କାକର

ଉଇକିପିଡ଼ିଆ‌ରୁ
ଘାସ ଉପରେ ପଡ଼ିଥିବା କାକର ବିନ୍ଦୁ ।

କାକର (Dew) ବାୟୁମଣ୍ଡଳର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ ।

ସୃଷ୍ଟି[ସମ୍ପାଦନା]

ବୁଢ଼ିଆଣୀ ଜାଲ ଉପରେ ପଡ଼ିଥିବା କାକର (Dew) ।

ରାତିବେଳା ଭୂପୃଷ୍ଠ ତାପ ବିକିରଣ ଯୋଗୁଁ ଶୀତଳ ହୁଏ ।[୧] ହେମନ୍ତ ଋତୁଶୀତ ଋତୁରେ ଏହି ଶୀତଳ ହେବା ମାତ୍ରା ଅଧିକ । ତେଣୁ ଏହି ସମୟରେ ଶୀତଳ ଭୂପୃଷ୍ଠକୁ ଲାଗି ରହିଥିବା ବାୟୁ ମଧ୍ୟ ବିଶେଷଭାବେ ଶୀତଳ ହୁଏ । ବାୟୁର ତାପମାତ୍ରା ଯେତେବେଳେ ଶିଶିରାଙ୍କ ତଳକୁ ଖସିଯାଏ, ଜଳୀୟବାଷ୍ପ ଘନୀଭୂତ ହୋଇ ଛୋଟ ଛୋଟ ଜଳବିନ୍ଦୁ ଆକାରରେ ଘାସପତ୍ର ଇତ୍ୟାଦିରେ ଲାଗିରହିଥାଏ । ଏହାକୁ କାକର ବା ଶିଶିର (Dew) କୁହାଯାଏ ।

ପ୍ରକୃଷ୍ଟ ବାତାବରଣ[ସମ୍ପାଦନା]

ଲମ୍ବା ଶୀତ ରାତି, ନିର୍ମଳ ଆକାଶ ଓ ସ୍ଥିର ବାୟୁମଣ୍ଡଳ କାକର ସୃଷ୍ଟି ପାଇଁ ସ‌ହାୟକ ହୋଇଥାଏ ।

ତୁହିନ (Frost)[ସମ୍ପାଦନା]

ଗାଡ଼ି ଉପରେ ପଡ଼ିଥିବା ତୁହିନ (Frost) ।

ମଧ୍ୟ ଓ ଉଚ୍ଚ ଅକ୍ଷାଂଶରେ ପୃଥିବୀ ଶୀତ ରାତିରେ ଏତେ ଶୀତଳ ହୋଇଯାଏ ଯେ, ତାପମାତ୍ରା ହିମାଙ୍କ ତଳକୁ ଖସିଯାଏ । ଏଠାରେ ଜଳୀୟବାଷ୍ପ ଘନୀଭୂତ ହେବା ପରେ ତରଳ ଅବସ୍ଥାରେ ରହି ନ ପାରି କଠିନ ଅବସ୍ଥା ଧାରଣ କରେ । ଶିଶିର (Dew) ବିନ୍ଦୁର ଏହି କଠିନ ଅବସ୍ଥାକୁ ତୁହିନ (Frost) କୁହାଯାଏ ।

ଆଧାର[ସମ୍ପାଦନା]

  1. ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାୟୁମଣ୍ଡଳ, କୁହୁଡ଼ି. ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ. p. ୩୯.