Jump to content

କମ୍ପ୍ୟୁଟର ମନିଟର

ଉଇକିପିଡ଼ିଆ‌ରୁ
ଏକ ତରଳ ସ୍ଫଟିକ ପ୍ରଦର୍ଶନ (LCD) କମ୍ପ୍ୟୁଟର ମନିଟର

ଏକ କମ୍ପ୍ୟୁଟର ମନିଟର ହେଉଛି ଏକ ଦୃଶ୍ୟ ପ୍ରଦର୍ଶନ କମ୍ପ୍ୟୁଟର ଉପକରଣ (ଆଉଟପୁଟ୍ ଡିଭାଇସ୍) ଯାହା ଚିତ୍ରକଳା କିମ୍ବା ପାଠ୍ୟ ମାଧ୍ୟମରେ ସୂଚନା ପ୍ରଦର୍ଶନ କରେ । ଏକ ମନିଟର ସାଧାରଣତଃ ଏକ ଦୃଶ୍ୟପଟ୍ଟ ଉପକରଣ (ଭିଜୁଆଲ୍ ଡିସପ୍ଲେ), କିଛି ବୈଦ୍ୟୁତିକ ତାରର ସର୍କିଟ, କେସିଙ୍ଗ୍ ଏବଂ ବିଦ୍ୟୁତ୍ ଯୋଗାଣକୁ ନେଇ ଗଠିତ । କମ୍ପ୍ୟୁଟରରେ କରାଯାଉଥିବା କାମର ଫଳାଫଳ ବା ଆଉଟପୁଟ୍ ଏହି ମନିଟରରେ ଦେଖାଯାଇଥାଏ ଏବଂ କମ୍ପ୍ୟୁଟରକୁ ଦିଆଯାଉଥିବା ନିର୍ଦ୍ଦେଶର ଫଳାଫଳ ମଧ୍ୟ ଏଥିରେ ଦେଖାଯାଇଥାଏ । ଆଧୁନିକ ମନିଟରରେ ଥିବା ଦୃଶ୍ୟପଟ୍ଟ ଉପକରଣ (ଡିସପ୍ଲେ ଡିଭାଇସ୍) ସାଧାରଣତ ଏଲଇଡି ଆଲୋକ (TFT-LCD) ସଂଯୋଜିତ ଥିବ ଏକ ପତଳା ଚଳଚ୍ଚିତ୍ର ଟ୍ରାନଜିଷ୍ଟର ତରଳ ସ୍ଫଟିକ୍ ପ୍ରଦର୍ଶନ ଉପକରଣ । ପୂର୍ବରୁ ବ୍ୟବହାର କରାଯାଉଥିବା ମନିଟରଗୁଡିକରେ ଏକ କ୍ୟାଥୋଡ୍ ରଶ୍ମୀ ଟ୍ୟୁବ୍ (CRT) ଏବଂ କିଛି ପ୍ଲାଜମା (ଗ୍ୟାସ୍-ପ୍ଲାଜମା ମଧ୍ୟ କୁହାଯାଏ) ଦୃଶ୍ୟପଟ୍ଟ ବ୍ୟବହାର କରାଯାଉଥିଲା । ତେବେ VGA, ଡିଜିଟାଲ୍ ଭିଜୁଆଲ୍ ଇଣ୍ଟରଫେସ୍ (DVI), HDMI, ଡିସପ୍ଲେ ପୋର୍ଟ, USB-C, ଲୋ-ଭୋଲଟେଜ୍ ଡିଫେରିଏଲ୍ ସିଗନାଲ୍ (LVDS) କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ଷମ ସଂଯୋଜକ ଏବଂ ସିଗନାଲ୍ ମାଧ୍ୟମରେ ମନିଟରଗୁଡ଼ିକ କମ୍ପ୍ୟୁଟର ସହିତ ସଂଯୁକ୍ତ ହୋଇଥାଏ ।[]

ମୂଳତଃ ତଥ୍ୟ (ଡ଼ାଟା) ପ୍ରକ୍ରିୟାକରଣ ପାଇଁ କମ୍ପ୍ୟୁଟର ମନିଟର ବ୍ୟବହାର କରାଯାଉଥିବାବେଳେ ଟେଲିଭିଜନ୍ ସେଟର ମନିଟର ମନୋରଞ୍ଜନ ପାଇଁ ବ୍ୟବହୃତ ହେଉଥିଲା । ୧୯୮୦ ଦଶକରୁ କମ୍ପ୍ୟୁଟରଗୁଡିକ (ଏବଂ ସେମାନଙ୍କର ମନିଟରଗୁଡିକ) ଉଭୟ ତଥ୍ୟ (ଡାଟା) ପ୍ରକ୍ରିୟାକରଣ ଏବଂ ମନୋରଞ୍ଜନ ପାଇଁ ବ୍ୟବହୃତ ହୋଇଥିବାବେଳେ ଟେଲିଭିଜନଗୁଡ଼ିକରେ କିଛି କମ୍ପ୍ୟୁଟର ଜନିତ କାର୍ଯ୍ୟକ୍ରମ ମଧ୍ୟ ଉପଲବ୍ଧ ହୋଇପାରୁଛି । ଟେଲିଭିଜନ ଭଳି କମ୍ପ୍ୟୁଟରର ମନିଟର ବି କଳା-ଧଳା ଏବଂ ରଙ୍ଗିନ ହୁଏ ଏବଂ ବିଭିନ୍ନ ସାଇଜର ବି ହୁଏ । ଅଧୁନା ଟେଲିଭିଜନ ଏବଂ କମ୍ପ୍ୟୁଟର ମନିଟରର ସାଧାରଣ ଆକାରର ଅନୁପାତ ୪:୩ରୁ ବୃଦ୍ଧି ହୋଇ ୧୬:୧୦ ଓ ୧୬:୯କୁ ବଦଳିଛି ।

ପାରମ୍ପାରିକ ଟେଲିଭିଜନ୍ ସେଟ୍ ଏବଂ ଅନ୍ୟପକ୍ଷରେ ଆଧୁନିକ କମ୍ପ୍ୟୁଟର ମନିଟରଗୁଡ଼ିକ ବ୍ୟବହାର ଦୃଷ୍ଟିକୋଣରୁ ସହଜରେ ଅଦଳବଦଳ ସମ୍ଭବ ହୋଇଥାଏ । ତଥାପି, ଯେହେତୁ କମ୍ପ୍ୟୁଟର ମନିଟରଗୁଡ଼ିକରେ ଇଣ୍ଟିଗ୍ରେଟେଡ୍ ସ୍ପିକର କିମ୍ବା ଟିଭି ଟ୍ୟୁନର୍ (ଯେପରିକି ଡିଜିଟାଲ୍ ଟେଲିଭିଜନ୍ ଆଡାପ୍ଟର) ନ ଥାଏ, ବାହ୍ୟ ଉପକରଣ ବ୍ୟବହାର ବିନା ଟିଭି ସେଟ୍ ଭାବରେ କମ୍ପ୍ୟୁଟର ମନିଟର ବ୍ୟବହାର କରିବା ସମ୍ଭବ ନୁହେଁ ।[]

  1. "How Computers Work: Input and Output". homepage.cs.uri.edu. Retrieved 26 January 2022.
  2. "Difference Between TV and Computer Monitor | Difference Between". differencebetween.net. Retrieved 26 January 2022.