କାଜି ନସ୍ୱାବ ଅହମ୍ମଦ

ଉଇକିପିଡ଼ିଆ‌ରୁ
କାଜି ନସ୍ୱାବ ଅହମ୍ମଦ
ଜନ୍ମ (1997-05-08) ୮ ମଇ ୧୯୯୭ (ବୟସ ୨୬)
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ମଡେଲ, ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୪–ଏବେଯାଏଁ
ଉଲ୍ଲେଖନୀୟ କୃତିରୂପକଥା, ଲଳିତା

କାଜି ନସ୍ୱାବ ଅହମ୍ମଦ (ଜନ୍ମ: ୮ ମଇ ୧୯୯୭) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନରେ ଅଭିନୟ କରନ୍ତି । କାଜି ଅହମ୍ମଦ ଦୂରଦର୍ଶନ କାର୍ଯ୍ୟକ୍ରମ ବ୍ୟତୀତ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି ଏବଂ ଜଣେ ଡବିଂ କଳାକାର ଭାବରେ ମଧ୍ୟ ସେ ଅନେକ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ସ୍ୱର ଦେଇଛନ୍ତି ।[୧][୨]

ଜନ୍ମଗ୍ରହଣ[ସମ୍ପାଦନା]

କାଜି ନସ୍ୱାବ ଅହମ୍ମଦ ୧୯୯୭ ମସିହାର ମଇ ମାସ ୮ ତାରିଖରେ ବଙ୍ଗଳାଦେଶର ରାଜଧାନୀ ଢାକାଠାରେ ଜନ୍ମଗ୍ରହଣ କରିଥିଲେ ।

ପେଶା[ସମ୍ପାଦନା]

କାଜି ୨୦୦୮ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଉଧାଓ, ଯାହାକି ୨୦୦୮ ମସିହାରୁ ସୁଟିଂ ଆରମ୍ଭ ହୋଇଥିଲା ଏବଂ ଏହି କଥାଚିତ୍ରଟି ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରରେ କାଜି ଅହମ୍ମଦ ମିତା ଭୂମିକାରେ ଅଭିନୟ କରିଥିଲେ ।

୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ କଥାଚିତ୍ର ଛୁୟେ ଦିଲ୍ ମୋନ୍‌ରେ କାଜି ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ କାଜି ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ କାଜିର ଭୂମିକାର ନାମ ଥିଲା ଅବନ୍ତୀ । ଏହାପରେ କାଜି ଅହମ୍ମଦ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ର ପ୍ରତିରୁଦ୍ଧରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ, ମାତ୍ର ଚଳଚ୍ଚିତ୍ର ନିର୍ମାଣରେ ଅଧିକ ବ୍ୟୟ ଯୋଗୁଁ ଏହା ସର୍ବସାଧାରଣରେ ମୁକ୍ତିଲାଭ କରିବାରେ ସକ୍ଷମ ହୋଇନଥିଲା ।

୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳାଦେଶୀ କଥାଚିତ୍ର ଢାକା ଡ୍ରିମ୍ସ୍‌ରେ କାଜି ଅହମ୍ମଦ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚିରିତ୍ରର ନାମ ଥିଲା ପାରୁଲ୍ । ଏହାପରେ ସେହି ବର୍ଷ ସେ ଢାକା ଆଟାକ୍ ନାମକ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ସେ ସିନ୍ତିଆ ଚରିତ୍ରରେ ଅଭିନୟ କରିଥିଲେ ।

୨୦୧୭ ମସିହାରେ ମୁକ୍ତି ଲାଭ କରିଥିବା କଥାଚିତ୍ର ଭୁବନ ମାଝୀରେ ସେ ସୋନିଆ ଚରିତ୍ରରେ ଅଭିନୟ କରିଥିଲେ ।[୩] ଚନ୍ଦ୍ରାବତୀ କଥା ନାମକ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ରରେ କାଜି ଅହମ୍ମଦ ଅଭିନୟ କରିଥିଲେ ।[୪]

ବିଜ୍ଞାପନ[ସମ୍ପାଦନା]

କାଜି ସସ୍ୱାବ ଅହମ୍ମଦଙ୍କର ପ୍ରଥମେ ବିଜ୍ଞାପନ କାର୍ଯ୍ୟ ଥିଲା ବାଂଲାଲିଙ୍କ୍‌ର ବିଜ୍ଞାପନରେ । ଏହାପରେ ସେ ଗ୍ରାମୀଣ ଫୋନ୍, ବିବିସି ସଂଲାପ, ନେସକ୍ୟାଫେ, ମ୍ୟାରିଡିୟାନ ଚିପସ ଓ ଟେଲିଟକର ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।

ବିବାଦ[ସମ୍ପାଦନା]

୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ବଙ୍ଗଳାଦେଶର ସଡ଼କ ସୁରକ୍ଷା ପାଇଁ ଚାଲିଥିବା ପ୍ରତିବାଦରେ କାଜି ନସ୍ୱାବ ଭୁଲ ତଥ୍ୟ ଚାରିଆଡ଼େ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ । ବଙ୍ଗଳାଦେଶର ଉତ୍ତରରେ ପାଖାପଖି ରାତି ୧୦ଟା ୩୦ ମିନିଟ୍‌ରେ କାଜି ଅହମ୍ମଦଙ୍କୁ ବଙ୍ଗଳାଦେଶର ରାପିଡ୍ ଆକ୍ସନ୍ ବାଟାଲିଆନ୍ ଗିରଫ କରିଥିଲା ।[୫][୬] କାଜି ନସ୍ୱାବ ଅହମ୍ମଦଙ୍କର ଗିରଫ ପରେ ବଙ୍ଗଳାଦେଶର ରାପିଡ୍ ଆକ୍ସନ୍ ବାଟାଲିଆନ୍ ମତ ଦେଇଥିଲେ କି କାଜି ଅହମ୍ମଦ ତାଙ୍କର ଦୋଷ ସ୍ୱୀକାର କରିଥିଲେ ।[୭] ଗିରଫ ହେବା ପରେ ପ୍ରଥମେ ସେ ପାଞ୍ଚଦିନ କୋର୍ଟ ରିମାଣ୍ଡରେ ଥିଲେ ଏବଂ ପରେ ଆଉ ଦୁଇ ଦିନ ପୋଲିସ୍ ରିମାଣ୍ଡରେ ରହିଥିଲେ ।

ଆଧାର[ସମ୍ପାଦନା]

  1. "The humane side of Nawshaba". The Daily Star.
  2. "I prefer being the proverbial turtle, not the rabbit -- Nawshaba". The Daily Star.
  3. "Nawshaba signs "Chandrabati Kotha"". The Daily Star.
  4. "Nawshaba in four new films". The Daily Star.
  5. "RAB arrests actress Nawshaba on charges of spreading rumours to incite violence". Retrieved 2018-08-05.
  6. "RAB detains actress Nawshaba". Prothom Alo (in ଇଂରାଜୀ). Retrieved 2018-08-05.
  7. "'Nawshaba confesses to spreading rumours'". Prothom Alo (in ଇଂରାଜୀ). Retrieved 2018-08-05.

ଆହୁରି ପଢ଼ନ୍ତୁ[ସମ୍ପାଦନା]