ତାରିଖରେ ଏହି ଆବିଷ୍କାରର ଘୋଷଣା ନାସାଦ୍ୱାରା କରାଯାଇଥିଲା। କେପଲର ଟେଲିଷ୍କୋପ୍ ଏହି ଗ୍ରହକୁ ଠାବ କରିଥିଲା।

ଅବସ୍ଥିତି[ସମ୍ପାଦନା]

କେପଲର ୨୨ବି ପୃଥିବୀଠାରୁ ୫୮୭ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।

ତଥ୍ୟ[ସମ୍ପାଦନା]

ପୃଥିବୀ ସହ କେପଲର ୨୨ବିର ଅନେକ ସମାନତା ରହିଛି ତେଣୁ ଏହା ମଣିଷ ବାସ ଉପୋଯୋଗୀ ହୋଇପରିବ କି ନାହିଁ ସେ ନେଇ ଗବେଷଣା କାରାଯାଉଛି । ନାସାର ବୈଜ୍ଞାନିକ ବିଲ୍ବେରୁଚିଙ୍କ ମତରେ କେପଲର ୨୨ବିରେ ତାପମାତ୍ରା ୨୨ ଡିଗ୍ରୀ ହୋଇପାରେ । ଏହି ଗ୍ରହ ସୂର୍ଯ୍ୟ ପରି ଏକ ଗ୍ରହ ଯାହା ଜି-୫ ଚାରିପଟେ ଘୁରିବୁଲୁଛି ଅହି ଗ୍ରହର ଗୋଟିଅ ପରିକ୍ରମଣ ପାଁଇ ଅହାକୁ ୨୯୦ ଦିନ ଲାଗିଥାଏ ମାତ୍ର ଏହା ତା ନିଜ ସୂର୍ଯ୍ୟ (ଜି-୫)ଠାରୁ ପୃଥିବୀ ତୁଳନା ରେ୧୫ ଗୁଣ ପାଖରେ ରହିଛି । ଏହି ଅନୁସନ୍ଧାନରେ ଏଟି ଦୂରବୀକ୍ଷଣ ଯନ୍ତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ଦୂରବୀକ୍ଷଣ ଯନ୍ତ୍ରରେ ୯୬ ମେଗାପିକସେଲ୍ କ୍ୟାମେର ରହିଛି । ଏହି ଅନୁସନ୍ଧାନର ବ୍ୟୟ ୬୦୦ ନିୟୁତ କୋଟି ଡଲାର ଅଟକଳ କରାଯାଇଛି ।

ଚିତ୍ର ସମୂହ[ସମ୍ପାଦନା]

ଆଧାର[ସମ୍ପାଦନା]