କୀଟ ବିକର୍ଷକ

ଉଇକିପିଡ଼ିଆ‌ରୁ
ମଶା ଧୂପ

କୀଟ ବିକର୍ଷକ ଏକପ୍ରକାର ପଦାର୍ଥ ଯାହାକି କୀଟପତଙ୍ଗମାନଙ୍କୁ ଦୂରେଇରଖିବା ପାଇଁ ଶରୀର, ପୋଷାକପତ୍ର କିମ୍ବା ଅନ୍ୟ ସ୍ଥାନମାନଙ୍କରେ ପ୍ରୟୋଗ କରାଯାଏ । ମ୍ୟାଲେରିଆ, ଲାୟମେ ରୋଗ, ଡେଙ୍ଗୁ ଜ୍ୱର, ଅସ୍ୱାଭାବିକ ଲସିକା ଗ୍ରନ୍ଥି ସମ୍ବନ୍ଧୀୟ ପ୍ଳେଗରୋଗ, ନଦୀ ଅନ୍ଧତ୍ୱ (ଫାଇଲେରିଆ କୃମିଙ୍କଦ୍ୱାରା ସଂକ୍ରମିତ ଏକ ଚର୍ମ ରୋଗ) ଏବଂ ପଶ୍ଚିମ ନିଲେ ଜ୍ୱର ଆଦି କୀଟମାନଙ୍କଦ୍ୱାରା ବ୍ୟାପୁଥିବା ରୋଗମାନଙ୍କ ସଂକ୍ରମଣକୁ କୀଟ ବିକର୍ଷକ ନିୟନ୍ତ୍ରଣ କରିଥାଏ ।

କିଛି କୀଟ ବିକର୍ଷକଙ୍କୁ କୀଟ ଉପବିକର୍ଷକ ଅନ୍ତର୍ଭୁକ୍ତ କରାଯାଏ । ଏଗୁଡିକର ସାମାନ୍ୟ ମାତ୍ରାରେ ବ୍ୟବହାର ବି କୀଟମାନଙ୍କୁ ମାରିପାରେ ।[୧]

କେତେକ ଉଦାହରଣ[ସମ୍ପାଦନା]

ରାସାୟନିକ କୀଟ ବିକର୍ଷକ[ସମ୍ପାଦନା]

  • ମିଥାଇଲ ଆନ୍ଥ୍ରାନିଲେଟ (Methyl anthranilate) ଏବଂ ଅନ୍ୟ ସମ୍ବନ୍ଧୀୟ କୀଟ ବିକର୍ଷକ
  • ମହୁମାଛିଙ୍କ ପାଇଁ ବେଞ୍ଜାଲାଡିହାଇଡ୍‌ (Benzaldehyde)[୨]
  • ଡ଼ି.ଇ.ଇ.ଟି (DEET-N,N-diethyl-m-toluamide)
  • ଡାଇମିଥାଇଲ କାରବେଟ୍ (Dimethyl carbate)
  • ଡାଇମିଥାଇଲ ଥାଲେଟ୍ (Dimethyl phthalate)ର ବର୍ତ୍ତମାନ ବିଶେଷ ବ୍ୟବହାର ନାହିଁ
  • ଇଥାଇଲହେକସାନଡାଇଅଲ୍ (Ethylhexanediol)[୩]
  • ଇକାରିଡିନ୍ (Icaridin), ଯାହାକି ପିକାରିଡିନ୍ (Picaridin), ବ୍ୟାରେପେଲ୍ (Bayrepel) ଏବଂ କେ.ବି.ଆର୍ ୩୦୨୩ (KBR 3023) ଭାବେ ମଧ୍ୟ ଜଣା
  • ଡ଼ି.ଇ.ଇ.ଟିର ଔଦ୍ୟୋଗିକ ବ୍ୟବହାର ପୂର୍ବରୁ ଇଣ୍ଡାଲୋନ୍‌ (Indalone).
  • ମେଟୋଫ୍ଲୁଥ୍ରୀନ୍‌ (Metofluthrin)
  • ପରମେଥ୍ରୀନ୍‌ (Permethrin)
  • ଟ୍ରାଇସାଇକ୍ଲୋଡିସେନାଇଲ୍ ଆଲ୍ଲାଇଲ୍ ଇଥର୍ (Tricyclodecenyl allyl ether), ପ୍ରସାଧନ ଇତରରେ ଥିବା ଏକ ରାସାୟନିକ ପଦାର୍ଥ[୪][୫]

ପ୍ରାକୃତିକ କୀଟ ବିକର୍ଷକ[ସମ୍ପାଦନା]

ଷ୍ଟକହୋମ୍ ସହରରେ ଗାଈସିଂଘରେ ବନ୍ଧାହେବାକୁଥିବା ଆକାଶିଆ ତେଲ ଥଳି
  • ସୁବର୍ଣ୍ଣୀ[୬] ଗଛର ପତ୍ର (Beautyberry - Callicarpa)
  • ଆକାଶିଆ ଗଛର ବକ୍କଳକୁ ପୋଡିଦେଇ ମିଳିଥିବା ପାଉଁଶକୁ ଅନ୍ୟ କୌଣସି ତେଲରେ ଗୋଳାଇ ଦେହରେ ଲଗାଇଲେ ଏହା ମଶା ବିକର୍ଷକଭାବେ କାର୍ଯ୍ୟ କରେ
  • Bog Myrtle (Myrica Gale)
  • ନିମ୍ବତେଲ
  • ଦୁବଘାସ
  • ଚା'ଗଛ ତେଲ

ବୈଧାନିକ ସତର୍କତା[ସମ୍ପାଦନା]

  • ପିଲାମାନଙ୍କଠାରୁ କୀଟ ବିକର୍ଷକ ଦୁରେଇ ରଖିବା, କାରଣ ପିଲାମାନେ ଏମାନଙ୍କର ନକାରାତ୍ମକ ପ୍ରଭାବଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୁଅନ୍ତି ।
  • ଗର୍ଭବତୀ ମହିଳା ଏହାର ବ୍ୟବହାର ଅଧିକରୁ ଅଧିକ କମାଇବାକୁ ଚେଷ୍ଟା କରିବା ଉଚିତ, କାରଣ ଗର୍ଭସ୍ଥ ଶିଶୁ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଏ ।

ଆଧାର[ସମ୍ପାଦନା]

  1. https://www.maximumyield.com/definition/209/insecticide
  2. Evans, Elizabeth; Butler, Carol (2010-02-09). Why Do Bees Buzz?: Why Do Bees Buzz? Fascinating Answers to Questions about Bees (in ଇଂରାଜୀ). Rutgers University Press. pp. 177–178. ISBN 9780813549200.
  3. Brown, Maryland Extension Service leaflet 10
  4. Insect Repellents - Patent 6660288
  5. Detailed patent information
  6. https://www.flowersofindia.net/catalog/slides/Beautyberry%20Tree.html

ଆହୁରି ଦେଖିପାରିବେ[ସମ୍ପାଦନା]