କାମ୍ଵୋଡ଼ିଆ ଚଞ୍ଚୂରୀ

ଉଇକିପିଡ଼ିଆ‌ରୁ

କାମ୍ବୋଡ଼ିଆ ଚଞ୍ଚୂରୀ ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Cisticolidae
Genus: Orthotomus
ଜାତି: O. chaktomuk
ବାଇନୋମିଆଲ ନାମ
Orthotomus chaktomuk
Mahood et al., 2013[୨]

କାମ୍ବୋଡ଼ିଆ ଚଞ୍ଚୂରୀ ପକ୍ଷୀ ବା କାମ୍ବୋଡ଼ିଆ ଦର୍ଜୀ ପକ୍ଷୀ (ଇଂରାଜୀରେ Cambodian tailorbird, ଜୀବବିଜ୍ଞାନ ନାମ Orthotomus chaktomuk) କାମ୍ବୋଡ଼ିଆରେ ଦେଖାଯାଉଥିବା ଚଞ୍ଚୂରୀ (ବା ଟେଲର୍ ବର୍ଡ୍) ପକ୍ଷୀଙ୍କ ଏକ ପ୍ରଜାତି । ଏମାନେ ମୁଖ୍ୟତଃ ମେକଂଗ୍ ନଦୀ ଅବବାହିକାର ସମଭୂମିରେ ଥିବା ଘଞ୍ଚ ସବୁଜିମାଭରା ପରିବାସରେ ପରିଲକ୍ଷିତ ହୋଇଥାନ୍ତି । ୨୦୦୯ ମସିହାରେ କାମ୍ବୋଡ଼ିଆର ରାଜଧାନୀ ନୋମ୍ ଫେନରେ ପକ୍ଷୀ ଜ୍ୱର ପରୀକ୍ଷଣ ବେଳେ ବୈଜ୍ଞାନିକମାନେ ଏହି ପକ୍ଷୀ ପ୍ରଜାତିର ଆବିଷ୍କାର କରିଥିଲେ । ୨୦୧୩ ମସିହାରେ ଏମାନଙ୍କୁ ଏକ ସ୍ୱତନ୍ତ୍ର ପ୍ରଜାତି ବୋଲି ମାନ୍ୟତା ଦିଆଗଲା ଓ ଏହାର ବିବରଣୀ ଲିପିବଦ୍ଧ କରାଗଲା । ଏହି ପକ୍ଷୀ ଆକାରରେ ଅତି କ୍ଷୁଦ୍ର । ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୧୦ ସେଣ୍ଟିମିଟର । ଏହା ମୁଣ୍ଡରେ କମଳା-ଲାଲ ରଙ୍ଗର ଦାଗ ରହିଥାଏ ।

ଆବିଷ୍କାର[ସମ୍ପାଦନା]

୨୦୦୯ ମସିହାରେ କାମ୍ବୋଡ଼ିଆର ରାଜଧାନୀ ନୋମ୍ ଫେନ୍‍ ନଗରରେ ପକ୍ଷୀ ଜ୍ୱର ପରୀକ୍ଷଣ ବେଳେ ବୈଜ୍ଞାନିକମାନଙ୍କଦ୍ୱାରା କାମ୍ବୋଡ଼ିଆ ଚଞ୍ଚୂରୀ ପକ୍ଷୀ ପ୍ରଜାତି ଆବିଷ୍କୃତ ହୋଇଥିଲା ।[୨] ତାହା ପରଠାରୁ ନୋମ୍ ଫେନ୍ ନଗରର ବିଭିନ୍ନ ସ୍ଥାନରେ ଏହି ପକ୍ଷୀ ଦେଖାଯାଇଛି । ଆଶିଷ ଜନ୍ ନାମକ ଜଣେ ଫଟୋଗ୍ରାଫର୍ ନିର୍ମାଣାଧୀନ ଅଟ୍ଟାଳିକା ନିକଟରେ ଏହି ପକ୍ଷୀର ଫଟୋ ଚିତ୍ର ଉତ୍ତୋଳନ କରିଥିଲେ ।[୩] ତାଙ୍କ ଉତ୍ତୋଳିତ ଚିତ୍ରଗୁଡ଼ିକ ପରବର୍ତ୍ତୀ ସମୟରେ ଏହି ପକ୍ଷୀ ପ୍ରଜାତିର ବିବରଣୀ ଲେଖିବା ପାଇଁ ବ୍ୟବହୃତ ହୋଇଥିଲା ।[୩]

୨୦୧୨ ମସିହା ଜୁନ୍ ମାସରେ ୱାଇଲ୍‍ଡ୍‍ଲାଇଫ୍ କଞ୍ଜର୍ଭେସନ୍ ସୋସାଇଟି, ବର୍ଡ୍-ଲାଇଫ୍ ଇଣ୍ଟରନ୍ୟାସନାଲ୍, କାନ୍ସାସ୍ ବିଶ୍ୱବିଦ୍ୟାଳୟ, ଲୁଜିଆନା ପ୍ରଦେଶ ବିଶ୍ୱବିଦ୍ୟାଳୟ ଓ ସାମ୍ ଭିସ୍ନା ସେଣ୍ଟର୍ ଆଦିଙ୍କ ସହିତ ମିଳିତ ଉଦ୍ୟମରେ ଆଶିଷ ଜନ୍ ଏହି ପକ୍ଷୀ ପ୍ରଜାତିର ରଙ୍ଗ, ଜେନେଟିକ୍ ତଥ୍ୟ, କାକଳି ରାବ ଇତ୍ୟାଦିର ପରୀକ୍ଷଣ କରିଥିଲେ ।[୩][୪] ପରୀକ୍ଷଣରୁ ନିର୍ଣ୍ଣୀତ ହେଲା ଯେ କାମ୍ବୋଡ଼ିଆ ଚଞ୍ଚୂରୀ ଏକ ସ୍ୱତନ୍ତ୍ର ପକ୍ଷୀ ପ୍ରଜାତି ।[୫] ଓରିଏଣ୍ଟାଲ୍ ବର୍ଡ୍ କ୍ଲବ୍‍ର ଏକ ଅନ୍‍ଲାଇନ୍ ଜର୍ଣ୍ଣାଲ “ଫର୍କଟେଲ୍”ରେ କାମ୍ବୋଡ଼ିଆ ଚଞ୍ଚୂରୀ ବିଷୟରେ ଏକ ବିସ୍ତୃତ ଲେଖା ପ୍ରକାଶ କରାଗଲା ।[୨] କ୍ଷ୍ମେର ଭାଷାରୁ ଏହାର ନାମ ଗୃହୀତ । ସେହି ନାମର ଅର୍ଥ ଚାରୋଟି ମୁହଁ ବା ଦିଗ । ଏହି ପକ୍ଷୀ ବାସକ୍, ମେକଂଗ୍ ଏବଂ ଟୋନ୍ଲେ ସାପ୍‍ର ସମଭୂମିମାନଙ୍କରେ ଦେଖାଯାଇଥାଏ ।[୬]

ବିବରଣୀ[ସମ୍ପାଦନା]

କାମ୍ବୋଡ଼ିଆ ଚଞ୍ଚୂରୀ ପକ୍ଷୀର ମୁଣ୍ଡର ରଙ୍ଗ କମଳା-ଲାଲ୍ ମିଶ୍ରିତ ରଙ୍ଗର । ଏହାର କଣ୍ଠରେ କଳା ରଙ୍ଗର ଚିହ୍ନ ରହିଥାଏ ।[୪] ଏହାର ଶରୀରର ଅବଶିଷ୍ଟାଂଶ ଫିକା କିମ୍ବା ଗାଢ଼ ପାଉଁଶିଆ ରଙ୍ଗର । କାମ୍ବୋଡ଼ିଆ ଚଞ୍ଚୂରୀର ଆକାର ୟୁରେସୀୟ ରେନ୍ ପକ୍ଷୀ ପରି ଆକାରର ହୋଇଥାଏ । କାମ୍ବୋଡ଼ିଆ ଚଞ୍ଚୂରୀ ନିଜର ଉଚ୍ଚ ରାବ ପାଇଁ ବିଖ୍ୟାତ ।[୪]

ପରିବାସ[ସମ୍ପାଦନା]

ମେକଂଗ୍ ନଦୀର ସମଭୂମିରେ ରହିଥିବା ଘଞ୍ଚ ବୁଦାଳିଆ ଜଙ୍ଗଲର ସୀମିତ ଅଞ୍ଚଳ ମଧ୍ୟରେ କାମ୍ବୋଡ଼ିଆ ଚଞ୍ଚୂରୀ ପକ୍ଷୀ ବାସ କରିଥାନ୍ତି ।[୫] ନୋମ୍ ଫେନ୍ ପରି ଏକ ବୃହତ ନଗରୀର ଉପକଣ୍ଠରେ ବାସ କରୁଥିଲେ ହେଁ ଘଞ୍ଚ ପରିବାସ ଯୋଗୁଁ ଏମାନେ ଏତେ ବର୍ଷ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନଥିଲେ । କାମ୍ବୋଡ଼ିଆରେ ଦେଖାଯାଉଥିବା ଦୁଇଟି ମୁଖ୍ୟ ମୂଳ ପକ୍ଷୀ ପ୍ରଜାପତିଙ୍କ ମଧ୍ୟରୁ ଏହି ପକ୍ଷୀ ଅନ୍ୟତମ (ଅନ୍ୟଟି ହେଲା କାମ୍ବୋଡ଼ିଆ ଲାଫିଂ ଥ୍ରଶ୍) ।[୩]

କାମ୍ବୋଡ଼ିଆ ଚଞ୍ଚୂରୀର ଆବିଷ୍କାରକମାନେ ଏହି ପକ୍ଷୀକୁ IUCN ତାଲିକାରେ ‘‘ପ୍ରାୟ ସଂକଟାପନ୍ନ (near threatened)’’ ଶ୍ରେଣୀରେ ରଖିବାର ପ୍ରସ୍ତାବ ଦେଇଥିଲେ ।[୫] ଔଦ୍ୟୋଗୀକରଣ ଓ ସହରୀକରଣ ଯୋଗୁଁ ଏହି ପକ୍ଷୀର ପରିବାସ ଦ୍ରୁତ ହାରରେ ହ୍ରାସ ପାଉଥିବାରୁ ଏହାର ଅସ୍ଥିତ୍ୱ ପ୍ରତି ବିପଦ ରହିଥିବାର ଆଶଙ୍କା କରି ସେମାନେ ଏହି ପ୍ରସ୍ତାବ ଦେଇଥିଲେ । ନୂତନ ଭାବେ ଆବିଷ୍କୃତ ଅଧିକାଂଶ ଜୀବ ପ୍ରଜାତିଙ୍କ ବର୍ଗୀକରଣ ଏହିପରି ହିଁ କରାଯାଇଥାଏ ।[୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. BirdLife International (2017). "Orthotomus chaktomuk (amended version of 2016 assessment)". 2017: e.T103778254A112425450. doi:10.2305/IUCN.UK.2017-1.RLTS.T103778254A112425450.en. {{cite journal}}: |access-date= requires |url= (help); Cite journal requires |journal= (help)
  2. ୨.୦ ୨.୧ ୨.୨ Mahood, SP; A.J.I. John; J.C. Eames; C.H. Oliveros; R.G. Moyle; Hong Chamnan; C.M. Poole; H. Nielsen; F.H. Sheldon (2013). "A new species of lowland tailorbird (Passeriformes: Cisticolidae: Orthotomus) from the Mekong floodplain of Cambodia" (PDF). Forktail. 29: 1–14. Archived from the original (PDF) on 2013-09-28. Retrieved 2013-06-26.
  3. ୩.୦ ୩.୧ ୩.୨ ୩.୩ ୩.୪ "Cambodian tailorbird: new species discovered in Phnom Penh". The Guardian. 2013-06-26. Retrieved 2013-06-26.
  4. ୪.୦ ୪.୧ ୪.୨ "Cambodian Tailorbird". AFP. June 26, 2013. Retrieved June 26, 2013.
  5. ୫.୦ ୫.୧ ୫.୨ "Cambodian tailorbird: A new species seen in Phnom Penh". BBC News. 2013-06-26. Retrieved 2013-06-26.
  6. Fowlie, Martin (2013-06-26). "Hiding in plain sight: New species of bird discovered in capital city". IUCN Red List. Retrieved 2013-06-27.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]