କଳିଙ୍ଗ ଲିଟରାରି ଫେଷ୍ଟିଭାଲ

ଉଇକିପିଡ଼ିଆ‌ରୁ
କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ
ତାରିଖ07–08-09 August 2020
ସ୍ଥାନଭୁବନେଶ୍ୱର
ସଚଳ ବର୍ଷ୨୦୧୩ – ବର୍ତ୍ତମାନ ପର୍ଯ୍ୟନ୍ତ
ପ୍ରକାରସଂସ୍କୃତିକ ଉତ୍ସବ
ବେବସାଇଟhttp://Kalingaliteraryfest.com

କଳିଙ୍ଗ ଲିଟରାରି ଫେଷ୍ଟିଭାଲ ଏକ ସାହିତ୍ୟିକ ମହୋତ୍ସବ ଯାହା ୩ ଦିନ ଧରି ପ୍ରତି ବର୍ଷ ଜୁନ ମାସରେ ଓଡ଼ିଶାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥାଏ । ଏହି ମଞ୍ଚରେ ଇଂରାଜୀ, ଭାରତୀୟ ଇଂରାଜୀ ଓ ଭାରତୀୟ ସାହିତ୍ୟମାନଙ୍କ ବାବଦରେ ଆଲୋଚନା ହୋଇଥାଏ । କଳିଙ୍ଗ ଲିଟରାରି ଫେସ୍ଟିଭାଲର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡ଼ା ଏହାର ସଂସ୍ଥାପକ ।[୧][୨] ଏହି କେଏଲଏଫ ସଂସ୍ଥା ଓଡ଼ିଶା ଡାଏରୀ ସମ୍ବାଦ ପୋର୍ଟାଲ ଓ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ସହିତ ଅନୁବନ୍ଧିତ । ପ୍ରାଚୀ ନାୟକ, [୩] ଓ ଶୀତାଂଶୁ ମହାପାତ୍ର[୪] ଏହାର ଅନ୍ୟ ସଂସ୍ଥାପକ ସଭ୍ୟ ।

ଲକ୍ଷ୍ୟ[ସମ୍ପାଦନା]

ଭୁବନେଶ୍ୱରର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷ୍ୟ ରଖିବା ସହିତ ଓଡ଼ିଶା, ଭାରତ ଓ ପୃଥିବୀର ସାହିତ୍ୟ ଅନୁରାଗୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।

ଇତିହାସ[ସମ୍ପାଦନା]

ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୪କୁ ପଦ୍ମ ଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ସାତକଡ଼ି ହୋତା, ଅରୁଣ ରଥ, ଓ କେଏଲଏଫର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ପରିଡ଼ା ଉନ୍ମୋଚନ କରିଥିଲେ ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲର କଳ୍ପନା ସନ ୨୦୧୩ରେ ଆରମ୍ଭ ହୋଇ ସନ ୨୦୧୪ରେ ସାକାର ହୋଇଥିଲା ।[୫]

ଉତ୍ସବମାନଙ୍କର ବିଷୟବସ୍ତୁ[ସମ୍ପାଦନା]

ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୪ରେ[୬] ଭାଷା ଓ ସାହିତ୍ୟର ଉତ୍ସବ ପାଳନ କରାଯାଇଥିଲା ।

ଦ୍ୱିତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୫:[୭] ସାହିତ୍ୟର ପ୍ରତିଫଳନ Literature as Reflection

ସାର ଉଇଲିୟମ ମାର୍କ ଟୁଲି, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଅଶୋକ ଚନ୍ଦ୍ର ପଣ୍ଡା ଏହି ଉତ୍ସବକୁ ଉନ୍ମୋଚନ କରିଥିଲେ ।

ମୁଖ୍ୟ ଅଧିବେଶନରେ [୮] ଅନେକ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା ଯେପରିକି ପ୍ରେମ ଓ ଚଳନ୍ତି ସାହିତ୍ୟ, ଚଳନ୍ତି ସାହିତ୍ୟରେ ମହିଳାତ୍ୱ, ସମାନ୍ତର ସିନେମା ଓ ପ୍ରଚଳିତ ସାହିତ୍ୟ, ଦଳିତ ଓ ଆଦିବାସୀ ସାହିତ୍ୟ, ମିଡିଆ, ମିଡିମ, ମେସେଜ ଓ ସାହିତ୍ୟ ବନାମ ଇଂରାଜୀ ସାହିତ୍ୟ ଓ ଅନେକ ଆନୁସଙ୍ଗିକ ବିଷୟ ।[୯]

ତୃତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୬:[୧୦] ସାହିତ୍ୟ ଓ ଗଣତନ୍ତ୍ର ।

ତୃତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୬ର ଉଦଘାଟନ । ସୁବ୍ରନିଅମ ସ୍ୱାମୀ, ମଣିଶଙ୍କର ଆୟାର, ହରପ୍ରସାଦ ଦାସ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ କେଏଲଏଫ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା ।

ଅଧିବେଶନର ମୂଖ୍ୟ କେନ୍ଦ୍ର ଥିଲା: ସାହିତ୍ୟର ବିକାଶ ଓ ଗଣତାନ୍ତ୍ରିକ ତାତ୍ପର୍ଯ୍ୟ ।[୧୧]

ଚତୁର୍ଥ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୭ ଚତୁର୍ଥ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ଆଗାମୀ ଜୁନ ମାସର ୧୦,୧୧ଓ ୧୨ ତାରିଖ ୨୦୧୭ ମସିହାରେ ଅନୁଷ୍ଠିତ ହେବ । [୧୨]

ପୁରସ୍କାର ଗ୍ରହିତା[ସମ୍ପାଦନା]

  • କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୪: ଦେବୀ ପ୍ରସନ୍ନ ପଟ୍ଟନାୟକ[୧୩]
  • କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୫: ବନଜା ଦେବୀ ଓ ଦୂରଗା ପ୍ରସାଦ ପଣ୍ଡା
  • କଳିଙ୍ଗ ସାହିତ୍ୟିକ ପୁରସ୍କାର ୨୦୧୬: ଯଶୋଧାରା ମିଶ୍ର, ତପନ ମହାପାତ୍ର

ଜାତୀୟ ବିତର୍କରେ କେଏଲଏଫ[ସମ୍ପାଦନା]

ସୁବ୍ରମନିଅମ ସ୍ୱାମୀ ସନ ୨୦୧୬ର କେଏଲଏଫ ସଭାରେ ‘ଭାରତର ଏକତାରେ ସାହିତ୍ୟର ଆବଶ୍ୟକତା’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ[୧୪] ଓ ଏକାଧାରରେ ଏକ ଲକ୍ଷ୍ମଣରେଖାର ଆବଶ୍ୟକତା କଥା କହିଥିଲେ ।[୧୫] ବାମପନ୍ଥୀ ଭାବଧାରାରୁ ସାହିତ୍ୟକୁ ମୁକ୍ତ କରିବାକୁ ଯୁକ୍ତି କରିଥିଲେ ।[୧୬] ଏହାକୁ ମଣି ଶଙ୍କର ଆୟାର ବିରୋଧ କରି ତାହାକୁ ଫାଲତୁ କଥା କହିଥିଲେ ।[୧୭] ଏକତା, ବିଭିନ୍ନତା, ଲକ୍ଷ୍ମଣରେଖା ଓ ସାହିତ୍ୟର ମୁକ୍ତ ବା ସ୍ୱ ଚାଳିତ ହେବାକୁ ଦେବା ଉପରେ ଜାତୀୟ ବିତର୍କର ଆବଶ୍ୟକତା କଥା କହିଥିଲେ ।

ଆଧାର[ସମ୍ପାଦନା]

  1. Parichay Foundation Awards KLF Founder Rashmi Ranjan Parida, http://odishalive.tv/news/parichay-foundation-honors-men-achievers-this-fathers-day/[permanent dead link]
  2. Mohanty, Dikhyaa (2022-01-23). "Rashmi Ranjan Parida- The man behind a literary revolution in Odisha - Interview Times" (in ଆମେରିକୀୟ ଇଂରାଜୀ). Retrieved 2023-10-04.
  3. http://orissadiary.com/CurrentNews.asp?id=48185[permanent dead link]
  4. http://www.orissapost.com/why-does-the-city-need-a-lit-fest/
  5. Odia gets classical language status http://www.thehindu.com/news/national/odia-gets-classical-language-status/article5709028.ece
  6. First Kalinga Literary Festival brought great literati of Odisha on one platform http://www.orissadiary.com/CurrentNews.asp?id=48185 Archived 2016-08-05 at the Wayback Machine.
  7. Odisha Foundation organizes Kalinga Literary Festival 2015 http://www.odishanewsinsight.com/odisha/odisha-foundation-organizes-kalinga-literary-festival-2015/
  8. Great Debates Ensue at 1st Day of Kalinga Literary Festival : Literature has great role in Nation Building, http://odiapua.com/en/great-debates-ensue-at-1st-day-of-kalinga-literary-festival-literature-has-great-role-in-nation-building/[permanent dead link]
  9. Kalinga Literary Festival 2015 announced, 50 Prominent speakers to attend KLF on May 17 at Bhubaneswar, http://orissadiary.com/CurrentNews.asp?id=59022 Archived 2016-08-05 at the Wayback Machine.
  10. Great Debates Ensue at 1st Day of Kalinga Literary Festival, http://www.orissadiary.com/CurrentNews.asp?id=67741 Archived 2016-12-30 at the Wayback Machine.
  11. Times of India (15 June 2016)'Literature and Democracy' focus at Kalinga lit fest http://timesofindia.indiatimes.com/city/bhubaneswar/Literature-and-Democracy-focus-at-Kalinga-lit-fest/articleshow/52766581.cms
  12. Fourth Edition of KLF, https://www.odishastory.com/2016/07/11/4th-edition-of-klf-to-be-held-on-10-11-june-2017/ Archived 2016-12-29 at the Wayback Machine.
  13. First Kalinga Sahitya Samman Conferred on Dr Debi Prasanna Patnaik, http://odishasuntimes.com/2014/02/25/first-kalinga-sahitya-samman-conferred-dr-debi-prasanna-patnaik/
  14. BJP Leader Subramanian Swamy Says India Must Celebrate Its Unity, NDTV, 18 June 2016, http://www.ndtv.com/india-news/bjp-leader-subramanian-swamy-says-india-must-celebrate-its-unity-1420642
  15. Literature must have a Lakshman Rekha: Subramanian Swamy, Indian Express, 19 June 2016, http://indianexpress.com/article/india/india-news-india/literature-must-have-a-lakshman-rekha-subramanian-swamy-2861754/
  16. Literature must be liberated from impact of Left ideology, says Swamy, http://www.deccanchronicle.com/nation/current-affairs/180616/literature-must-be-liberated-from-impact-of-left-ideology-says-swamy.html
  17. Subramanian Swamy usually talks 'rubbish': Mani Shankar Aiyar, First Post, 18 June 2016, http://www.firstpost.com/politics/subramanian-swamy-usually-talks-rubbish-mani-shankar-aiyar-2842860.html