କଳାରାମ ମନ୍ଦିର

ଉଇକିପିଡ଼ିଆ‌ରୁ
କଳାରାମ ମନ୍ଦିର ମଧ୍ୟରେ ଥିବା ଅନ୍ୟାନ୍ୟ ଦେବତାଗଣ, ନାଶିକ
କଳାରାମ ମନ୍ଦିର, ନାଶିକ

କଳାରାମ ମନ୍ଦିର ଏକ ପୁରାତନ ମନ୍ଦିର ଯାହା ପ୍ରଭୁ ରାମଙ୍କୁ ସମର୍ପିତ ହୋଇଛି । ଏହା ଭାରତର ମହାରାଷ୍ଟ୍ରରେ ଥିବା ନାଶିକ ସହରରେ ଅବସ୍ଥିତ, ଯାହାକି ସେହି ସହରରେ ଏକ ମହତ୍ତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ।

ଏଠାରେ ଥିବା ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି କଳା ରଙ୍ଗର ହୋଇଥିବା ହେତୁ ମନ୍ଦିରର ନାମ କଳାରାମ ବା କଳାରାମ ମନ୍ଦିର ହୋଇଛି । କଳାରାମର ଆକ୍ଷରିକ ଅର୍ଥ ହେଉଛି କଳା ରାମ । ମନ୍ଦିର ପରିସରରେ ସୀତା ଓ ଲକ୍ଷଣଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅଛି । ପ୍ରତିଦିନ ହଜାର ହଜାର ଭକ୍ତ ଏହି ମନ୍ଦିରକୁ ଆସନ୍ତି ।

ଇତିହାସ[ସମ୍ପାଦନା]

ପ୍ରଭୁ ରାମଙ୍କର ପ୍ରଥମ ମନ୍ଦିରଟି ଅତି ପୁରାତନ ଯାହା ସପ୍ତମରୁ ଏକାଦଶ ଶତାବ୍ଦୀରେ ତିଆରି ହୋଇଥିବା ହିସାବ କରାଯାଏ । ରାମଙ୍କ ପ୍ରତିମୂର୍ତ୍ତିରୁ ଏହି ମନ୍ଦିର ୨୦୦୦ ବର୍ଷରୁ ଅଧିକ ପୁରାତନ ହୋଇଥିବା ଆଲୋକପାତ ହୁଏ । ମୂଳ ମନ୍ଦିରକୁ ମୁସଲମାନ ଶାସକମାନେ ଭାଙ୍ଗିଦେଇଥିଲେ ଓ ସେହି ମନ୍ଦିର ଭଙ୍ଗା ଅବସ୍ଥାରେ ପଡ଼ିଥିଲା । ମୁସଲମାନ ଆକ୍ରମଣ ସମୟରେ ବ୍ରାହ୍ମଣମାନେ ରାମଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ଗୋଦାବରୀ ନଦୀ ଗର୍ଭକୁ ଫିଙ୍ଗି ଦେଇଥିଲେ ।

ନୂତନ ମନ୍ଦିର ପ୍ରାୟ ୧୭୮୮ ମସିହାରେ ରଙ୍ଗାରାଓ ଓଧେକର ପୁନର୍ନିମାଣ କରିଥିଲେ । ରଙ୍ଗାରାଓ ଏକଦା କଳା ରଙ୍ଗର ରାମଙ୍କୁ ଗୋଦାବରୀ ନଦୀ ଗର୍ଭରେ ପଡ଼ିଥିବା ସ୍ୱପ୍ନରେ ଦେଖିଲେ । ତାହାପରେ ସେ କଳା ରାମଙ୍କ ପ୍ରତିମୂର୍ତ୍ତି ଖୋଜିବାକୁ ଯୋଜନା କରି କାମ ଆରମ୍ଭ କରିଥିଲେ ଓ ଆଶ୍ଚର୍ଯ୍ୟଜନଳ ଭାବରେ ସେ ମୂର୍ତ୍ତି ପାଇବା ନିମନ୍ତେ ସକ୍ଷମ ହୋଇଥିଲେ । ରଙ୍ଗାରାଓ ନଦୀ ବକ୍ଷରୁ ପ୍ରତିମୂର୍ତ୍ତିକୁ ସଂଗ୍ରହ କରି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ନାସିକ ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଥିଲା ।[୧] ମନ୍ଦିର ମଧ୍ୟରେ ସର୍ଦ୍ଦାର ଓଧେକରଙ୍କର (ରଙ୍ଗାରାଓ ଓଧେକର) ଏକ ପ୍ରତିମୂର୍ତି ସ୍ଥାପିତ ହୋଇଛି ।

ରାମାୟଣ ପୁରାଣ ଅନୁସାରେ ପ୍ରଭୂ ଶ୍ରୀରାମ ଚଉଦ ବର୍ଷ ବନବାସକୁ ଯାଇଥିଲେ । ଦଶ ବର୍ଷର ବନବାସ ପରେ ସେ ନାସିକ ପାଖ ଗୋଦାବରୀ ନଦୀର ଉତ୍ତର କୂଳରେ ଅଢେଇ ବର୍ଷ ଧରି ବାସ କରିଥିଲେ । ଏହି ସ୍ଥାନକୁ ପଞ୍ଚବଟୀ କୁହାଯାଏ ।

ଭାରତରେ ହୋଇଥିବା ଦଳିତ ଆନ୍ଦୋଳନ ସମୟରେ ଏହି ମନ୍ଦିରରେ ଏକ ମୂଖ୍ୟ କାର୍ଯ୍ୟ ନିର୍ବାହ ହୋଇଥିଲା । ବି. ଆର. ଆମ୍ବେଦକର ମନ୍ଦିର ଭିତରକୁ ଦଳିତମାନଙ୍କୁ ଛାଡ଼ିବା ପାଇଁ ସେହି ମନ୍ଦିର ସାମନାରେ ମାର୍ଚ୍ଚ ୨ ତାରିଖ ଦିନ ଏକ ପ୍ରତିବାଦ ଆରମ୍ଭ କରିଥିଲେ ।[୨][୩]

ମନ୍ଦିର ପରିସର[ସମ୍ପାଦନା]

୧) ମନ୍ଦିରର ମୁଖ୍ୟ ପ୍ରବେଶଦ୍ୱାରରେ ଥିବା ହନୁମାନଙ୍କ ପ୍ରତିମୂର୍ତ୍ତିର ରଙ୍ଗ କଳା । ହନୁମାନଙ୍କ ପ୍ରତିମୂର୍ତି ପାଖରୁ ରାମଙ୍କ ପ୍ରତିମୂର୍ତ୍ତି ଦର୍ଶନ କରିହୁଏ । ସେଠାରେ ଗୋଟିଏ ଅତି ପୁରାତନ ବୃକ୍ଷ ଅଛି ଓ ତାହା ପାଖରେ ଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ପ୍ରଭୁ ଦତ୍ତାତ୍ରେୟଙ୍କ ପଦଚିହ୍ନ ଦେଖିବାକୁ ମିଳେ । ଏହି କଳାରାମ ମନ୍ଦିର ପାଖରେ ଥିବା କପାଳେଶ୍ୱର ମନ୍ଦିରକୁ ମଧ୍ୟ ତୀର୍ଥଯାତ୍ରୀମାନେ ଦର୍ଶନ କରନ୍ତି ।

୨) ହନୁମାନଙ୍କ ମନ୍ଦିର ଏପରି ଭାବରେ ତିଆରି ହୋଇଛି ଯେପରିକି ସେଠାରୁ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ଦର୍ଶନ କରିହୁଏ ।

୩) ରାମଙ୍କ ମନ୍ଦିରକୁ ଯିବା ପାଇଁ ଚଉଦଟି ପାବଚ୍ଛ ଅଛି ଯାହା ୧୪ ବର୍ଷର ବନବାସର ସୂଚନା ଦିଏ ।

୪ ) ମନ୍ଦିରରେ ୮୪ଟି ସ୍ତମ୍ଭ ଅଛି ଯାହା ମାନବ ଜନ୍ମ ପାଇବା ନିମନ୍ତେ ୮୪ ଲକ୍ଷ ଜୀବ ଜନ୍ମ ନେବାକୁ ହେଉଥିବା ସୂଚନା ଦିଏ ।

ଆଧାର[ସମ୍ପାଦନା]

  1. J. Gordon Melton (15 January 2014). Faiths Across Time: 5,000 Years of Religious History [4 Volumes]: 5,000 Years of Religious History. ABC-CLIO. pp. 1355–. ISBN 978-1-61069-026-3.
  2. Rāmacandra Kshīrasāgara (1 January 1994). Dalit Movement in India and Its Leaders, 1857-1956. M.D. Publications Pvt. Ltd. pp. 123–. ISBN 978-81-85880-43-3.
  3. K.N Jadhav (1 January 2005). Dr. Ambedkar and the Significance of His Movement. Popular Prakashan. pp. 93–. ISBN 978-81-7154-329-8.

ବାହାର ଲିଙ୍କ[ସମ୍ପାଦନା]