କିଙ୍ଗ କଙ୍ଗ (୨୦୦୫ ଫିଲ୍ମ)
କିଙ୍ଗ କଙ୍ଗ | |
---|---|
ନିର୍ଦ୍ଦେଶକ | ପୀଟର ଜ୍ୟାକ୍ସନ |
ପ୍ରଯୋଜକ |
|
ଚିତ୍ରନାଟ୍ୟ |
|
କଳାକାର |
|
ସଙ୍ଗୀତ | ଜେମ୍ସ ନ୍ୟୁଟନ ହୋୱାର୍ଡ |
ଚିତ୍ରଗ୍ରହଣ | ଆଣ୍ଡ୍ର୍ୟୁ ଲେସନୀ |
ସମ୍ପାଦକ | ଜ୍ୟାମୀ ସେଲକିର୍କ |
Production company | ୱିଙ୍ଗନଟ ଫିଲ୍ମ |
ବିତରକ | ୟୁନିଭର୍ସାଲ ଷ୍ଟୁଡିଓ |
କଥାଚିତ୍ରର ସମୟ | 187 ମିନିଟ[୧] |
ଦେଶ |
|
ଭାଷା | ଇଂଗ୍ରାଜୀ |
ଖର୍ଚ୍ଚ | $207 million |
ମୋଟ ଆୟ | $550.5 million |
କିଙ୍ଗ କଙ୍ଗ ୨୦୦୫ ମସିହାର ଏକ ମହାକାବ୍ୟ ମୋନଷ୍ଟର ଆଡଭେଞ୍ଜର ଫିଲ୍ମ ଅଟେ । ଏହି ଫିଲ୍ମ ଟିକୁ ପୀଟର ଜ୍ୟାକ୍ସନ ଲେଖିବା ସହିତ ନିର୍ମାଣ ଓ ନିର୍ଦ୍ଦେଶିତ କରିଥିଲେ । ଏହି ଶୀର୍ଷକର ୧୯୩୩ ମସିହା ଫିଲ୍ମର ଦ୍ୱିତୀୟ ରିମିକ ଏକ ମହତ୍ତ୍ୱାକାଂକ୍ଷୀ ଫିଲ୍ମ ନିର୍ମାତାଙ୍କ କାହାଣୀ ଥିଲା, ଯାହା ଏକ ରହସ୍ୟମୟ ଖପୁରୀ ଦ୍ୱୀପର ଯାତ୍ରା କରିବା ପାଇଁ ନିଜ କଳାକାର ଓ ଭଡାରେ ଥିବା ଜାହାଜ ଚାଳକ ଦଳମାନଙ୍କୁ ଅସହାୟ କରିଥିଲା । ସେ, ସେହି ଦ୍ୱୀପରେ ରହୁଥିବା ବିଚିତ୍ର ଜୀବ ସହିତ ଏକ ବିଶାଳ କାୟ "ଗରିଲା" (ଆଫ୍ରିକାର ବିଶାଳ ଶକ୍ତିଶାଳୀ ବାନର)କୁ କଙ୍ଗ ନାମରେ ଜାଣିଛନ୍ତି , ଯାହାକୁ ସେ ନ୍ୟୁୟୋର୍କ ସହର ନେଇଆସନ୍ତି ।
କିଙ୍ଗ କଙ୍ଗର ଫିଲ୍ମାଙ୍କନ ସେପ୍ଟେମ୍ବର ୨୦୦୪ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ନ୍ୟୁଜଲ୍ୟାଣ୍ଡରେ ହୋଇଥିଲା । ଏହି ପ୍ରୋଜେକ୍ଟର ବଜେଟ ଆରମ୍ଭରୁ $ 150 ମିଲିୟନରୁ ତତ୍କାଳୀନ ରେକର୍ଡ ବ୍ରେକିଙ୍ଗ $ 207 ମିଲିୟନ ପର୍ଯ୍ୟନ୍ତ ବଢିଗଲା । ଏହା ଜର୍ମାନୀ ଓ ସଂଯୁକ୍ତ ରାଜ୍ୟ ଆମେରିକାରେ ୧୪ ଡିସେମ୍ବର ୨୦୦୫ ମସିହାରେ ଉପସ୍ଥାପନା କରାଯାଇ ଥିଲା ଏବଂ ଏହି ଫିଲ୍ମ $ 50.1 ମିଲିୟନର ଉତ୍ପାଦନ ଆରମ୍ଭ କରିଥିଲା । କିଙ୍ଗ କଙ୍ଗ ଘରୋଇ ଓ ସମଗ୍ର ଦୁନିଆରେ ରୋଜଗାର କରିଥିଲା, ଯାହା ଅନ୍ତତଃ $ 550 ମିଲିୟନ ପର୍ଯ୍ୟନ୍ତ ବଢିଯାଇ ଥିଲା । [୨] ସେହି ସମୟରେ ୟୁନିଭର୍ସାଲ ପିକ୍ଚର୍ସର ଇତିହାସରେ ଚତୁର୍ଥ ସବୁଠାରୁ ଅଧିକ ରୋଜଗାର କରିଥିବା ଓ ୨୦୦୫ ମସିହାର ପଞ୍ଚମ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇଗଲା । ଏହା ନିଜ ଘରୋଇ ଭିଡିଓ ରିଲିଜରେ ଡିଭିଡିର ବିକ୍ରୀରେ $ 100 ମିଲିୟନର ଉତ୍ପାଦନ କରିଥିଲା [୩]
ଅଭିନେତା ବର୍ଗ
[ସମ୍ପାଦନା]ୱାଟ୍ସ, ବ୍ଲାକ ଓ ବ୍ରାଡୀ ନିଜ-ନିଜ ଭୂମିକା ପାଇଁ ଅଧିକ ଖୁସି ଥିଲେ ଯେଉଁଥିରେ କୌଣସି ଅନ୍ୟ ଅଭିନେତା ମାନଙ୍କୁ ଗ୍ରହଣୀୟ କରାଯାଇ ନଥିଲା । ନିଜ-ନିଜର ଭୂମିକାର ପ୍ରସ୍ତୁତିରେ, ୱାଟ୍ସ ମୂଖ୍ୟ ଏନ ଡାରୋ ଓ ଫେ ୱରେଙ୍କ ସହିତ ଦେଖା ହୋଇଥିଲେ ।[୪] ଜ୍ୟାକ୍ସନ ଚାହୁଁଥିଲେ କି, ୱରେ ଏକ କ୍ୟାମିଓ ଉପସ୍ଥିତି ବନାନ୍ତୁ ଓ ସମ୍ବାଦର ଅନ୍ତିମ ପଂକ୍ତିରେ କୁହନ୍ତୁ ; କିନ୍ତୁ ୯୬ ବର୍ଷ ବୟସରେ ପ୍ରୀ-ପ୍ରଡକ୍ସନ ଅନୁଶାରେ ତାଙ୍କର ମୃତ୍ୟୁ ହୋଇଗଲା । ବ୍ଲାକଙ୍କୁ ୨୦୦୦ ମସିହାର ଫିଲ୍ମ "ହାଇ ଫିଡେଲିଟୀ"ରେ ତାଙ୍କର ପ୍ରଦର୍ଶନର ଆଧାରରେ "କାର୍ଲ ଡେହ୍ନମ" ରୂପେ ନିଆ ଯାଇଥିଲା, ଯିଏ ଜ୍ୟାକ୍ସନଙ୍କୁ ପ୍ରଭାବିତ କରିଥିଲେ ।[୫] ପ୍ରେରଣା ପାଇଁ ବ୍ଲାକ, ପି.ଟି. ବରନମ [୬]ଏବଂ ଓରସନ ୱାଲେସର ଅଧ୍ୟୟନ କରିଥିଲେ । ଖୋପଡି ଦ୍ୱୀପରେ ମୂଳ ଅତିରିକ୍ତ କଳାକାର ଏକ ମିଶ୍ରଣଦ୍ୱାରା ଚିତ୍ରିତ କରା ଜାଇଥିଲା । ଏସିଆ, ଆଫ୍ରିକା, ମାଓରୀର ଅଭିନେତାମାନେ ଲଗାତାର ରଞ୍ଜକତା ପ୍ରାପ୍ତ କରିବା ପାଇଁ କଳା ମେକପ ସହିତ ଛିଟିକା କରିଥିଲେ ।
ଧ୍ୱନି
[ସମ୍ପାଦନା]କିଙ୍ଗ କଙ୍ଗ ଅରିଜିନାଲ ମୋଶନ ପିକ୍ଚର୍ସ ସାଉଣ୍ଡଟ୍ରାକର ରଚନା ଜେମ୍ସ ନ୍ୟୁଟନ ହାବର୍ଡ କରିଥିଲେ ; ସେ "ଦି ସିକ୍ସ ସେନ୍ସ, ଡାଇନେସର, ଆଣ୍ଟଲାଟିସ: ଦି ଲାଷ୍ଟ ଏମ୍ପାୟର ଆଣ୍ଡ ଟ୍ରେଜର ପ୍ଲାନେଟ"ର ରଚନା କରିଥିଲେ । ଜେମ୍ସ ନ୍ୟୁଟନ ହାବର୍ଡଙ୍କ ସ୍କୋରକୁ ପରେ ସର୍ବଶ୍ରେଷ୍ଠ ମୂଳ ସ୍କୋର ପାଇଁ "ଗୋଲ୍ଡେନ ଗ୍ଲୋବ ଆୱାର୍ଡ" ପାଇଁ ନାମାଙ୍କିତ କରାଯାଇଥିଲା ।[୭]
ପ୍ରକାଶନ
[ସମ୍ପାଦନା]ଏହି ଫିଲ୍ମର ବିକ୍ରୟ ଅଭିଜାନ ୨୭ ଜୁନ, ୨୦୦୫ ମସିହାରେ ଆରମ୍ଭ ହୋଇଥିଲା । ଏହାର ଟ୍ରେଲର ୱାର ଅଫ ଦି ୱାର୍ଲଡରେ ଜଡ଼ିତ ସିନେମା ଘର ଗୁଡିକରେ ପ୍ରଦର୍ଶିତ ହୋଇଥିଲା, ଯାହା ୨୯ ଜୁନରେ ଖୋଲା ଯାଇଥିଲା । ଏହି ଫିଲ୍ମର ଏକ ଉପନ୍ୟାସ ଓ କିଙ୍ଗ କଙ୍ଗ ଦି ଆଇସ ଲ୍ୟାଣ୍ଡ ଅଫ ଦି ସ୍କଲ ନାମକ ଏକ ପ୍ରିକ୍ୱଲ ଉପନ୍ୟାସ ମଧ୍ୟ ଲେଖା ଯାଇଥିଲା । ପୀଟର ଜ୍ୟାକ୍ସନଙ୍କର "କିଙ୍ଗ କଙ୍ଗ" ନାମକ ଏକ ବହୁ-ମଞ୍ଚ ଭିଡିଓ ଗେମ ଜାରୀ କରାଯାଇଥିଲା । ଦି ୱାର୍ଲ୍ଡ ଅଫ କଙ୍ଗ: ଏ ନ୍ୟାଚୁରାଲ ହିଷ୍ଟ୍ରୀ ଅଫ ସ୍କୁଲ ଆଇସଲ୍ୟାଣ୍ଡ ନାମକ ହାର୍ଡୱାର୍କ ପୁସ୍ତକ ମଧ୍ୟ ଥିଲା, ଯେଉଁଥିରେ ଫିଲ୍ମର କାଳ୍ପନିକ ବନ୍ୟଜୀବମାନଙ୍କର ବର୍ଣ୍ଣନା କରିବା ପାଇଁ ୱେଟା ୱାର୍କସପର କଳାକୃତି ରହିଥିଲା ।
ଜ୍ୟାକ୍ସନ, ଭବିଷ୍ୟରେ କୌଣସି ସମୟ ବ୍ୟବଧାନରେ ଥ୍ରୀ-ଡିରେ ଫିଲ୍ମକୁ ପୁନର୍ବାର ତିଆରି କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।[୮] ଜ୍ୟାକ୍ସନଙ୍କୁ କିଙ୍ଗ କଙ୍ଗ ଶୁଟିଙ୍ଗ ମଧ୍ୟରେ ବହୁଥର ଥ୍ରୀ-ଡି କ୍ୟାମେରା ମାଧ୍ୟମରେ ଶୁଟିଙ୍ଗ କରିବାର ଦେଖା ଯାଇଛି ।[୯]
ଆଧାର
[ସମ୍ପାଦନା]- ↑ "KING KONG (12A)". British Board of Film Classification. Retrieved November 8, 2014.
- ↑ "King Kong". BoxOfficeMojo.com. Retrieved 2006-10-12.
- ↑ "King Kong – DVD sales". BlogCritics.org. Archived from the original on October 14, 2007. Retrieved 2007-03-04.
- ↑ Ian Spelling (December 2005). "Peter Jackson proves with King Kong that the director, not the beast, is the true eighth wonder of the world". Science Fiction Weekly. Archived from the original on June 19, 2006. Retrieved 2009-06-01.
- ↑ Paul A. Woods (2005). "Kong Cometh!". Peter Jackson: From Gore to Mordor. London: Plexus Books. pp. 176–187. ISBN 0-85965-356-0.
- ↑ Liane Bornin (2004-09-27). "King' of the World". Entertainment Weekly. Archived from the original on 2013-05-28. Retrieved 2009-05-29.
- ↑ "HFPA - Awards Search (King Kong)". Archived from the original on March 12, 2012. Retrieved March 2, 2012.
- ↑ "Film director 'sees future in 3D'". BBC. London. April 25, 2006. Retrieved 2006-06-13.
- ↑ McLean, Robyn (November 12, 2005). "King Kong movie may go 3D". The Dominion Post.