କାର୍ଲି ଫିଓରିନା

ଉଇକିପିଡ଼ିଆ‌ରୁ
କାର୍ଲି ଫିଓରିନା
ପାରାଡାଇଜ୍ ଭ୍ୟାଲି, ଆରିଜୋନାଠାରେ କାର୍ଲି ଫିଓରିନା ।
Born
କାରା କାର୍ଲିଟନ୍ ସ୍ନିଦ୍

(1954-09-06) ୬ ସେପ୍ଟେମ୍ବର ୧୯୫୪ (ବୟସ ୬୯)
Alma materଷ୍ଟାନ୍‌ଫୋର୍ଡ଼୍ ବିଶ୍ୱବିଦ୍ୟାଳୟ (କଳାରେ ସ୍ନାତକ(ବି.ଏ))
ୟୁନିଭର୍ସିଟି ଅଫ୍ ମ୍ୟାରିଲ୍ୟାଣ୍ଡ୍ (ଏମ୍.ବି.ଏ)
ମାସାଚୁସେଟ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍.ଏସ୍)
Political partyରିପବ୍ଲିକାନ୍ ପାର୍ଟି, ଆମେରିକା
Spouse(s)ଟୋଡ୍ ବାର୍ଟଲେମ୍ (୧୯୭୭–୧୯୮୪)
ଫ୍ରାଙ୍କ୍ ଫିଓରିନା (୧୯୮୫–ବର୍ତ୍ତମାନ)
Children୨ ଜଣ ସାବତ ଝିଅ
Parent(s)ଜୋସେଫ୍ ଟାଇରି ସ୍ନିଦ୍ ୩
ମାଡେଲୋନ୍ ଜୁର୍‌ଜେନ୍ସ୍
Websiteନିର୍ବାଚନ ପ୍ରଚାର ୱେବ୍‌ସାଇଟ୍
Signature

କାରା କାର୍ଲିଟନ୍ ଫିଓରିନା ବା କାର୍ଲି ଫିଓରିନା ଜଣେ ଆମେରିକୀୟ ମହିଳା ଉଦ୍ୟୋଗପତି । ସେ ୧୯୫୪ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ହେୱେଲେଟ୍-ପାକାର୍ଡ଼୍ (Hewlett-Packard ବା HP) କମ୍ପାନୀର ପୂର୍ବତନ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ (CEO) ଭାବେ ଜଣାଶୁଣା ।

କାର୍ଲି ଫିଓରିନା ୧୯୯୯ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ଏଚ୍.ପି. କମ୍ପାନୀର ସି.ଇ.ଓ. ଥିଲେ । ଏଚ୍.ପି. କମ୍ପାନୀର ସି.ଇ.ଓ. ଭାବେ ସେ ଫର୍ଚ୍ୟୁନ୍ ପତ୍ରିକାର ସର୍ବେକ୍ଷଣ ଅନୁଯାୟୀ ପୃଥିବୀର ଶ୍ରେଷ୍ଠ ୨୦ଟି କମ୍ପାନୀ ମଧ୍ୟରୁ ଗୋଟିକରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । କାର୍ଲିଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ୨୦୦୨ ମସିହାରେ ଏଚ୍.ପି. କମ୍ପାନୀ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦୀ, ପର୍ସନାଲ୍ କମ୍ପ୍ୟୁଟର ତିଆରି କରୁଥିବା କମ୍ପାନୀ କମ୍ପାକ୍ (Compaq)କୁ କିଣି ନେଇଥିଲା ।

ଆଧାର[ସମ୍ପାଦନା]

  1. Flores, Reena (June 4, 2015). "How much are Carly Fiorina and Ben Carson worth?". CBS News. Retrieved 4 May 2016.