କୁମାର ଗୋବିନ୍ଦ

ଉଇକିପିଡ଼ିଆ‌ରୁ
କୁମାର ଗୋବିନ୍ଦ
ଜନ୍ମ (1963-05-17) ୧୭ ମଇ ୧୯୬୩ (ବୟସ ୬୦)
ବୃତ୍ତି(ସମୂହ)କଥାଚିତ୍ର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୯୩–ଏବେଯାଏଁ

କୁମାର ଗୋବିନ୍ଦ ଜଣେ ଭାରତୀୟ ଅଭିନେତା ଓ ନିର୍ଦ୍ଦେଶକ । ସେ ମୁଖ୍ୟତଃ କନ୍ନଡ଼ କଥାଚିତ୍ର ଜଗତର କାମ କରନ୍ତି । ସେ ନାୟକ ଭାବରେ ତାଙ୍କ ଅଭିନୀତ ପ୍ରଥମ କନ୍ନଡ଼ କଥାଚିତ୍ର ଶଃ!ଅନୁରାଗ ସଙ୍ଗମ ଭଳି କଥାଚିତ୍ର ପାଇଁ ଜଣାଶୁଣା ।[୧]

ଅଭିନୟ ଜୀବନ[ସମ୍ପାଦନା]

କୁମାର ଗୋବିନ୍ଦ ୧୯୯୩ ମସିହାରେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଶଃ!, ଯାହାର ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର । ସେ ନିଜେ କଥାଚିତ୍ରଟିର ପ୍ରଯୋଜନା ମଧ୍ୟ କରିଥିଲେ । ଏହି କଥାଚିତ୍ରଟିର ସଫଳତା ପାଇଥିଲା ଏବଂ ତାଙ୍କୁ ଲୋକପ୍ରିୟ କରାଇଥିଲା । ଅନୁରାଧା ସଙ୍ଗମରେ ସେ ରମେଶ ଅରବିନ୍ଦ ଓ ସୁଧାରାଣୀଙ୍କ ସହିତ ଅଭିନୟ କରିଥିଲେ, ଯେଉଁଥିରେ ସେ ଇନୋସେଣ୍ଟ ଗୋବିନ୍ଦୁ ଭୂମିକାରେ ଅଭିନୟ କରିଥିଲେ । ଏହି ଚରିତ୍ରଟିର ଦର୍ଶକମାନେ ପସନ୍ଦ କରିଥିଲେ ।[୨] ୧୯୯୫ ମସିହାରେ ତାଙ୍କୁ ଓମ୍ କଥାଚିତ୍ରର ନାୟକ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା, ମାତ୍ର ତାହା ନିର୍ମାଣ ହୋଇ ପାରିନଥିଲା ।[୩][୪]

କଥାଚିତ୍ରର ତାଲିକା[ସମ୍ପାଦନା]

ନିର୍ଦ୍ଦେଶିତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ମନ୍ତବ୍ୟ
୨୦୧୦ ସତ୍ୟା
୨୦୧୫ ମାଷ୍ଟର୍ ମାଇଣ୍ଡ୍ [୫]

ଅଭିନୀ କଥାଚିତ୍ର[ସମ୍ପାଦନା]

  • ଶଃ! (୧୧୯୩)
  • ରବିତେଜା (୧୯୯୮)
  • ଅନୁରାଗ ସଙ୍ଗମ (୧୯୯୫)
  • କର୍ଡିପୁରା (୧୯୯୮)
  • କୋନା ଏଡ଼ାଇଥେ (୧୯୯୪)
  • ଶ୍ରାବଣ ସମ୍ରମା (୨୦୦୨)
  • ମୃତ୍ୟୁ ବନ୍ଦନା (୧୯୯୮)
  • କ୍ଷମା (୨୦୦୨)
  • ମିନୁଗୁ ଥରେ (୧୯୯୬)
  • ହଲ୍ଲି ୟାଦାରେନୁ ଶିବା (୨୦୦୨)
  • ମୁଡୁବେ (୧୯୯୭)
  • ନୀ ମୋଡ଼ିଦା ମାଲ୍ଲିଗେ (୨୦୦୨)
  • ଥାଇ କୋଟା ସେରେ (୧୯୯୭)
  • ଶ୍ରୁତି ହାକିଦା ହେଜେ (୨୦୦୪)
  • ନୋଡୁ ବା ନାମମୁରା (୧୯୯୭)
  • ଚନ୍ଦନା ଚିଗୁରୁ (୨୦୦୫)
  • ମାୟାବଜାର (୨୦୦୦)
  • ନାମ ସଂସାର ଆନନ୍ଦ ସାଗର (୨୦୦୬)
  • ମହାଲକ୍ଷ୍ମୀ (୨୦୦୧)
  • ଆମ୍ମା ନଗମା (୨୦୦୬)
  • ଜେନୁ ଗୁଡୁ (୨୦୦୧)
  • ବନ୍ଦେ ମାତମ୍ (୨୦୦୭)
  • ଶ୍ରୀ ମଞ୍ଜୁନାଥା (୨୦୦୧)
  • ନରାନ୍ତକ (୨୦୦୬)
  • ଯୁବରାଜ (୨୦୦୧)
  • କନକମ୍ବରୀ (୨୦୦୮)
  • ଆତମା (୨୦୦୨)
  • ମୁଥୁ (୨୦୦୬)
  • ଥାୟି (୨୦୦୮)
  • ସମ୍ଭ୍ରାମ (୨୦୦୮)
  • ଦୁବାଇ ବାବୁ (୨୦୦୯)
  • ସତ୍ୟା (୨୦୧୦)
  • ବେକ୍କୁ (୨୦୧୧)
  • ମାଷ୍ଟର୍ ମାଇଣ୍ଡ୍ (୨୦୧୫)
  • ମୁକୁ ନାୟକ (୨୦୧୬)
  • ରୁଦ୍ର ତାଣ୍ଡବ (୨୦୧୫)
  • ଚିକ୍କା (୨୦୦୭)
  • କଲ୍ୟାଣୀ (୨୦୦୮)

ଆଧାର[ସମ୍ପାଦନା]

  1. "Upendra Hit SHHH! Gears up for a Second Release". Archived from the original on 2016-05-12. Retrieved 2023-07-09.
  2. "Kumar Govind back with a new project!". Archived from the original on 16 September 2016.
  3. "The Magic of Om Continues". Archived from the original on 2016-08-19. Retrieved 2023-07-09.
  4. "Om was first offered to Kumar Govind - Times of India".
  5. "Kumar Govind masterminds a comeback". The Times of India. 2013-04-29. Archived from the original on 16 June 2013. Retrieved 2013-06-14.

ବାହର ଲିଙ୍କ୍[ସମ୍ପାଦନା]