କିରଣ ମାର୍ଟିନ୍

ଉଇକିପିଡ଼ିଆ‌ରୁ
କିରଣ ମାର୍ଟିନ୍
ଡଃ କିରଣ ମାର୍ଟିନ୍
ଜନ୍ମ (1959-06-09) ୯ ଜୁନ ୧୯୫୯ (ବୟସ ୬୪)
ଜାତୀୟତାଭାରତୀୟ
ଶିକ୍ଷାମେଡ଼ିସିନ୍‌ରେ ସ୍ନାତ୍ତକ, ସର୍ଜରୀରେ ସ୍ନାତ୍ତକ, ଶିଶୁସ୍ୱାସ୍ଥ୍ୟ ଓ ଶିଶୁରୋଗରେ ଡିପ୍ଲୋମା
ବୃତ୍ତି(ସମୂହ)ସମାଜସେବୀ, ଶିଶୁରୋଗ ବିଶେଷଜ୍ଞ, ଆଶା ସୋସାଇଟିର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ
ବୈବାହିକ-ସାଥୀଗଡ଼ଫ୍ରେ ମାର୍ଟିନ୍
ସନ୍ତାନ
ପୁରସ୍କାରପଦ୍ମଶ୍ରୀ
ୱେବସାଇଟPersonal blog

କିରଣ ମାର୍ଟିନ୍ ଜଣେ ଭାରତୀୟ ଶିଶୁରୋଗ ବିଶେଷଜ୍ଞ, ସମାଜସେବୀ ଓ ଅଣ-ସରକାରୀ ପ୍ରତିଷ୍ଠାନ ଆଶାର ପ୍ରତିଷ୍ଠାତା,[୧] ଯାହା ସ୍ୱାସ୍ଥ୍ୟ ଓ ଗୋଷ୍ଠୀ ଉନ୍ନତି ଉଦ୍ଦେଶ୍ୟରେ କାମ କରେ ।[୨] ଏହା ଦିଲ୍ଲୀର ପାଖାପାଖି ୫୦ଟି ବସ୍ତିର ୪୦୦,୦୦୦ରୁ ୫୦୦,୦୦୦ ଲୋକଙ୍କ ପାଇଁ କାମ କରେ ।[୩][୪][୫] ଭାରତ ସରକାର ତାଙ୍କୁ ୨୦୦୨ ମସିହାରେ ଚତୁର୍ଥ ସର୍ବବୃହତ୍ତ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[୬]

ଆଦ୍ୟ ଜୀବନ[ସମ୍ପାଦନା]

କିରଣ ମାର୍ଟିନ୍ ଦିଲ୍ଲୀର ମୌଲାନାଆଜାଦ୍ ଡାକ୍ତରୀ ମହାବିଦ୍ୟାଳୟରୁ ମେଡ଼ିସିନ୍‌ରେ ସ୍ନାତ୍ତକ ଲାଭ କରିଥିଲେ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ହାର୍ଡ଼ିଙ୍ଗ୍ ଡାକ୍ତରୀ ମହାବିଦ୍ୟାଳୟରୁ ୧୯୮୫ରେ ଶିଶୁରୋଗରେ ଅଧିକ ଶିକ୍ଷା ଲାଭ କରିଥିଲେ ।[୭][୮][୯]

ଆଶା ସୋସାଇଟିର ପ୍ରତିଷ୍ଠା[ସମ୍ପାଦନା]

୧୯୮୮ ମସିହାରେ ଦକ୍ଷିଣ ଦିଲ୍ଲୀର ଏକ ବସ୍ତି, ଡଃ ଆମ୍ବେଦକର ବସ୍ତିରେ ହଇଜା ବ୍ୟାପିବା ତାଙ୍କ ପେଶାଗତ ଜୀବନରେ ଏକ ମୋଡ ଆଣିଥିଲା ।[୮] ସେ ବସ୍ତିରେ ଡାକ୍ତରୀ ସେବା ପ୍ରଦାନ କରିବା ପାଇଁ ଚେଷ୍ଟା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ସମାଜ ସେବା କରିବା ପାଇଁ ଉତ୍ସାହିତ କରିଥିଲା ।[୭][୧୦] ସେହି ବର୍ଷ ସଂଗଠିତ ସେବା ପ୍ରଦାନ ପାଇଁ ସେ କେତେଜଣ ସ‌ହାୟକଙ୍କ ସ‌ହ ଏକ ଅଣ-ସରକାରୀ ପ୍ରତିଷ୍ଠାନ, ଆଶା ସୋସାଇଟି ପ୍ରତିଷ୍ଠା କରିଥିଲେ ।[୮][୧୧][୧୨]

କିରଣ ମାର୍ଟିନ୍‌ଙ୍କ ଦର୍ଶନ ତ‌ତ୍ତ୍ୱ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ABC". ABC. 23 September 2010. Retrieved January 14, 2015.
  2. "Opinion". Opinion. 13 October 2010. Retrieved January 14, 2015.
  3. "In Conversation with Asha founder Dr Kiran Martin". YouTube video. The Conversation. 19 November 2013. Retrieved January 14, 2015.
  4. "AFAS". AFAS. 2014. Retrieved January 14, 2015.
  5. "Ten20". Ten20. 2014. Archived from the original on March 3, 2015. Retrieved January 14, 2015.
  6. "Padma Awards" (PDF). Padma Awards. 2014. Archived from the original (PDF) on November 15, 2014. Retrieved November 11, 2014.
  7. ୭.୦ ୭.୧ "Willow Creek". Willow Creek. 9 September 2013. Archived from the original on 14 January 2015. Retrieved January 14, 2015.
  8. ୮.୦ ୮.୧ ୮.୨ "India West". India West. 2014. Archived from the original on May 5, 2018. Retrieved January 14, 2015.
  9. "Boston University". Boston University. 5 September 2012. Retrieved January 14, 2015.
  10. Rob Moodie (21 November 2013). "In Conversation". Article. The Conversation. Retrieved January 14, 2015.
  11. "The Age". The Age. 6 October 2010. Retrieved January 14, 2015.
  12. "Australia India Institute". Australia India Institute. 15 May 2010. Archived from the original on 16 January 2015. Retrieved January 14, 2015.