କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ
୨୦୧୬ରେ ଭଟ୍ଟାଚାର୍ଯ୍ୟ
Background information
ମୂଳ ନାମ
কালিকা প্রাসাদ ভট্টাচার্য
ଜନ୍ମ(1970-09-11)୧୧ ସେପ୍ଟେମ୍ବର ୧୯୭୦
ସିଲଚର, ଆସାମ, ଭାରତ[୧]
ମୃତ୍ୟୁ୭ ମାର୍ଚ୍ଚ ୨୦୧୭(2017-03-07) (ବୟସ ୪୬)
ଗୁରୁପ, ହୁଗୁଳି ଜିଲ୍ଲା, ପଶ୍ଚିମ ବଙ୍ଗ, ଭାରତ
ଶୈଳୀଲୋକଗୀତ
ପେଷାଗାୟକ
ୱେବସାଇଟdoharfolk.com

କଳିକା ପ୍ରସାଦ ଭଟ୍ଟାଚାର୍ଯ୍ୟ (୧୧ ସେପ୍ଟେମ୍ବର ୧୯୭୦ – ୭ ମାର୍ଚ୍ଚ ୨୦୧୭)[୨] ଜଣେ ଭାରତୀୟ ଲୋକଗୀତ ଗାୟକ ତଥା ଅନୁସନ୍ଧାନକାରୀ ଥିଲେ । ସେ ଆସାମର ସିଲଚରରେ ଜନ୍ମଗ୍ରହଣ କରିଥିଲେ । ଯାଦବପୁର ବିଶ୍ୱବିଦ୍ୟାଳୟରେ ସେ ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ କରିଥିଲେ । ତାଙ୍କ ମାମୁଁ ଅନନ୍ତ ଭଟ୍ଟାଚାର୍ଯ୍ୟଙ୍କ ପ୍ରେରଣା ଯୋଗୁଁ ସେ ସଙ୍ଗୀତ ପ୍ରତି ଆଗ୍ରହୀ ହୋଇଥିଲେ ।[୩] ୧୯୯୯ ମସିହାରେ, ସେ ଉତ୍ତର ଏବଂ ପୂର୍ବ ବଙ୍ଗର ଲୋକ ସଙ୍ଗୀତ ପରମ୍ପରାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଦୋହାର ନାମକ ଏକ ବ୍ୟାଣ୍ଡ ପ୍ରତିଷ୍ଠା କରିଥିଲେ । ସେ ଅନେକ କଥାଚିତ୍ରରେ ସ୍ୱର ସଂଯୋଜନା କରିଥିଲେ ।ତାଙ୍କର ଶେଷ କଥାଚିତ୍ର ଥିଲା ଭୁବନ ମାଝି (୨୦୧୭) । ସେ ବଙ୍ଗଳା ସଙ୍ଗୀତ ଭିତ୍ତିକ ରିଆଲିଟି ସୋ, ଜି ବଙ୍ଗଳା ସା ରେ ଗା ମା ପା ସହିତ ଜଡ଼ିତ ଥିଲେ । ତାଙ୍କର ଶେଷ ସଙ୍ଗୀତ ପରିବେଷଣ ବାଗୁଇହାତି କୃଷି ମେଳାରେ ହୋଇଥିଲା ।

ଜୀବନ ଏବଂ ପେଶା[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆସାମର ସିଲଚରରେ ଭଟ୍ଟାଚାର୍ଯ୍ୟଙ୍କ ଘରେ ସଙ୍ଗୀତ ଏକ ଅନ୍ତର୍ନିହିତ ଅଂଶ ଥିଲା । ସେ ବାଦ୍ୟଯନ୍ତ୍ର ବଜାଇବା ଶିଖିବାବେଳେ ଜଣେ ଗାୟକ ଭାବରେ ମଧ୍ୟ ତାଲିମ ନେଇଥିଲେ । ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ସେ ବଙ୍ଗଳା ଓ ଉତ୍ତର-ପୂର୍ବ ଭାରତର ଲୋକ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ୧୯୯୮ ମସିହାରେ, ଇଣ୍ଡଷ୍ଟ୍ରିଆଲ୍ ଲୋକ ଗୀତ ଉପରେ ଗବେଷଣା କରିବା ପାଇଁ ତାଙ୍କୁ ଇଣ୍ଡିଆନ ଫାଉଣ୍ଡେସନ ଫର୍ ଦି ଆର୍ଟ[୪] ଦ୍ୱାରା ଅନୁଦାନ ପ୍ରଦାନ କରାଯାଇଥିଲା ଏବଂ ସେ ବାଙ୍ଗାଲୋର ଯାଇଥିଲେ ।

ଦୋହାର[ସମ୍ପାଦନା]

ଲୋକଗୀତ ପରିବେଷଣ ବେଳେ ଭଟ୍ଟାଚାର୍ଯ୍ୟ

୧୯୯୯ ମସିହାରେ ସେ ଦୋହାର ନାମକ ଏକ ଲୋକଗୀତ ବ୍ୟାଣ୍ଡର ପ୍ରତିଷ୍ଠା କରିଥିଲେ ।[୫] ହଜିଯାଇଥିବା ଲୋକଗୀତକୁ ପୁଣିଥରେ ଲୋକଲୋଚନକୁ ଆଣିବା ପାଇଁ କିଛି ସଙ୍ଗୀତକାର ତଥା ଗାୟକମାନଙ୍କୁ ନେଇ ସେ ଏହି ଦଳ ଗଠନ କରିଥିଲେ । ଏହି ବ୍ୟାଣ୍ଡ ଦ୍ୱାରା ୯ରୁ ଅଧିକ ଲୋକଗୀତ ଆଲବମ୍ ରେକର୍ଡ଼ କରାଯାଇ ରିଲିଜ୍ ହୋଇଛି ।

ପୁରସ୍କାର[ସମ୍ପାଦନା]

୨୦୧୩ ମସିହାରେ ତାଙ୍କର ଅନନ୍ୟ ସୃଷ୍ଟି ଏବଂ ସଙ୍ଗୀତ ଉତ୍କର୍ଷତା ପାଇଁ ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ "ସଙ୍ଗୀତ ସାମ୍ମାନ ପୁରସ୍କାର" ପ୍ରଦାନ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୨୦୧୭ ମସିହାର ମାର୍ଚ୍ଚ ୭ ତାରିଖରେ ହୁଗୁଳି ଜିଲ୍ଲାର ଗୁରୁପ ଗ୍ରାମରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Kalika Prasad: Music from the periphery falls silent". Newsmen. March 7, 2018. Archived from the original on January 29, 2018. Retrieved April 22, 2017.
  2. ""Bhuban Majhi" screening today". The Daily Star. 11 September 2017. Retrieved 11 September 2017.
  3. "Kalikaprasad on his Life with the Soil". showvelvet.com. Sep 15, 2016. Archived from the original on March 7, 2017. Retrieved March 7, 2017.
  4. "India Foundation for the Arts".
  5. "Dohar". Archived from the original on 2019-01-16. Retrieved 2024-02-13.