କଳାପାହାଡ଼

ଉଇକିପିଡ଼ିଆ‌ରୁ
(କଳା ପାହାଡ଼ରୁ ଲେଉଟି ଆସିଛି)

କଳାପାହାଡ଼ ନାମରେ ବଙ୍ଗଳାର ମୋଗଲ ଶାସକ ସୁଲତାନ ସୁଲେମାନ କିର୍ରାନିଙ୍କର (Sulaiman Karrani) ଜଣେ ସେନାପତିଙ୍କୁ ଡକାଯାଉଥିଲା । କେତେକ ଐତିହାସିକ ତଥ୍ୟରୁ ଜଣାଯାଏ, ସେ କଳିଙ୍ଗ-ଉତ୍କଳର ଶେଷ ସମ୍ରାଟ ମୁକୁନ୍ଦଦେବଙ୍କର ହିନ୍ଦୁ (ଓଡ଼ିଆ)ସେନାପତି ଥିଲେ, ଜାତିରେ କାୟସ୍ଥ ଥିଲେ[୧] ଓ ତାଙ୍କର ନାମ ରାଜିବ ଲୋଚନ ରାୟ ଥିଲା । ଧର୍ମ ପରିବର୍ତ୍ତନ କରି ସେ ମୁସଲମାନ ହେଲେ[୨]। ସେଖ୍ କବିର ବାତିନିଙ୍କର ମତରେ କଳାପାହାଡ଼ ଆଫଗାନ ଲୋକ ଥିଲେ [୩]। ଲୋକମୁଖରେ ସେ କଳାପାହାଡ଼ ନାମରେ ପରିଚିତ ଥିଲେ । ଓଡ଼ିଶାର କେତେକ ସ୍ଥାନ ସେ ବଙ୍ଗଳାର ଆଫଗାନ ଶାସକଙ୍କ ନିମନ୍ତେ ଦଖଲ କରିଥିଲେ ।
କଳା ପାହାଡ ବହୁତ ନିଷ୍ଠୁର ଥିଲେ ସେ ଆକବରଙ୍କ ବାପାଙ୍କ ମାଉସୀ ପୁଅର ପୁଅ ଥିଲେ

ଧର୍ମ ପରିବର୍ତ୍ତନ[ସମ୍ପାଦନା]

ସୁଲେମାନ କର୍ରାନି ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ବଙ୍ଗଳାରେ ଶାସକ (Governer) ହିସାବରେ ସ୍ଥାପିତ ହୋଇଥିଲେ । ମୁକୁନ୍ଦଦେବ ତାଙ୍କର ଶତ୍ରୁ ଗଜପତି ରାଜା ରାମଚନ୍ଦ୍ର ଭଞ୍ଜଙ୍କୁ ପରାସ୍ତ କରିବା ନିମନ୍ତେ ସୁଲେମାନଙ୍କ ସାହାଯ୍ୟ ନେଇଥିଲେ । ସୁଲେମାନ ରାଜିବଙ୍କ ସାହାଯ୍ୟ ନେଇ ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବାକୁ ଇଚ୍ଛା କଲେ । ରାଜିବଙ୍କୁ ସେ ନିମନ୍ତ୍ରଣ କଲେ ଓ ସେଠାରେ ତାଙ୍କର ପରମାସୁନ୍ଦରୀ କନ୍ୟାଙ୍କ ସହ ସାକ୍ଷାତ କରେଇଦେଲେ । ସେହି କନ୍ୟାଙ୍କ ପ୍ରେମରେ ରାଜିବ ପଡ଼ିଗଲେ । ମୁସଲମାନ ଧର୍ମ ଗ୍ରହଣ କଲେ ବିବାହ କରିବା ସର୍ତ୍ତ ସୁଲେମାନ ରଖିଲେ କିନ୍ତୁ ରାଜିବ ହିନ୍ଦୁ ମତରେ ବିବାହ ଇଚ୍ଛା କରିଥିଲେ । କିନ୍ତୁ ଏହି ଖବର ମୁକୁନ୍ଦଦେବଙ୍କ ପାଖରେ ପହଞ୍ଚିବାରୁ ସେ ବିବାହକୁ ସମ୍ମତି ଦେଲେନାହିଁ, ତେଣୁ ରାଜିବ କ୍ରୋଧରେ ସେହି କନ୍ୟାଙ୍କୁ ବିବାହ କରି ନିଜର ନାମ ପରିବର୍ତ୍ତନ କଲେ [୪]। ପରେ ତାଙ୍କର ଅନୁତାପ ଆସିଲା ଓ ପୁରୀ ଜଗନ୍ନାଥ ମନ୍ଦିରକୁ ଆସି ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିରେ ବ୍ରାହ୍ମଣମାନେ ରାଜି ହେଲେ ନାହିଁ । କୃଦ୍ଧ ହୋଇ ସୁଲେମାନ ଓ ରାଜିବ(କଳାପାହାଡ଼)୧୫୬୮ ମସିହାରେ ଓଡ଼ିଶା ଆକ୍ରମଣ କଲେ । କଟକ, ଯାଜପୁର, ସମ୍ବଲପୁର, ପୁରୀ ଓ କୋଣାର୍କ ଆକ୍ରମଣ କରିଥିଲେ[୫] ଓ ମନ୍ଦିରମାନ ଧ୍ୱଂସ କରିଥିଲେ ।

କୋଣାର୍କ ମନ୍ଦିର ଧ୍ୱସ[ସମ୍ପାଦନା]

ମାଦଳା ପାଞ୍ଜିରେ କଳାପାହାଡ଼ କୋଣାର୍କ ମନ୍ଦିର ଧ୍ୱଂସ କରିବା କଥା ଲିପିବଦ୍ଧ ଅଛି । ମନ୍ଦିରରେ ଥିବା ୨୦ ଫୁଟର କାନ୍ଥ ଭାଙ୍ଗିବା ପାଇଁ ସେ ସକ୍ଷମ ହୋଇଥିଲେ । ମନ୍ଦିରର ଦଧିନଉତି ତଥା ଅଧିକାଂଶ ମୂର୍ତ୍ତି ସେ ଭାଙ୍ଗିଦେଇଥିଲେ । ଧିରେ ଧିରେ ମନ୍ଦିରର ମୂଖଶାଳା ମଧ୍ୟ ଭାଙ୍ଗିଗଲା ।

କଳାପାହାଡ଼ ସମାଧି[ସମ୍ପାଦନା]

ସମ୍ବଲପୁରର ସମଲେଶ୍ୱରୀ କଲେଜ ନିକଟରେ ମହାନଦୀ କୁଳରେ ଥିବା ଆମ୍ବ ବଗିଚାରେ କଳାପାହାଡ଼ ତଥା ତାଙ୍କର ସୈନ୍ୟସାମନ୍ତଙ୍କର ସମାଧି ଥିଲା । ୨୦୦୬ ମସିହାରେ କିଛି ସ୍ଥାନୀୟ ଲୋକ ଏହି ସମାଧି ସବୁ ନଷ୍ଟ କରିଦେଇଥିଲେ ।

ଆଧାର[ସମ୍ପାଦନା]

  1. http://www.mukto-mona.com/Articles/kamrun_nahar/Racial_Origin.pdf Archived 2014-02-04 at the Wayback Machine. Racial Origin of the Muslim Population and their Social Stratification under Bengal Sultanate By Kamrun Nahar
  2. The Cult of Jagannātha By Kanhu Charan Mishra, Published 1971
  3. http://orissagov.nic.in/e-magazine/orissareview/jun2004/englishpdf/gloom.pdf Archived 2009-04-10 at the Wayback Machine. K.S. Behera, "Gloom and Bloom: The Case of Jagannatha Temples in Midnapore District"
  4. Bhattacharya, Raybaghini O Bhurishrestha Rajkahini, pp. 109
  5. Pathak, Durga Prashad (1989). Palm leaf etchings of Orissa. Abhinav Publications. p. 4. Retrieved 2010-08-19.

ଅଧିକ ତଥ୍ୟ[ସମ୍ପାଦନା]