କାର୍ବିଡୋପା/ଲେଭୋଡୋପା
| Combination of | |
|---|---|
| Agonist | Levodopa |
| Enzyme inhibitor | Carbidopa |
| Clinical data | |
| Trade names | Atamet, Carbilev, Sinemet |
| AHFS/Drugs.com | monograph |
| MedlinePlus | a601068 |
| data | |
| Pregnancy category | |
| ATC code | |
| Legal status | |
| Legal status | |
| Identifiers | |
| PubChem CID | |
| ChemSpider | |
| Chemical and physical data | |
| 3D model (JSmol) | |
| |
| |
| (verify) | |
କାର୍ବିଡୋପା/ଲେଭୋଡୋପା, ଅନ୍ୟ ପରିଚିତ ନାମ ଲେଭୋକାର୍ବ ଓ କୋକେୟାରଡୋପା, ଦୁଇଟି ଔଷଧ କାର୍ବିଡୋପା ଓ ଲେଭୋଡୋପାର ମିଶ୍ରଣରେ ତିଆରି । [୧] ଏହା ପ୍ରାଥମିକ ଭାବରେ ପାର୍କିନସନ ରୋଗ ରୋଗର ଲକ୍ଷଣ ଉପଶମ ନିମନ୍ତେ ବ୍ୟବହାର କରାଯାଏ, କିନ୍ତୁ ରୋଗର ଧାରା ବଦଳେନାହିଁ । ଏହା ପାଟି ମାଧ୍ୟମରେ ଦିଆଯାଏ ।[୧]ଏହାର ପ୍ରଭାବ ଆରମ୍ଭ ହେବା ନିମନ୍ତେ ୨ରୁ ୩ ସପ୍ତାହ ଲାଗେ ।[୨] ପ୍ରତ୍ୟେକ ଡୋଜର ପ୍ରଭାବ ଦଶ ମିନିଟ ମଧ୍ୟରେ ପ୍ରକାଶ ପାଏ ଓ ୫ ଘଣ୍ଟା ପର୍ଯ୍ୟନ୍ତ ରହେ । [୨][୩]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଚଳପ୍ରଚଳ ସମସ୍ୟା ଓ ଅଇ ମୂଖ୍ୟ ।[୧] ଅଧିକ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅବସାଦ, ଠିଆ ହେଲେ ନିମ୍ନ ରକ୍ତଚାପ ହୁଏ, ହଠାତ ନିଦୁଆ ଲାଗେ, ସାଇକୋସିସ ଓ ଜୁଆ ଖେଳିବା ମାନସିକତା ଦେଖାଯାଏ ।[୧][୪] ଲେଭୋଡୋପା ଭାଙ୍ଗିବା ପ୍ରଣାଳୀକୁ କାରିଡୋପା ମସ୍ତିଷ୍କ ବାହାରେ ପ୍ରତିରୋଧ କରେ । ମସ୍ତିଷ୍କ ଭିତରେ ଲେଭୋଡୋପା ଡୋପାମିନରେ ପରିଣତ ହୋଇ ତାହାର କାର୍ଯ୍ୟ କରେ ।[୪]
ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ମଧ୍ୟମ ଧରଣର ଦାମିକା [୪] ସାରା ପୃଥବୀରେ ଏହାର ହୋଲସେଲ ମୂଲ୍ୟ ମାସକୁ ପ୍ରାୟ ୧.୮୦ରୁ ୩.୦୦ ଆମେରିକୀୟ ଡଲାର । [୬] ଆମେରିକାରେ ଏହାର ମୂଲ୍ୟ ୫୦ରୁ ୧୫୦ ଆମେରିକୀୟ ଡଲାର ।।[୧]
ଆଧାର
[ସମ୍ପାଦନା]- 1 2 3 4 5 "Levodopa/Carbidopa". The American Society of Health-System Pharmacists. Retrieved Aug 21, 2015.
- 1 2 Pharmacology and the Nursing Process. Elsevier Health Sciences. 2014. p. 246. ISBN 9780323293617.
- ↑ Atlee, John L. (2007). Complications in anesthesia (2nd ed.). Philadelphia: Elsevier/Saunders. p. 490. ISBN 9781416022152.
- 1 2 3 Hamilton, Richard J. (2013). Tarascon pocket pharmacopoeia (14th ed.). Burlington, MA.: Jones & Bartlett Learning. p. 303. ISBN 9781449673635.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Levodopa + Carbidopa". International Drug Price Indicator Guide. Archived from the original on 12 January 2016. Retrieved 22 August 2015.